Categories: ବାଣିଜ୍ୟ

ବିଓଏମ୍ ର ଏକ୍ସପୋର୍ଟ ଓରିଏଣ୍ଟେଡ୍‌ ଦକ୍ଷତା ବିକାଶ

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍)ର ୮୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ବିଭିନ୍ନ ପ୍ରମୁଖ ବିଭାଗ ଓ ହିତାଧିକାରୀଙ୍କ ସହ ଏକ ଋଣନୀତିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ (ଫିଓ)ର ସକ୍ରିୟ ସହଯୋଗରେ ଏକ୍ସପୋଟର୍ସମାନଙ୍କ ଏକ ବୈଠକ ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷକରି ‘ଏକ୍ସପୋର୍ଟ ଓରିଏଣ୍ଟେଡ୍‌ ଦକ୍ଷତା ବିକାଶ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାରେ ସାମୁଦ୍ରିକ କ୍ଷେତ୍ରରେ ରପ୍ତାନି ସୁଯୋଗ, ଏକ୍ସପୋର୍ଟ ହବ୍‌ ଭାବେ ଭୁବନେଶ୍ୱରର ମହତ୍ତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅପରପକ୍ଷରେ କମଳକାନ୍ତ ସାହୁ, ଏଡି, ମୁଖ୍ୟ, ଫିଓ-ଓଡ଼ିଶା ଚାପ୍ଟର, ଓସି, ଏମ୍‌ଓସି,ଜିଓଆଇ ଉଦ୍‌ଘାଟନୀ ଅଧିବେଶନରେ ସମ୍ବୋଧନ କରିଥିଲେ। ଏହି ଅବସରରେ ଅନୁପ କେ ସାମନ୍ତରାୟ, ଡିନ୍‌, ଆଇବିସିଏସ୍‌, ମ୍ୟାନେଜମେଣ୍ଟ ସାଇନ୍ସ ଫାକଲ୍ଟି, ସୋଆ ୟୁନିଭର୍ସିଟି, ଦିଲୀପ କୁମାର ସାହୁ, ଓଏଏସ୍‌, ସ୍ବତନ୍ତ୍ର ସଚିବ, ଏମ୍‌ଏସ୍‌ଏମ୍‌ଇ, ଓଡ଼ିଶା ସରକାର ଏବଂ ଏସ୍‌. ଏନ୍‌. ନାୟକ, ସହାୟକ ନିର୍ଦ୍ଦେଶକ, ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓ, କଟକ ପ୍ରମୁଖ ଯୋଗଦେଇ ସେମାନଙ୍କ ଦୃଷ୍ଟିକୋଣ ଏବଂ ମୂଲ୍ୟବାନ୍‌ ନୀତିନିୟମଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଆଲୋକ କୁମାର ମିଶ୍ରା ରପ୍ତାନିକାରୀଙ୍କୁ ସମ୍ବୋଧିତ କରିବା ସହ ବ୍ୟାଙ୍କର ସଫଳ ପ୍ରଦର୍ଶନ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ବ୍ୟାଙ୍କ ସହ ସକ୍ରିୟ ଭାବେ ଜଡିତ ରହି ରାଜ୍ୟବାସୀଙ୍କୁ ସେବା ପ୍ରଦାନ କରିବାର ସୁଯୋଗ ପ୍ରଦାନ କରୁଥିବାରୁ ନୀତି ନିର୍ଣ୍ଣାୟକମାନଙ୍କୁ ବ୍ୟାଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଉଛି।

Share