ବାଣ ଭିଡ଼ୁଭିଡୁ ବିସ୍ଫୋରଣ: ଉଡିଲା ଆଜବେଷ୍ଟ ଜଣେ ଗୁରୁତର

ବୈଶିଙ୍ଗା,୫।୧୦(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ବାଛୁରୀପଡା ଗ୍ରାମରେ ରବିବାର ସକାଳେ ଭୟଙ୍କର ବାଣ ବିସ୍ଫୋରଣରେ ସନ୍ତୋଷ ଦାସଙ୍କ ୩୦ ବର୍ଷିୟ ପୁଅ ସୁନିଲ ଗୁରତର ହୋଇଛନ୍ତି। ସେ ବାଣ ଭିଡୁଥିବା ବେଳେ ଗୁରୁତର ହେବା ସହିତ ତାଙ୍କ ଆଜବେଷ୍ଟସ ଘର ଭାଙ୍ଗି ସମ୍ପୂର୍ଣ୍ଣ ଭାବେ ଉଡ଼ି ଯାଇଥିବା ଦେଖିବାକୁ ମିଳିଛି। ବିସ୍ଫୋରଣର ଶବ୍ଦ ୫ କିମି ଦୂର ପର୍ଯ୍ୟନ୍ତ ଶୁଣା ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଥିବା ଯୋଗୁ ପ୍ରଥମେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶର ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ ପ୍ରଶାସନ ପକ୍ଷରୁ ବାରମ୍ବାର ବାରଣ ସତ୍ତ୍ୱେ ଏହି ଗ୍ରାମ ସହିତ ଆଖପାଖ ଗ୍ରାମର ସଂଖ୍ୟାଧିକ ଲୋକ ବିନା ସୁରକ୍ଷାରେ ଓ ବିନା ଲାଇସେନ୍ସରେ ବର୍ଷ ତମାମ ବାଣ ଓ ଆତସବାଜି ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। କାହିଁ କେଉଁ କାଳରୁ ଏହାକୁ ସେମାନେ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ନେଇଛନ୍ତି। ଏହି ବ୍ୟବସାୟ ପାଇଁ ସେମାନଙ୍କୁ ସବୁବେଳେ ବାରୁଦ ସମେତ ବିଭିନ୍ନ ପ୍ରକାରର ବିସ୍ଫୋରକ ସାମଗ୍ରୀ ଅଧିକ ମାତ୍ରାରେ ଗଚ୍ଛିତ କରି ରଖିବାକୁ ପଡ଼ିଥାଏ। ଯାହା ଫଳରେ ଅନେକ ସମୟରେ ସାମାନ୍ୟ ଅସାବଧାନତା କାରଣରୁ ବିସ୍ଫୋରଣ ଘଟି ଧନ ଓ ଜୀବନ ଉଭୟ ଯାଉଥିବା ଘଟଣା ଘଟୁଛି। ତେବେ ନିକଟରେ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ସୁଶ୍ରୀ ମିନତୀ ବିଶ୍ବାଳଙ୍କ ନିର୍ଦ୍ଦେଶରେ ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ନେତୃତ୍ୱରେ ପୋଲିସ ଟିମ ଚଢାଉ କରି ସାତ ଜଣଙ୍କୁ ଗିରଫ କରଛି। ଏହା ସହିତ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏହା ସତ୍ତ୍ୱେ ସମ୍ପୃକ୍ତ ଗ୍ରାମମାନଙ୍କରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନାହିଁ। ପୂର୍ବଭଳି ଖୁଲମଖୁଲା ଆତସବାଜି ସାମଗ୍ରୀ ନିର୍ମାଣ କାର୍ଯ୍ୟ ଚାଲିଛି।ଅନିଲଙ୍କ ମା’ ଶାନ୍ତିଲତା ଦାସ, ସ୍ତ୍ରୀ କ୍ରିଷ୍ଣା ଦାସ, ସାନ ଭାଇ ସୁନୀଲ ଦାସ ମଧ୍ୟ ଆହତ ହୋଇ ସ୍ଥାନୀୟ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଫେବୃଆରୀରୁ ରାଜ୍‌ କରିବେ ଏହି ୩ ରାଶି, ଗତି ପରିବର୍ତ୍ତନ କରିବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ

ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଗ୍ରହମାନଙ୍କର ରାଜା ମଧ୍ୟ ବିବେଚନା କରାଯାଏ। ଏହା ବ୍ୟତୀତ ସୂର୍ଯ୍ୟ…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ,…

ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା, ମନ୍ତ୍ରୀ କହିଲେ ଦୀପାଳିଙ୍କ ମନ୍ତବ୍ୟ ଦେଖି…

ଭୁବନେଶ୍ୱର,୩୦ା୧: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ। ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

କେନ୍ଦୁପତ୍ର କର୍ମଚାରୀ, ତୋଳାଳିଙ୍କ ପ୍ରତି ଅଣଦେଖା ମନୋଭାବ: ବର୍ଷସାରା କାମ ଯୋଗାଇବାକୁ ଦାବି

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳିଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ବର୍ଷସାରା କାମ ଯୋଗାଇବା ବଦଳରେ କେବଳ ସାମୟିକ ତଥା…

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଔଷଧ ପୋଡ଼ି, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ମହାକାଳପଡ଼ା, ୩୦ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗ୍ରାମାଞ୍ଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନଙ୍କର ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ…

ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri