Categories: Home Leftଖେଳ

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ ଏହି ମ୍ୟାଚ୍‌ରେ ୪୩ ବଲରେ ୫ ଚୌକା ଓ ୧୬ ଛକା ସହାୟତାରେ ୧୨୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ଏହି ଇନିଂସ ଅବସରରେ ସେ ନବମ ଓଭରରେ ଚାଇନାର ଚେନ ଝୁଓ ୟୁଇଙ୍କୁ ଲଗାତର ୬ ଛକା ଲଗାଇଥିଲେ। ସେ ବିଶ୍ୱର ପଞ୍ଚମ ଓ ନେପାଳର ଦ୍ୱିତୀୟ ବ୍ୟାଟର ଭାବେ ଟି୨୦ରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି।

ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ପ୍ରଥମ ବ୍ୟାଟର ଭାବେ ୨୦୦୭ ଟି୨୦ ବିଶ୍ୱକପ୍‌ରେ ଏହି ସଫଳତା ହାସଲ କରିଥିଲେ। ଭୁର୍ତେଲଙ୍କ ପୂର୍ବରୁ ନେପାଳର ଦିପେନ୍ଦ୍ର ସିଂ ଆଇରି ୨୦୨୪ରେ କାତାର ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା ପାଇଥିଲେ।

Share