ରୋଗ ବାଣ୍ଟି ଚିକିତ୍ସାରେ ଶୋଷଣ

ଯାଜପୁର ଅଫିସ,୩।୭:ଯାଜପୁର ଜିଲା କଳିଙ୍ଗନଗରରେ ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଡୁବୁରୀ ଛକ ନିକଟରେ ୨୦୧୫ ଅଗଷ୍ଟରେ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ବିସ୍ଥାପିତମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏବେ ତାହା ପାଳନ କରାଯାଉନାହିଁ। ଟାଟା ଷ୍ଟିଲ କାରଖାନାର ପ୍ରଦୂଷଣରେ ପ୍ରଭାବିତ ଓ ବିସ୍ଥାପିତ ବାସିନ୍ଦା କିଡ୍‌ନୀ, ଯକ୍ଷ୍ମା ଆଦି ଧୂଳିଧୂଆଁ ଓ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲରେ ପରୀକ୍ଷା ଓ ଚିକିତ୍ସା ବାବଦରେ ଅର୍ଥ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଏପରି କି ଶିଳ୍ପ ଦ୍ୱାରା ପ୍ରଦୂଷଣଜନିତ ରୋଗ ବାଣ୍ଟି ଚିକିତ୍ସା ନଁାରେ ଅର୍ଥ ହରିଲୁଟ ଟାଟା ଷ୍ଟିଲ୍‌ ହସ୍ପିଟାଲର ନୀତି ହୋଇଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
କଳିଙ୍ଗନଗରରେ ଶିଳ୍ପାୟନ ପରେ ଦୂଷିତ ବାୟୁ, ଜଳ ଓ ଧୂଳିଧୂଆଁ ପ୍ରଭାବରେ କିଡ୍‌ନୀ ଓ ଯକ୍ଷ୍ମା ରୋଗ ବୃଦ୍ଧି ପାଇଛି। ଗତ ୧୫ ବର୍ଷ ମଧ୍ୟରେ କଳିଙ୍ଗନଗରର ଦୁଇଟି ଡାକ୍ତରଖାନାର ଆକଳନରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଧୂଳିଧୂଆଁ, ଜଳ ଓ ବାୟୁ ପ୍ରଦୂଷଣରେ ଆକ୍ରାନ୍ତ ହୋଇସାରିଛନ୍ତି। ଗାଡ଼ପୁର, ଢୋଲପଥର, ଗୋବରଘାଟି, ଚାନ୍ଦିଆ, ବାଲିଗୋଠ, ଟାଟା ବିସ୍ଥାପିତ କଲୋନୀ, ସାରଙ୍ଗପୁର, କୁମୁଡିସାହି, ମାନପୁର-ସୁଆଲୋ ଆଦି ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ କିଡ୍‌ନୀ ଓ ଯକ୍ଷ୍ମା ରୋଗରେ ମୃତ୍ୟୁ ହୋଇସାରିଛି। ଏଭଳି ସ୍ଥିତିରେ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ ପ୍ରତିଷ୍ଠା ପରେ ଶିଳ୍ପାୟନ ଦ୍ୱାରା ପ୍ରଭାବିତ ଲୋକଙ୍କ ମଧ୍ୟରେ ଆରୋଗ୍ୟ ହେବାର ଆଶା ସୃଷ୍ଟି କରିଥିଲା। ଏଠାରେ ବିସ୍ଥାପିତ କିଡ୍‌ନୀ ରୋଗୀଙ୍କ ଡାଏଲିସିସ୍‌ କରାଯାଇ ବିସ୍ଥାପିତମାନଙ୍କୁ ମାଗଣାରେ ଚିକିତ୍ସା କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ କେବଳ ଡାଏଲିସିସ୍‌ ବାବଦରେ ବିସ୍ଥାପିତ ଓ ସାଧାରଣ ଲୋକଙ୍କଠାରୁ ୧୨୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି। ଏହାବାଦ ଅନ୍ୟାନ୍ୟ ପରୀକ୍ଷା ଓ ଚିକିତ୍ସା ବାବଦରେ ମାତ୍ରାଧିକ ଅର୍ଥ ନିଆଯାଉଥିବା ଅଭିଯୋଗ ହୋଇଛି। ପୂର୍ବରୁ ସୁକିନ୍ଦା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ଅର୍ଥ ପାଇଁ ଚିକିତ୍ସା ନ କରି ଫେରାଇ ଦେବା ପରେ ଆନ୍ଦୋଳନ ଭଳି ପରିସ୍ଥିତି ଉପୁଜିଥିଲା। ସେହିପରି ୨୩ା୧ା୨୦୧୮ରେ ଦାନଗଦି ବ୍ଲକ ତ୍ରିଜଙ୍ଗା ଗ୍ରାମର ଜଣେ ଗରିବ ଲୋକଙ୍କ ମୃତ୍ୟୁ ପରେ ଟଙ୍କା ପାଇଁ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ କର୍ତ୍ତୃପକ୍ଷ ଶବକୁ ବନ୍ଧା ପକାଇବା ଭଳି ଘଟଣା ଘଟିଛି।
