Categories: ଜାତୀୟ

ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୭।୨: ସୁପ୍ରିମକୋର୍ଟ ସୋମବାର ଶୁଣାଣି କରି କଂଗ୍ରେସ ନେତା ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଶୁକ୍ରବାର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଫେବୃଆରୀ ୨୩ରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଆସାମ ପୋଲିସ ଗିରଫ କରିଥିଲା। ହେଲେ ଗିରଫର କିଛି ସମୟ ପରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

କଂଗ୍ରେସର ୮୫ତମ ସର୍ବଦଳୀୟ ଅଧିବେଶନରେ ଯୋଗ ଦେବା ପାଇଁ ପୱନ ଖେରା ଦିଲ୍ଲୀରୁ ରାୟପୁର ଅଭିମୁଖେ ଯାଉଥିଲେ। ସେହି ସମୟରେ ଆସାମ ପୋଲିସ ତାଙ୍କୁ ଗିରଫ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ମାମଲା ରୁଜୁ କରାଯାଇଥିଲା।

Share