ଉହାନ୍‌ ଲ୍ୟାବ୍‌ର ପର୍ଦ୍ଦାଫାଶ୍‌: ମାଙ୍କଡ-ଠେକୁଆ ସମେତ ୧,୦୦୦ ପ୍ରାଣୀଙ୍କ ଜିନ୍‌ ବଦଳା ଯାଇଛି…

ଲଣ୍ଡନ/ନୂଆଦିଲ୍ଲୀ,୭।୬: କରୋନା ମହାମାରୀ ଭୂତାଣୁର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ଲ୍ୟାବ୍‌କୁ ନେଇ ବିବାଦ ଥମିବାର ନାଁ ଧରୁନି। ସମ୍ପ୍ରତି ଜଣେ ବ୍ରିଟେନ୍‌ ଗଣମାଧ୍ୟମ ପ୍ରତିନିଧି ଦାବି କରିଛନ୍ତି ଯେ, ଉହାନ୍‌ ଲ୍ୟାବ୍‌ରେ ମାଙ୍କଡ ଏବଂ ଠେକୁଆ ସମେତ ୧,୦୦୦ ପ୍ରାଣୀଙ୍କ ଜିନ୍‌ ବଦଳା ଯାଇଛି। ଏହା ସହିତ ଏସବୁ ପ୍ରାଣୀଙ୍କଠାରେ ଭୂତାଣୁ ଇଞ୍ଜେକଶନର ମଧ୍ୟ ପ୍ରୟୋଗ କରାଯାଇଛି। ଏହି ଲ୍ୟାବ୍‌ର ସୁରକ୍ଷା ଦାୟିତ୍ୱ ଚାଇନାର ସୈନ୍ୟ ବାହିନୀ ହାତରେ ରହିଛି ବୋଲି ବ୍ରିଟେନ୍‌ର ଗଣମାଧ୍ୟମ ଜୈପର ବେକରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଭୂତାଣୁ ଇଞ୍ଜେକଶନ୍‌ ଯୋଗୁ କରୋନାର ଉତ୍ପତ୍ତି ହୋଇଥିବା ଆଶଙ୍କା କରାଯାଉଛି। ଚାଇନାର ବ୍ୟାଟ୍‌ ଓ୍ବମ୍ୟାନ୍‌ ଭାବେ ପରିଚିତି ହାସଲ କରିଥିବା ମହିଳା ବାୟୋଲୋଜିଷ୍ଟ ଶି ଝୋଙ୍ଗଲି ସମ୍ଭବତଃ କରୋନା ଭୂତାଣୁ ପ୍ରସ୍ତୁତ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଝୋଙ୍ଗଲି ବାଦୁଡ଼ିଙ୍କ ଉପରେ ବହୁ ପରୀକ୍ଷା ନିରୀକ୍ଷା କରିଛନ୍ତି। କରୋନା ଭୂତାଣୁ ଲିକ୍‌ ସମୟରେ ଲ୍ୟାବ୍‌ରେ ଆକ୍ରାନ୍ତ ପ୍ରାଣୀ ଥିଲେ। ଏହା ସହିତ ୬୦୫ ବାଦୁଡ଼ି ମଧ୍ୟ ଥିବା ଜୈପର କହିଛନ୍ତି। କରୋନା ଭୂତାଣୁ ପ୍ରାକୃତିକ ନୁହେଁ। ଚାଇନା ବୈଜ୍ଞାନିକ ଗବେଷଣାରେ ବିକାଶ କରିବା ଉଦ୍ଦେଶ୍ୟରେ ପରୀକ୍ଷା ନିରୀକ୍ଷା କରୁଥିବାବେଳେ ଏହା ଅସାବଧାନତାରୁ ଲିକ୍‌ ହୋଇ ଯାଇଥିଲା। କୌଣସି ପ୍ରାକୃତିକ ଭୂତାଣୁର ଏତେ ଶୀଘ୍ର ମ୍ୟୁଟେଶନ ହୋଇ ନ ଥାଏ ବୋଲି ରିପୋର୍ଟରେ କୁହାଯାଇଛି।

Share