ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଆପଣଙ୍କ ଉପସ୍ଥିତି ସମସ୍ତ…

ଭୁବନେଶ୍ୱର,୧୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି।
ଏଥିରେ ସେ ଲେଖିଛନ୍ତି, ‘ପ୍ରବାସୀ ଭାରତୀୟ ଦିବସ’ରେ ଆପଣଙ୍କ ଗରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ସଫଳ ଏବଂ ସ୍ବତନ୍ତ୍ର କରିପାରିଛି। ଆପଣଙ୍କ ମାର୍ଗଦର୍ଶନ ଉପସ୍ଥିତ ସମସ୍ତ ପ୍ରବାସୀ ଭାରତୀୟଙ୍କ ମନରେ ନୂଆ ଆଶା, ଉତ୍ସାହ ଏବଂ ଉଦ୍ଦୀପନା ଭରିଦେବା ସହ ‘ବିକଶିତ ଭାରତ’ ନିର୍ମାଣ ପାଇଁ ଅନୁପ୍ରାଣିତ କରିଛି। ଏଥିପାଇଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ କୃତଜ୍ଞତା ଜଣାଉଛି।

ସେହିପରି ଆଜି ‘ପ୍ରବାସୀ ଭାରତୀୟ ଦିବସ’ର ଦିତୀୟ ଦିନ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ବରିଷ୍ଠ ନେତୃତ୍ୱ ଏବଂ ପ୍ରବାସୀ ଭାରତୀୟ ବନ୍ଧମାନଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ଲେଖିଛନ୍ତି।

ଏହି ଅବସରରେ ଓଡ଼ିଶାର ଲୋକକଳା, ସଂସ୍କୃତି ଏବଂ ପରମ୍ପରା ଉପରେ ଆଧାରିତ ନୃତ୍ୟ ପରିବେଷଣ ଉପସ୍ଥିତ ଅତିଥିଙ୍କୁ ଆକର୍ଷିତ କରିଛି। ଓଡ଼ିଶାର ଏହି ଅନନ୍ୟ ଲୋକନୃତ୍ୟକୁ ବିଶ ଦରବାରରେ ପରିଚିତ କରାଇବାରେ ଏହି ଉତ୍ସବ ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ: କଳାହାଣ୍ଡିରେ ତେଜିଲା ଚାଷୀ ଆନ୍ଦୋଳନ

କର୍ଲାମୁଣ୍ଡା:୧୩।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଚାଲିଥିବା ରେଗଡ଼ା ମଣ୍ଡିରେ ଚାଷୀ ଧାନ ବିକ୍ରି...

ଲେବୁଲ୍‌ କ୍ରସିଂରୁ ବୋଲେରୋକୁ କାବୁକଲା ଅବକାରୀ ବିଭାଗ: ମିଳିଲା ପୁଳାପୁଳା ଘଞ୍ଜେଇ

ନିରାକାରପୁର,୧୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନିରାକାରପୁର ଥାନା ନାକତଳୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ...

ସାରା ଓଡ଼ିଶାରେ ଶୁଭୁଛି chi chi chi re nani chi, ରହସ୍ୟ ଜାଣି ହେବେ ତାଜୁବ!

ଭୁବନେଶ୍ୱର,୧୩।୧: ଛି ଛି ଛିରେ ନନୀ ଛି ଛି’…ଏବେ ଯେଉଁଠି ଶୁଣିବ ସେଇଠି ଶୁଭୁଛି ଏଇ ଗୀତ। ପିଲାଠୁ ବୁଢା ଯାଏ ସବୁଠି ଧନକେ ଦେଖିଲୁ...

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

ଭବାନୀପାଟଣା,୧୩ା୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ରବିବାରଠାରୁ ଆରମ୍ଭ ହୋଇଛି ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା...

ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌: ଆଇନ ମନ୍ତ୍ରୀ କହୁକହୁ କହିଦେଲେ ପୂର୍ବ ସରକାରର

ଭୁବନେଶ୍ୱର,୧୩।୧:ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌ ନିଷ୍ପତ୍ତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ୧୯୭୫ରୁ ୧୯୭୭ ମଧ୍ୟରେ ବହୁ ଲୋକ...

ଭୁବନେଶ୍ବର ଯାଆଁଳା ଫାଣ୍ଡି ପାଖରେ ଦୁର୍ଘଟଣା; ୨ ମୃତ

ଭୁବନେଶ୍ୱର, ୧୩।୧: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପାଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ...

ଧରାପଡ଼ିଲା ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇର ସତ :ଜର୍ମାନୀରୁ ମାଲେସିଆ ଦେଇ ଆସିଥିଲା ଭାରତ

ଭୁବନେଶ୍ୱର,୧୩।୧: ଭୁବନେଶ୍ବର ବିମାନ ବନ୍ଦରରୁ ୯ କୋଟିରୁ ଊଦ୍ଧର୍‌ବ ଗଞ୍ଜେଇ ଜବତ ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚୋରା ଚାଲାଣ ପଛରେ ବଡ଼...

Ayushman Bharat Scheme: ପ୍ରତି ପରିବାରକୁ ମିଳିବ ୫ଲକ୍ଷ, ମହିଳାଙ୍କୁ…ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର,୧୩।୧: ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri