Categories: ଜାତୀୟ

ଜିଲା ଅଦାଲତରେ ବିସ୍ଫୋରଣ, ୨ ମୃତ, ୫ରୁ ଅଧିକ ଆହତ…

ଲୁଧିୟାନା, ୨୩।୧୨: ପଞ୍ଜାବର ଲୁଧିୟାନା ଜିଲା ଅଦାଲତରେ ଗୁରୁବାର ବିସ୍ଫୋରଣ ଘଟିଛି। ଅଦାଲତର ଦ୍ୱିତୀୟ ମହଲାରେ ବିସ୍ଫୋରଣ ଘଟିବାରୁ ଲୋକେ ଭୟରେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ଫଳରେ ଦଳାଚକଟା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୫ରୁ ଅଧିକ ଜଣ ଆହତ ହୋଇଥିବା କୁହାଯାଉଛି।

ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ଏଠାରେ ଥିବା ଲୋକେ କହିଛନ୍ତି। ଆଖପାଖର କୋଠା ଏହାଯୋଗୁ ଥରି ଉଠିଥିଲା। ବିସ୍ପୋରଣ ମଧ୍ୟାହ୍ନ ୧୨ଟା ୨୦ ସମୟରେ ହୋଇଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଖବର ପାଇ ୬ ମହଲା ବିଶିଷ୍ଟ ଜିଲା କୋର୍ଟ ପରିସରରେ ପୋଲିସ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Share