Posted inଜାତୀୟ

ପ୍ରଜ୍ଞାଙ୍କ ସ୍କୁଟରରେ ବିସ୍ଫୋରକ ନିଆଯାଇଥିଲା

ମୁମ୍ବାଇ,୪ା୮: ୨୦୦୮ ମାଲେଗାଓଁ ବିସ୍ଫୋରଣରେ ବ୍ୟବହୃତ ସ୍କୁଟର ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ଏହି ମାମଲାର ୨୬୧ତମ ସାକ୍ଷୀ ରୂପେ ଜଣେ ଫରେନ୍ସିକ୍‌ ବିଶେଷଜ୍ଞ ଏନେଇ ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ସ୍ଥିତ ଏକ କୋର୍ଟଙ୍କୁ ଅବଗତ କରାଇଛନ୍ତି।

୨୦୦୮ ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ରର ନାଶିକ ଜିଲା ମାଲେଗାଓଁସ୍ଥିତ ଏକ ମସ୍‌ଜିଦ ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଥିଲେ। ଭିକୁ ଛକ ବିସ୍ଫୋରଣ ସ୍ଥଳରୁ ଏକ ବାଇକ୍‌ ଠାବ କରାଯାଇଥିଲା। ଉକ୍ତ ବାଇକ୍‌ରେ ବିସ୍ଫୋରକ ଖଞ୍ଜାଯାଇଥିବା ତଦନ୍ତକାରୀ ଅଧିକାରୀମାନେ ଯାଞ୍ଚ ପରେ ଜାଣିବାକୁ ପାଇଥିଲେ। ୨୦୦୮ରେ ଆସିଷ୍ଟାଣ୍ଟ କେମିକାଲ ଆନାଲାଇଜର ଭାବେ କାର୍ଯ୍ୟ କରିଥିବା ଫରେନ୍ସିକ୍‌ ବିଶେଷଜ୍ଞ ଏନେଇ ଏନ୍‌ଆଇଏ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ବିସ୍ଫୋରଣ ସ୍ଥଳରୁ ମିଳିଥିବା ଏଲ୍‌ଏମ୍‌ଏଲ୍‌ ଭେସ୍ପା ସ୍କୁଟରରେ ଆମୋନିୟମ୍‌ ନାଇଟ୍ରେଟ୍‌ ରହିଥିଲା, ଯାହାକୁ ବିସ୍ଫୋରକ ଭାବେ ବ୍ୟବହାର କରାଯାଇଥିଲା। ଆମୋନିୟମ୍‌ ନାଇଟ୍ରେଟ୍‌ ଧରି ମସ୍‌ଜିଦ ଆଡ଼କୁ ଦ୍ରୁତଗତିରେ ମାଡ଼ିଆସିଥିବା ସ୍କୁଟରଟି ବିସ୍ଫୋରଣରେ ଜଳି ଯାଇଥିଲା। ଏହାର ତେଲ ଟାଙ୍କି, ସିଟ୍‌ କଭର୍‌ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାବେଳେ ଯନ୍ତ୍ରାଂଶଗୁଡ଼ିକ ଆଖପାଖରେ ବିଛାଡ଼ି ହୋଇପଡ଼ିଥିଲା।

ଅବସରପ୍ରାପ୍ତ ଫରେନ୍ସିକ୍‌ ଏକ୍ସପର୍ଟ ଅଦାଲତରେ ସରକାରୀ ଓକିଲ ଅବିନାଶ ରସାଲଙ୍କ ପ୍ରଶ୍ନର ଉତ୍ତର ଦେଇ ନିଜ ଛାନ୍‌ଭିନ୍‌ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛନ୍ତି। ସେ କହିଛନ୍ତି, ପ୍ରମାଣ ସ୍ବରୂପ ପୋଲିସ ପଠାଇଥିବା ସାମଗ୍ରୀଗୁଡ଼ିକରେ ଲାଗିଥିବା ରାସାୟନିକ ପଦାର୍ଥକୁ ନେଇ ବିଶ୍ଳେଷଣ କରି ରିପୋର୍ଟ ପ୍ରଦାନ ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ସେ ବିସ୍ଫୋରଣ ସ୍ଥଳ ପରିଦର୍ଶନ ସେଠାରେ ପଡ଼ିଥିବା ସ୍କୁଟିର ଇଞ୍ଜିନ ନମ୍ବର ବାହାର କରିଥିଲେ। ଇଞ୍ଜିନ ନମ୍ବର ଯାଞ୍ଚ ପରେ ଗାଡ଼ିର ରେଜିଷ୍ଟେଶନ ନମ୍ବର ମିଳିଥିଲା। ସେହି ସ୍କୁଟର ଏହି ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁରଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଥିଲା। ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏଥିସହ ଅନ୍ୟ ଏକ ବାଇକ୍‌ ଓ ୫ଟି ସାଇକେଲ ମଧ୍ୟ କୋର୍ଟକୁ ନେଇଥିଲା।

ପ୍ରକାଶ ଯେ, ସାଧ୍ୱୀ ପ୍ରଜ୍ଞା ନାମରେ ପରିଚିତ ଏହି ହିନ୍ଦୁବାଦୀ ନେତ୍ରୀଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଟିକେଟ ଦେଇଥିଲା। ଏହା ପୂର୍ବରୁ ୨୦୦୮ ଅକ୍ଟୋବରରେ ମାଲେଗାଓଁ ବିସ୍ଫୋରଣ ମାମଲାରେ ଏଟିଏସ୍‌ ତାଙ୍କୁ ଗିରଫ କରିଥିଲା। ୨୦୦୯ ଜାନୁୟାରୀ ୧୯ରେ ମହାରାଷ୍ଟ୍ର ପୋଲିସ ୪୦୦୦ ପୃଷ୍ଠା ସମ୍ବଳିତ ଚାର୍ଜଶିଟ୍‌ ଦାଖଲ କରିଥିଲା। କର୍କଟ ରୋଗରେ ପୀଡ଼ିତ ପ୍ରଜ୍ଞାଙ୍କୁ ୨୦୧୭ ଏପ୍ରିଲରେ ସ୍ବାସ୍ଥ୍ୟଗତ କାରଣରୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri