Categories: ଜାତୀୟ

ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସଭାରେ ବିସ୍ଫୋରଣ…

ନାଳନ୍ଦା, ୧୨।୪ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ସଭାରେ ବିସ୍ଫୋରଣ ଘଟିଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ୧୫ରୁ ୧୮ ଫୁଟ ଦୂରରେ ଏହି ବିସ୍ଫୋରଣ ଘଟିଛି। କେହିଜଣେ ଶକ୍ତିଶାଳୀ ବାଣରେ ନିଅଁ ଲଗାଇଥିବା କୁହାଯାଉଛି। ତେବେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଦୌଡ଼ାଦୌଡ଼ି କରିବାରେ ଲାଗିଥିଲେ।

ନାଳନ୍ଦା ଜିଲାର ସିଲାବଠାରେ ଥିବା ଗାନ୍ଧି ହାଇସ୍କୁଲରେ ଏକ କାର୍ଯ୍ୟକ୍ରମ ସମୟରେ କେହି ଜଣେ ବାଣ ଫୁଟାଇଥିଲେ। ପୋଲିସ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ମଞ୍ଚ ପଛରେ ଥିବା ଚାଷ ଜମିରେ ବାଣ ଫୁଟାଯାଇଥିବା କୁହାଯାଉଛି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପାଓ୍ବାପୁରୀ ଯାଇଥିଲେ। ସେଠାରୁ ସେ ସିଲାବରେ ପହଞ୍ଚିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ରାଜଗିରି ଯିବାର କାର୍ଯ୍ୟକ୍ରମ ଥିଲା।

Share