ବିଡ଼ମ୍ବନା ଯେ, ଏହି ଟାଟା ହସ୍ପିଟାଲରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ସହାୟତାରେ ଚିକିତ୍ସା ହେଉ ନ ଥିବା ଅଭିଯୋଗ ହୋଇଛି। ପୂର୍ବରୁ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ଉପରୋକ୍ତ ଯୋଜନା ସହାୟତାରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ କଳିଙ୍ଗନଗରର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ନିର୍ଦ୍ଦେଶ ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ।
ବାଲିଗୋଠ ଗ୍ରାମର ବିସ୍ଥାପିତ ସାଧୁରାମ କାଲୁଣ୍ଡିଆ କୁହନ୍ତି, ଟାଟା ଷ୍ଟିଲ୍‌ ପ୍ରଦୂଷଣରେ ଶତାଧିକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲକୁ ଚିକିତ୍ସା ପାଇଁ ଗଲେ ବିଭିନ୍ନ ପରୀକ୍ଷା ବାବଦରେ ବିପୁଳ ଟଙ୍କା ଲୁଟି ନେଉଛନ୍ତି। ସେହି ପରୀକ୍ଷା ବାବଦରେ ବିଲ୍‌ ଜମା କରିବା ପରେ କମ୍ପାନୀରୁ ଟଙ୍କା ମିଳିବ ବୋଲି କହୁଛନ୍ତି। କିନ୍ତୁ ବିଲ୍‌ ଜମା କରିବା ପରେ କିଛି ମିଳୁନାହିଁ। ବିସ୍ଥାପିତ ବାବଦକୁ ବାର୍ଷିକ ପାଉଣା ମଧ୍ୟ ବୃଦ୍ଧି ହେଉନାହିଁ ବୋଲି ସେ କହିଛନ୍ତି। ବିସ୍ଥାପିତ ନେତ୍ରୀ ସିନି ସଏ କୁହନ୍ତି, ଗୁଳିକାଣ୍ଡରେ ଶହୀଦ ହୋଇଥିବା କେତେକ ପରିବାରଙ୍କୁ ଏ ଯାଏ ଠିକ୍‌ ଭାବେ ଥଇଥାନ କରାଯାଇନାହିଁ। ଟାଟା ମେଡିକା ହସ୍ପିଟାଲକୁ ଚିକିତ୍ସା ପାଇଁ ଗଲା ମାତ୍ରେ ସାଧାରଣ ରୋଗକୁ ମଧ୍ୟ କିଡ୍‌ନୀ ରୋଗ ବୋଲି କହି ଡାଏଲିସିସ ବାହାନାରେ ଟଙ୍କା ଆଦାୟ କରାଯାଉଛି।
ଏ ସଂକ୍ରାନ୍ତରେ ଟାଟା ମେଡିକାର ଇନ୍‌ଚାର୍ଜ ସୁଧାଂଶୁ ଶେଖର ସୂତାରଙ୍କୁ ପଚାରିବାରୁ ସେ କହିଛନ୍ତି, ଡାଏଲିସିସ ପାଇଁ ୧୫୦୦ ଟଙ୍କା ଏବଂ ବିପିଏଲ୍‌ ପରିବାରଙ୍କଠାରୁ ୧୨୦୦ ଟଙ୍କା ନିଆଯାଉଛି। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ବିଜୁ କୃଷକ କଲ୍ୟାଣ ଯୋଜନାର ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଜଣେ ସ୍ବତନ୍ତ୍ର ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଆଇନ ଅନୁଯାୟୀ ଏହି କାର୍ଡଧାରୀଙ୍କୁ ସୁବିଧା ଦିଆଯାଉଛି। ଏହାସହ ଟାଟା ଷ୍ଟିଲ୍‌ ଓ ହସ୍ପିଟାଲ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ରୋଗୀଙ୍କଠାରୁ ଅର୍ଥ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri