ରାସାୟନିକ କାରଖାନାରେ ବିସ୍ଫୋରଣ, ୧୩୩ ଆହତ…

ତେହେରାନ, ୧୫।୬ : ଇରାନର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ୧୩୩ ଜଣ ଆହତ ହୋଇଛନ୍ତି। ଦେଶର ସରକାରୀ ଟେଲିଭିଜନ କହିଛି ଯେ ତେହେରାନର ଦକ୍ଷିଣରୁ ପ୍ରାୟ ୭୭୦ କିଲୋମିଟର ଦୂରରେ ଥିବା ଫାର୍ସ ପ୍ରଦେଶର ଦକ୍ଷିଣରେ ଥିବା ଫିରୋଜାବାଦ ସହରର ଥିବା ଏକ ରାସାୟନିକ କାରଖାନାରେ ଥିବା ଆମୋନିୟମ ଟ୍ୟାଙ୍କରେ ଏହି ବିସ୍ଫୋରଣ ଘଟିଛି।

ଆହତ ୧୩୩ଜଣଙ୍କ ମଧ୍ୟରୁ ୧୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ କାରଖାନା କର୍ମଚାରୀ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share