ଭୁବନେଶ୍ୱର ରେଳ ଷ୍ଟେଶନରେ ବିସ୍ଫୋରକ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ବିସ୍ଫୋରକ ମିଳିଛି। ଷ୍ଟେଶନରେ ଅଟକି ରହିଥିବା କୋଣାର୍କ ଏକ୍ସପ୍ରେସ୍‌ରୁ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏହି ବିସ୍ଫୋରକକୁ ଜବତ କରିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଥିବା ଷ୍ଟେଶନ ମଧ୍ୟରୁ ବୁଧବାର ବିଳମ୍ବିତ ରାତିରେ ଏଭଳି ସାମଗ୍ରୀ ମିଳିବା ପରେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି। ଜବତ ସାମଗ୍ରୀରେ ୮ଟି ରେଡ୍‌ ପାରାଚ୍ୟୁଟ ସିଗ୍‌ନାଲ, ୧୫ଟି ରକେଟ ପାରାଚ୍ୟୁଟ ଫ୍ଲାର୍ସ ଏବଂ ଗୋଟିଏ ପାଥ୍‌ ଫାଇଣ୍ଡର ଶର୍ଟ ରହିଥିବା ସୂଚନା ଦିଆଯାଇଛି। ଏଗୁଡ଼ିକ ଦୂର ସମୁଦ୍ରରେ ଥିବା ଜାହାଜର ସିଗ୍‌ନାଲ ଦେବା ପାଇଁ ବ୍ୟବହାର କରାଯାଏ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି। ଏନେଇ ଆର୍‌ପିଏଫ୍‌ ଅଧିକାରୀ ଶ୍ରୀନିବାଶ ପଟ୍ଟନାୟକ କହିଛନ୍ତି, ସନ୍ଦେହଜନକ ଅବସ୍ଥାରେ ମିଳିଥିବା ବିସ୍ଫୋରକ ସାମଗ୍ରୀକୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଏହାକୁ ଯାଞ୍ଚ କରିବା ପାଇଁ ଶୁକ୍ରବାର ସକାଳେ ବୋମା ନିଷ୍କ୍ରିୟକାରୀ ଦଳ ଆସିବେ। ବମ୍‌ ସ୍କ୍ବାଡ୍‌ ପକ୍ଷରୁ ରିପୋର୍ଟ ଦିଆଯିବା ପରେ ଏନେଇ ଅଧିକ ସ୍ପଷ୍ଟ ହେବ। ଏଭଳି ସାମଗ୍ରୀକୁ କେଉଁ ଉଦ୍ଦେଶ୍ୟରେ କିଏ ଆଣିଥିଲେ ସେନେଇ ଜାଣିବାକୁ ଭୁବନେଶ୍ୱର ଷ୍ଟେଶନ ସମେତ ଟ୍ରେନ୍‌ ଆସିଥିବା ଅନ୍ୟାନ୍ୟ ଷ୍ଟେଶନର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି। ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ଆର୍‌ପିଏଫ୍‌ ପକ୍ଷରୁ ଏକ ମାମଲା (ନଂ. ସି୩ସି/୩୭୭/୨୦୨୩) ରୁଜୁ କରାଯାଇ ତଦନ୍ତ କରାଯାଉଥିବା ସେ କହିଛନ୍ତି। ତେବେ ଏଭଳି ବିସ୍ଫୋରକ ସାମଗ୍ରୀ ଠାବ ହେବା ଫଳରେ ଷ୍ଟେଶନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, କୋଣାର୍କ ଏକ୍ସପ୍ରେସ୍‌ ବୁଧବାର ମୁମ୍ବାଇରୁ ଆସି ରାତି ପ୍ରାୟ ୧୧ଟା ୩୦ରେ ଭୁବନେଶ୍ୱର ରେଳ ଷ୍ଟେଶନର ୨.ନଂ ପ୍ଲାଟଫର୍ମରେ ଲାଗିଥିଲା। ତେବେ ରାତି ପ୍ରାୟ ୩ଟାବେଳେ ସଫେଇ କର୍ମଚାରୀମାନେ ଟ୍ରେନ୍‌ ସଫା କରୁଥିବାବେଳେ ସାଧାରଣ ବଗିରୁ ଏକ ଶବ୍ଦ ଶୁଣିବାକୁ ପାଇଥିଲେ। ଶବ୍ଦ ଶୁଣି ସେମାନେ ଚମକି ପଡ଼ିବା ସହ ଭୟଭୀତ ହୋଇ ପଡ଼ିଥିଲେ। ତୁରନ୍ତ କର୍ମଚାରୀମାନେ ସେଠାକୁ ଯିବା ପରେ ଉକ୍ତ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ସେମାନେ ଏ ସଂକ୍ରାନ୍ତରେ ଆର୍‌ପିଏଫ୍‌କୁ ଜଣାଇଥିଲେ। ଆର୍‌ପିଏଫ୍‌ ଅଧିକାରୀମାନେ ସେଠାକୁ ଯାଇ ଯାଞ୍ଚ କରିଥିଲେ। ପରେ ଡଗ୍‌ ସ୍କ୍ବାଡ୍‌ ଦ୍ୱାରା ଯାଞ୍ଚ ପରେ ଏଗୁଡ଼ିକ ବିସ୍ଫୋରକ ସାମଗ୍ରୀ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ଅଧିକ ଯାଞ୍ଚ ପାଇଁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

କୋଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ରାସ୍ତାରେ ବସିଲେ ବିଭିନ୍ନ ରାଜନୈତିକ ଦଳ

ଭଦ୍ରକ/ଚାନ୍ଦବାଲି,୨୫ା୧୨(ସନାତନ ରାଉତ/ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁଠାରେ ୨ ଦିନ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଚାନ୍ଦବାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri