ବିଓଏମ୍ ର ଏକ୍ସପୋର୍ଟ ଓରିଏଣ୍ଟେଡ୍‌ ଦକ୍ଷତା ବିକାଶ

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍)ର ୮୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ବିଭିନ୍ନ ପ୍ରମୁଖ ବିଭାଗ ଓ ହିତାଧିକାରୀଙ୍କ ସହ ଏକ ଋଣନୀତିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ (ଫିଓ)ର ସକ୍ରିୟ ସହଯୋଗରେ ଏକ୍ସପୋଟର୍ସମାନଙ୍କ ଏକ ବୈଠକ ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷକରି ‘ଏକ୍ସପୋର୍ଟ ଓରିଏଣ୍ଟେଡ୍‌ ଦକ୍ଷତା ବିକାଶ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାରେ ସାମୁଦ୍ରିକ କ୍ଷେତ୍ରରେ ରପ୍ତାନି ସୁଯୋଗ, ଏକ୍ସପୋର୍ଟ ହବ୍‌ ଭାବେ ଭୁବନେଶ୍ୱରର ମହତ୍ତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅପରପକ୍ଷରେ କମଳକାନ୍ତ ସାହୁ, ଏଡି, ମୁଖ୍ୟ, ଫିଓ-ଓଡ଼ିଶା ଚାପ୍ଟର, ଓସି, ଏମ୍‌ଓସି,ଜିଓଆଇ ଉଦ୍‌ଘାଟନୀ ଅଧିବେଶନରେ ସମ୍ବୋଧନ କରିଥିଲେ। ଏହି ଅବସରରେ ଅନୁପ କେ ସାମନ୍ତରାୟ, ଡିନ୍‌, ଆଇବିସିଏସ୍‌, ମ୍ୟାନେଜମେଣ୍ଟ ସାଇନ୍ସ ଫାକଲ୍ଟି, ସୋଆ ୟୁନିଭର୍ସିଟି, ଦିଲୀପ କୁମାର ସାହୁ, ଓଏଏସ୍‌, ସ୍ବତନ୍ତ୍ର ସଚିବ, ଏମ୍‌ଏସ୍‌ଏମ୍‌ଇ, ଓଡ଼ିଶା ସରକାର ଏବଂ ଏସ୍‌. ଏନ୍‌. ନାୟକ, ସହାୟକ ନିର୍ଦ୍ଦେଶକ, ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓ, କଟକ ପ୍ରମୁଖ ଯୋଗଦେଇ ସେମାନଙ୍କ ଦୃଷ୍ଟିକୋଣ ଏବଂ ମୂଲ୍ୟବାନ୍‌ ନୀତିନିୟମଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଆଲୋକ କୁମାର ମିଶ୍ରା ରପ୍ତାନିକାରୀଙ୍କୁ ସମ୍ବୋଧିତ କରିବା ସହ ବ୍ୟାଙ୍କର ସଫଳ ପ୍ରଦର୍ଶନ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ବ୍ୟାଙ୍କ ସହ ସକ୍ରିୟ ଭାବେ ଜଡିତ ରହି ରାଜ୍ୟବାସୀଙ୍କୁ ସେବା ପ୍ରଦାନ କରିବାର ସୁଯୋଗ ପ୍ରଦାନ କରୁଥିବାରୁ ନୀତି ନିର୍ଣ୍ଣାୟକମାନଙ୍କୁ ବ୍ୟାଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri