ବୋଲ୍ଡ ହେବାର ରାଜ୍‌ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡ ଫଟୋ ଶେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମିତିକି ଏହି ବୋଲ୍ଡନେସକୁ ନେଇ ସେ ଅଧିକାଂଶ ସମୟରେ ଟ୍ରୋଲ୍‌ ବି ହୋଇଥାନ୍ତି। ଏପରିକି ଅନେକ ୟୁଜର ସୋସିଆଲ ମିଡିଆରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥାନ୍ତି।

ଉର୍ଫି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ପ୍ରତିଦିନ ତାଙ୍କ ଭିଡିଓ ଏବଂ ଫଟୋ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଶେୟାର କରିଥାନ୍ତି। ଆଜି ଉର୍ଫି ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ଅଫ୍‌ ସୋଲ୍‌ଜର ଡ୍ରେସ୍‌ ପିନ୍ଧିଛନ୍ତି। ଏଥିରେ ସେ ଖୁବ୍‌ ହଟ୍‌ ଦିଶୁଛନ୍ତି।

ଏପରି ବୋଲ୍ଡନେସର କାରଣ ବି କହିଛନ୍ତି ଉର୍ଫି। ଏକ ଛୋଟ ଭୁଲ ବୁଝାମଣା ହେତୁ ପରିବାର ସହ ତାଙ୍କର ସମ୍ପର୍କ ଭଲ ନ ଥିଲା ବୋଲି ଉର୍ଫି ଏକ ସାକ୍ଷାତକାରରେ କହିଛନ୍ତି। ଦୁଇ ବର୍ଷ ଧରି ମାନସିକ ନିର୍ଯାତନା ଭୋଗିବା ପରେ ନିଜର ଯତ୍ନ ନେଇଥିଲେ। ବର୍ତ୍ତମାନ ସେ ମନୋରଞ୍ଜନ ଜଗତରେ ନିଜ ପାଇଁ ଏକ ନାମ ସୃଷ୍ଟି କରିଛନ୍ତି। ତାଙ୍କ ପୋଷାକକୁ ନେଇ ଯିଏ ଯାହା କହିଲେ ବି ଏହା ତାଙ୍କୁ ଏକ ପରିଚୟ ଦେଇଛି। ଉର୍ଫି ନାମରେ ଏବେ ତାଙ୍କୁ ସମସ୍ତେ ଜାଣୁଛନ୍ତି।

Share