Categories: ଜାତୀୟ

ଅକ୍ସିଜେନ୍‌ ପ୍ଲାଣ୍ଟରେ ବିସ୍ଫୋରଣ: ୩ ମୃତ

ଲକ୍ଷ୍ନୌ, ୬।୫: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଚିନହାଟ ଅଞ୍ଚଳରେ ଥିବା ଏକ ଅକ୍ସିଜେନ୍‌ ରିଫିଲିଂ ପ୍ଲାଣ୍ଟରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। କର୍ମଚାରୀମାନେ ଗୋଟିଏ ସିଲିଣ୍ଡର ରିଫିଲିଂ କରୁଥିବାବେଳେ ଏହା ବିସ୍ଫୋରଣ ହୋଇଥିଲା। ଫଳରେ ସମ୍ପୂର୍ଣ୍ଣ ରିଫିଲିଂ ଷ୍ଟେଶନରେ ନିଆଁ ଲାଗିଯାଇଥିଲା। ସେଠାରେ ସିଲିଣ୍ଡର ରିଫିଲିଂ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯିବା ସହ ଦଳାଚକଟା ହୋଇଥିଲା। ଘଟଣାସ୍ଥଳରେ ଜିଲାପାଳ ଓ ପୋଲିସ କମିଶନର ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବିସ୍ଫୋରଣର କାରଣ ଜଣାପଡ଼ିନାହିଁ।

Share