Categories: ଜାତୀୟ

ବେଙ୍ଗାଲୁରୁରେ ବିସ୍ଫୋରଣ

ବେଙ୍ଗାଲୁରୁ,୨୩।୯: କର୍ନାଟକର ନୂଆ ତାରାଗୁପେଟ ଅଞ୍ଚଳରେ ଥିବା ଏକ ଷ୍ଟୋରେଜରେ ବୁଧବାର ରାତିରେ
ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ବାଙ୍ଗାଲୁରର ଦକ୍ଷିଣ ଡେପୁଟି କମିଶନର ହରିଶ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ଯେ, ପଙ୍କଚର ଦୋକାନ ପାଖ ଏକ ଗୋଡାଉନରେ ବିସ୍ଫୋରଣ ଘଟିଛି। ପଙ୍କଚର ଦୋକାନରେ କାମ କରୁଥିବା ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସିଲିଣ୍ଡର ବିସ୍ଫୋରଣ କିମ୍ବା କ୍ରାକର କି ସର୍ଟ ସର୍କିଟ ଦ୍ୱାରା ହୋଇଥିବା ବିସ୍ଫୋରଣ ନୁହେଁ। ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ସହ ବିସ୍ଫୋରଣର କାରଣ ଅନୁସନ୍ଧାନ କରାଯାଉଥିବା ସେ କହିଛନ୍ତି।

Share