ବାଣ ଭିଡ଼ୁଭିଡୁ ବିସ୍ଫୋରଣ: ଉଡିଲା ଆଜବେଷ୍ଟ ଜଣେ ଗୁରୁତର

ବୈଶିଙ୍ଗା,୫।୧୦(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ବାଛୁରୀପଡା ଗ୍ରାମରେ ରବିବାର ସକାଳେ ଭୟଙ୍କର ବାଣ ବିସ୍ଫୋରଣରେ ସନ୍ତୋଷ ଦାସଙ୍କ ୩୦ ବର୍ଷିୟ ପୁଅ ସୁନିଲ ଗୁରତର ହୋଇଛନ୍ତି। ସେ ବାଣ ଭିଡୁଥିବା ବେଳେ ଗୁରୁତର ହେବା ସହିତ ତାଙ୍କ ଆଜବେଷ୍ଟସ ଘର ଭାଙ୍ଗି ସମ୍ପୂର୍ଣ୍ଣ ଭାବେ ଉଡ଼ି ଯାଇଥିବା ଦେଖିବାକୁ ମିଳିଛି। ବିସ୍ଫୋରଣର ଶବ୍ଦ ୫ କିମି ଦୂର ପର୍ଯ୍ୟନ୍ତ ଶୁଣା ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଥିବା ଯୋଗୁ ପ୍ରଥମେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶର ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ ପ୍ରଶାସନ ପକ୍ଷରୁ ବାରମ୍ବାର ବାରଣ ସତ୍ତ୍ୱେ ଏହି ଗ୍ରାମ ସହିତ ଆଖପାଖ ଗ୍ରାମର ସଂଖ୍ୟାଧିକ ଲୋକ ବିନା ସୁରକ୍ଷାରେ ଓ ବିନା ଲାଇସେନ୍ସରେ ବର୍ଷ ତମାମ ବାଣ ଓ ଆତସବାଜି ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। କାହିଁ କେଉଁ କାଳରୁ ଏହାକୁ ସେମାନେ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ନେଇଛନ୍ତି। ଏହି ବ୍ୟବସାୟ ପାଇଁ ସେମାନଙ୍କୁ ସବୁବେଳେ ବାରୁଦ ସମେତ ବିଭିନ୍ନ ପ୍ରକାରର ବିସ୍ଫୋରକ ସାମଗ୍ରୀ ଅଧିକ ମାତ୍ରାରେ ଗଚ୍ଛିତ କରି ରଖିବାକୁ ପଡ଼ିଥାଏ। ଯାହା ଫଳରେ ଅନେକ ସମୟରେ ସାମାନ୍ୟ ଅସାବଧାନତା କାରଣରୁ ବିସ୍ଫୋରଣ ଘଟି ଧନ ଓ ଜୀବନ ଉଭୟ ଯାଉଥିବା ଘଟଣା ଘଟୁଛି। ତେବେ ନିକଟରେ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ସୁଶ୍ରୀ ମିନତୀ ବିଶ୍ବାଳଙ୍କ ନିର୍ଦ୍ଦେଶରେ ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ନେତୃତ୍ୱରେ ପୋଲିସ ଟିମ ଚଢାଉ କରି ସାତ ଜଣଙ୍କୁ ଗିରଫ କରଛି। ଏହା ସହିତ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏହା ସତ୍ତ୍ୱେ ସମ୍ପୃକ୍ତ ଗ୍ରାମମାନଙ୍କରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନାହିଁ। ପୂର୍ବଭଳି ଖୁଲମଖୁଲା ଆତସବାଜି ସାମଗ୍ରୀ ନିର୍ମାଣ କାର୍ଯ୍ୟ ଚାଲିଛି।ଅନିଲଙ୍କ ମା’ ଶାନ୍ତିଲତା ଦାସ, ସ୍ତ୍ରୀ କ୍ରିଷ୍ଣା ଦାସ, ସାନ ଭାଇ ସୁନୀଲ ଦାସ ମଧ୍ୟ ଆହତ ହୋଇ ସ୍ଥାନୀୟ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

ମିଶାଇଲ ଆକ୍ରମଣ ପରେ କେମିତି ବଞ୍ଚିଗଲେ ଇରାନର ନୂଆ ସୁପ୍ରିମ ଲିଡର, ଲିକ ଅଡିଓ ଖୋଲିଲା ଗୁମର!

ତେହରାନ୍‌,୧୭।୩: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଫେବୃଆରୀ ୨୮ରେ ହୋଇଥିବା ଏକ ଆମେରିକୀୟ-ଇସ୍ରାଏଲୀୟ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏକ ଲିକ ହୋଇଥିବା ଅଡିଓ…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ତଣ୍ଟିରେ ଲାଗିଗଲା ରସଗୋଲା: ଆଉ ତା’ପରେ ଘଟିଲା, ଜାଣିଲେ ହେବେ ଚକିତ

ଜାମସେଦପୁର,୧୭ା୩:ବିବାହ ଉତ୍ସବରେ ଭୋଜି ଖାଇବାବେଳେ ତଣ୍ଟିରେ ରସଗୋଲା ଲାଖିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତ ଶନିବାର ଏଠାକାର ମାଲିୟାନ୍ତା…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

ଏୟାରଷ୍ଟ୍ରାଇକ ପରେ ତାଲିବାନର ବଡ଼ ଘୋଷଣା, ଆଉ ଆଲୋଚନା ନୁହେଁ-ପାକିସ୍ତାନ ଉପରେ ପ୍ରତିଶୋଧ….

ନୂଆଦିଲ୍ଲୀ,୧୭।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଘର୍ଷ ଏବେ ଏକ ମାସ ଅତିକ୍ରମ କରିବାକୁ ଯାଉଛି। ତଥାପି,…

ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଭାଜପା ନେତାଙ୍କୁ ଛୁରୀ ଭୁଷି ହତ୍ୟା

ଗୋରଖପୁର,୧୭।୩: ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶ ଗୋରଖପୁରର ଚିଲୁଆତାଲ ପୋଲିସ ଷ୍ଟେଶନ ଅଞ୍ଚଳର ସୀମା ମଧ୍ୟରେ ଥିବା ବରଗଡୱାରେ ଜଣେ ଭାଜପା ନେତାଙ୍କ ର୍ନିମମ ହତ୍ୟା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri