Categories: ଜାତୀୟ

କୋଭିଶିଲ୍ଡ ରପ୍ତାନି ସ୍ଥଗିତ

ନୂଆଦିଲ୍ଲୀ,୨୬।୩:ଭାରତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ସରକାରଙ୍କ କୋଭିଡ୍‌ ଟିକା କୂଟନୀତି ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଭାରତ ଗରିବ ଦେଶକୁ କୋଭିଡ୍‌ ଟିକା ଯୋଗାଣ ନିଷ୍ପତ୍ତିର ପୁନର୍ବିଚାର କରିପାରେ। ଭାରତର ଟିକା ଚାହିଦା ପୂରଣ ଲାଗି ଇତିମଧ୍ୟରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକା ରପ୍ତାନିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଫଳରେ ଗ୍ଲୋବାଲ ଆଲିଆନ୍ସ ଫର୍‌ ଭାକ୍ସିନ୍‌ ଆଣ୍ଡ ଇମ୍ୟୁନାଇଜେଶନ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କୋଭାକ୍ସ କାର୍ଯ୍ୟକ୍ରମକୁ ଟିକା ଯୋଗାଣ ପ୍ରଭାବିତ ହେବ। ଏହି କାର୍ଯ୍ୟକ୍ରମରେ ୬୪ ଗରିବ ଦେଶକୁ କୋଭିଡ୍‌ ଟିକା ପଠାଯାଉଥିଲା। ଭାରତ ଉକ୍ତ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୬୦.୫ ନିୟୁତ ଡୋଜ୍‌ ଟିକା ଯୋଗାଇ ଦେଇଛି।

Share