ପେନସିଲଭାନିଆରେ ବିସ୍ଫୋରଣ: ୨ ମୃତ, ୮ ଆହତ…

ଓ୍ବାଶିଂଟନ,୨୫।୩ : ଆମେରିକାର ପେନସିଲଭାନିଆରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ପେନସିଲଭାନିଆର ଏକ ଚକୋଲେଟ କାରଖାନାରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଲୋକ ଆହତ ହୋଇଥିବାବେଳେ ୯ ଜଣ ମଧ୍ୟ ନିଖୋଜ ଅଛନ୍ତି।

ପଶ୍ଚିମ ରିଡିଂର ପାଲମେର୍‌ କମ୍ପାନୀ ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣରେ ଏଭଳି ଘଟିଛି ବୋଲି ପଶ୍ଚିମ ରିଡିଂ ବୋରୋ ପୋଲିସ ବିଭାଗର ପୋଲିସ ମୁଖ୍ୟ ୱେନ ହୋଲବେନ ନିଶ୍ଚିତ କରିଛନ୍ତି।

ଏହି ବିସ୍ଫୋରଣରେ ଏକ କୋଠା ନଷ୍ଟ ହୋଇଯାଇଥିବାବେଳେ ଏହା ପାଖରେ ଥିବା କୋଠା ମଧ୍ୟ ନଷ୍ଟ ହୋଇଯାଇଛି।

ଏକ ଗଣମାଧ୍ୟମ ସମ୍ମିଳନୀରେ ହୋଲଡେନ  କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ ଚାଲିଛି।

ଫିଲାଡେଲଫିଆର ପ୍ରାୟ ୯୬ କିଲୋମିଟର ଉତ୍ତର-ପଶ୍ଚିମ କାରଖାନାର ଅଞ୍ଚଳରୁ ଦୂରେଇ ରହିବାକୁ ବାସିନ୍ଦାଙ୍କୁ ନିର୍ଦ୍ଦେଶ ଦିଆଯାଇଛି

Share