ଭୁବନେଶ୍ୱର ରେଳ ଷ୍ଟେଶନରେ ବିସ୍ଫୋରକ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ବିସ୍ଫୋରକ ମିଳିଛି। ଷ୍ଟେଶନରେ ଅଟକି ରହିଥିବା କୋଣାର୍କ ଏକ୍ସପ୍ରେସ୍‌ରୁ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏହି ବିସ୍ଫୋରକକୁ ଜବତ କରିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଥିବା ଷ୍ଟେଶନ ମଧ୍ୟରୁ ବୁଧବାର ବିଳମ୍ବିତ ରାତିରେ ଏଭଳି ସାମଗ୍ରୀ ମିଳିବା ପରେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି। ଜବତ ସାମଗ୍ରୀରେ ୮ଟି ରେଡ୍‌ ପାରାଚ୍ୟୁଟ ସିଗ୍‌ନାଲ, ୧୫ଟି ରକେଟ ପାରାଚ୍ୟୁଟ ଫ୍ଲାର୍ସ ଏବଂ ଗୋଟିଏ ପାଥ୍‌ ଫାଇଣ୍ଡର ଶର୍ଟ ରହିଥିବା ସୂଚନା ଦିଆଯାଇଛି। ଏଗୁଡ଼ିକ ଦୂର ସମୁଦ୍ରରେ ଥିବା ଜାହାଜର ସିଗ୍‌ନାଲ ଦେବା ପାଇଁ ବ୍ୟବହାର କରାଯାଏ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି। ଏନେଇ ଆର୍‌ପିଏଫ୍‌ ଅଧିକାରୀ ଶ୍ରୀନିବାଶ ପଟ୍ଟନାୟକ କହିଛନ୍ତି, ସନ୍ଦେହଜନକ ଅବସ୍ଥାରେ ମିଳିଥିବା ବିସ୍ଫୋରକ ସାମଗ୍ରୀକୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଏହାକୁ ଯାଞ୍ଚ କରିବା ପାଇଁ ଶୁକ୍ରବାର ସକାଳେ ବୋମା ନିଷ୍କ୍ରିୟକାରୀ ଦଳ ଆସିବେ। ବମ୍‌ ସ୍କ୍ବାଡ୍‌ ପକ୍ଷରୁ ରିପୋର୍ଟ ଦିଆଯିବା ପରେ ଏନେଇ ଅଧିକ ସ୍ପଷ୍ଟ ହେବ। ଏଭଳି ସାମଗ୍ରୀକୁ କେଉଁ ଉଦ୍ଦେଶ୍ୟରେ କିଏ ଆଣିଥିଲେ ସେନେଇ ଜାଣିବାକୁ ଭୁବନେଶ୍ୱର ଷ୍ଟେଶନ ସମେତ ଟ୍ରେନ୍‌ ଆସିଥିବା ଅନ୍ୟାନ୍ୟ ଷ୍ଟେଶନର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି। ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ଆର୍‌ପିଏଫ୍‌ ପକ୍ଷରୁ ଏକ ମାମଲା (ନଂ. ସି୩ସି/୩୭୭/୨୦୨୩) ରୁଜୁ କରାଯାଇ ତଦନ୍ତ କରାଯାଉଥିବା ସେ କହିଛନ୍ତି। ତେବେ ଏଭଳି ବିସ୍ଫୋରକ ସାମଗ୍ରୀ ଠାବ ହେବା ଫଳରେ ଷ୍ଟେଶନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, କୋଣାର୍କ ଏକ୍ସପ୍ରେସ୍‌ ବୁଧବାର ମୁମ୍ବାଇରୁ ଆସି ରାତି ପ୍ରାୟ ୧୧ଟା ୩୦ରେ ଭୁବନେଶ୍ୱର ରେଳ ଷ୍ଟେଶନର ୨.ନଂ ପ୍ଲାଟଫର୍ମରେ ଲାଗିଥିଲା। ତେବେ ରାତି ପ୍ରାୟ ୩ଟାବେଳେ ସଫେଇ କର୍ମଚାରୀମାନେ ଟ୍ରେନ୍‌ ସଫା କରୁଥିବାବେଳେ ସାଧାରଣ ବଗିରୁ ଏକ ଶବ୍ଦ ଶୁଣିବାକୁ ପାଇଥିଲେ। ଶବ୍ଦ ଶୁଣି ସେମାନେ ଚମକି ପଡ଼ିବା ସହ ଭୟଭୀତ ହୋଇ ପଡ଼ିଥିଲେ। ତୁରନ୍ତ କର୍ମଚାରୀମାନେ ସେଠାକୁ ଯିବା ପରେ ଉକ୍ତ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ସେମାନେ ଏ ସଂକ୍ରାନ୍ତରେ ଆର୍‌ପିଏଫ୍‌କୁ ଜଣାଇଥିଲେ। ଆର୍‌ପିଏଫ୍‌ ଅଧିକାରୀମାନେ ସେଠାକୁ ଯାଇ ଯାଞ୍ଚ କରିଥିଲେ। ପରେ ଡଗ୍‌ ସ୍କ୍ବାଡ୍‌ ଦ୍ୱାରା ଯାଞ୍ଚ ପରେ ଏଗୁଡ଼ିକ ବିସ୍ଫୋରକ ସାମଗ୍ରୀ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ଅଧିକ ଯାଞ୍ଚ ପାଇଁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri