ବସ୍‌ଷ୍ଟାଣ୍ଡରେ ବୋମା ବିସ୍ଫୋରଣ: ଜଣେ ମୃତ, ୧୫ ଆହତ

ଜେରୁଜେଲମ,୨୩ା୧୧: ଇସ୍ରାଏଲର ରାଜଧାନୀ ଜେରୁଜେଲମରେ ବୁଧବାର ଦୁଇଟି ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପ୍ରଥମ ବିସ୍ଫୋରଣ ଏକ ବସ୍‌ଷ୍ଟାଣ୍ଡ ନିକଟରେ ଘଟିଥିଲା। ଯାତ୍ରୀମାନେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଦ୍ୱିତୀୟ ବିସ୍ଫୋରଣ ସହରର ଉତ୍ତରରେ ଥିବା ରାମୋଟ ଅଞ୍ଚଳରେ ଘଟିଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଂସ୍ଥା ଏହି ବିସ୍ଫୋରଣ ପାଇଁ ଦାୟୀ ବୋଲି କୁହାଯାଇନାହିଁ। ତେବେ ଏହା ପାଲେଷ୍ଟାଇନ ଆକ୍ରମଣ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଇସ୍ରାଏଲ-ପାଲେଷ୍ଟାଇନ ତିକ୍ତତା ମଧ୍ୟରେ ଏହି ଆକ୍ରମଣ ହୋଇଥିଲା। କିଛି ଦିନ ପୂର୍ବରୁ ଇସ୍ରାଏଲ ସୈନିକମାନେ ଓ୍ବେଷ୍ଟବ୍ୟାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ  ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା।

Share