କାବୁଲ ଗୁରୁଦ୍ୱାରାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

କାବୁଲ,୧୮।୬: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ସକାଳେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଅସ୍ତଶସ୍ତ୍ରରେ ଧରି କିଛି ଆତଙ୍କବାଦୀ ହଠାତ୍‌ ଏକ ଗୁରୁଦ୍ୱାରାରେ ପ୍ରବେଶ କରିଥିଲେ। ଏହାପରେ ଲୋକଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଗୁଳିକାଣ୍ଡରେ ଜଣେ ମୁସଲମାନ ଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗୁରୁଦ୍ୱାର ଅଧ୍ୟକ୍ଷ ଗୁରୁନାମ ସିଂଙ୍କ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ନିଜ ଜୀବନ ବଞ୍ଚାଇବାକୁ କୋଠାର ଅପର ପାର୍ଶ୍ୱରେ ଲୁଚି ରହିଥିବା ବେଳେ ଆଉ କିଛି ଗୁରୁଦ୍ୱାରା ଭିତରେ ଏବେ ବି ଫଶିରହିଥିବା କୁହାଯାଉଛି। ତେବେ ଗୁରୁଦ୍ୱାରାର ବାହାରକୁ ବାହାରିଥିବା ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରିକି ଘଟଣାସ୍ଥଳରେ ୪ରୁ ୫ଟି ବିସ୍ଫୋରଣ ଘଟିଥିବା ବେଳେ ନିକଟସ୍ଥ କିଛି ଦୋକାନରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ୨ଆତଙ୍କବାଦୀ ଗୁରୁଦ୍ୱାରା କମ୍ପ୍ଲେକ୍ସ ଭିତରେ ଲୁଚି ରହି ଗୁଳି ଚାଉଥିବାର ଶବ୍ଦ ଶୁଣାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ସେମାନଙ୍କୁ ଧରିବା ପାଇଁ ତାଲିବାନ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି।

Share