ଚେତାବନୀର କିଛି ଘଣ୍ଟା ପରେ ବଡ଼ ଧରଣର ବିସ୍ଫୋରଣ

ଓ୍ବାଶିଂଟନ,୨୬।୮: ଆଫଗାନିସ୍ତାନର କାବୁଲ ବିମାନ ବନ୍ଦର ବାହାରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଆମେରିକୀୟ ସେନା ପକ୍ଷରୁ କୁହାଯାଇଛି। କାବୁଲ ବିମାନ ବନ୍ଦର ବାହାରେ ବିସ୍ଫୋରଣ ଘଟିଥିବା ଆମେ ସ୍ପଷ୍ଟ କରୁଛୁ। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ପେଣ୍ଟାଗନ ପ୍ରବକ୍ତା ଜନ କିର୍ବି କହିଛନ୍ତି।

ଗତ ୧୨ ଦିନ ହେଲା ବିଭିନ୍ନ ଦେଶ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବିମାନ ବନ୍ଦରର ମୁଖ୍ୟ ଆବେ ଫାଟକରେ ବିସ୍ଫୋରଣ ଘଟିଛି। ତେବେ ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ଆମେରିକା ସମେତ ବିଭିନ୍ନ ପାଶ୍ଚାତ୍ୟ ଦେଶ ସେମାନଙ୍କ ନାଗରିକଙ୍କ ଲାଗି ଏକ ଚେତାବନୀ ଜାରି କରିଥିଲେ। ବିମାନ ବନ୍ଦର ନିକଟରେ ଆତ୍ମଘାତି ବିସ୍ଫୋରଣ ହୋଇପାରେ ବିଭିନ୍ନ ଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ବିମାନ ବନ୍ଦରଠାରୁ ଦୂରକୁ ଚାଲି ଯିବାକୁ କୁହାଯାଇଥିଲା।

Share