ଅବଧି ସରିଲାଣି, ପାଣି ମିଳୁନି

ଯାଜପୁର,୨୨ା୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାରେ ମୋଟ ୧୫୯୭ ଗ୍ରାମ ମଧ୍ୟରୁ ପ୍ରାୟ ୫୦୦ ଗ୍ରାମରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ଅବଶିଷ୍ଟ ଗ୍ରାମରେ ଆସନ୍ତା ୨୦୨୪ ସୁଦ୍ଧା ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି। ଏଥିପାଇଁ ଜିଲାରେ ୧୦ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। କିନ୍ତୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ରିପୋର୍ଟକୁ ଅବଲୋକନ କଲେ ଏଇ ଗ୍ରୀଷ୍ମ ମାସ ପୂର୍ବରୁ ଲୋକେ ସ୍ବଚ୍ଛ ପାଣି ପାଇବା ନେଇ ସଂଶୟ ସୃଷ୍ଟି ହୋଇଛି। ନିର୍ମାଣ ଦାୟିତ୍ୱରେ ଥିବା ଅଣଓଡ଼ିଆ ଠିକାସଂସ୍ଥାର ବେଲଗାମ ଓ ଲାଭଖୋର ମନୋବୃତ୍ତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମତପ୍ରକାଶ ପାଇଛି। ଫଳରେ ଜିଲାର ଏକାଧିକ ଗ୍ରାମର ଲୋକେ ଏବେ ବି ଖୋଲା କୂଅର ପାଣି ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି।
ଯାଜପୁର ଜିଲା ଚଣ୍ଡିଖୋଲ ଜଳଯୋଗାଣ ଓ ପରିମଳ ଖଣ୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇଁ ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମବିଏଡିସି) ଏବଂ ରୁରାଲ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ(ଆରଆଇଡିଏଫ୍‌)ରୁ ମଞ୍ଜୁର ଅର୍ଦ୍ଧାଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ହେଲେ କୌଣସିଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଲୋକଙ୍କ କାମରେ ଲାଗି ପାରିନାହିଁ। ଏନ୍‌ସିସି ଠିକାସଂସ୍ଥା ପକ୍ଷରୁ ଖଣି ପ୍ରଭାବିତ ସୁକିନ୍ଦା ବ୍ଲକରେ ଓଏମ୍‌ବିଏଡିସି ପାଣ୍ଠିରୁ ୨୩୫.୯ କୋଟି ଟଙ୍କାର ୩ଟି ମେଗା ଜଳଯୋଗାଣ ପ୍ରକଳ୍ପ ୨୦୧୭-୧୮ରୁ କାର୍ଯ୍ୟକାରୀ ହେଉଛି। ଗତ ଡିସେମ୍ବର ସୁଦ୍ଧା ୨୩୦.୯୪ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ୨୪ଟି ଓ ୧୯ଟି ଖଣି ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି। ହେଲେ ବାସ୍ତବରେ ଏବେ ବି ୧୫ରୁ ଊର୍ଦ୍ଧ୍ୱ ତଳିଆ ଅଞ୍ଚଳର ଗ୍ରାମବାସୀ ପାଇପ୍‌ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷେ ୫୨ଟି ଖଣି ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ନିର୍ମାଣାଧୀନ ତୃତୀୟ ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହିସବୁ ପ୍ରକଳ୍ପ ଗତ ୩୦ା୧୧ା୨୦୨୩ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏନ୍‌ସିସି ଠିକାସଂସ୍ଥାର ନିମ୍ନମାନର କାର୍ଯ୍ୟ ସହ ଅବହେଳା କାରଣରୁ ଖଣି ପ୍ରଭାବିତ ଲୋକଙ୍କ ସ୍ବପ୍ନ ପୂରଣ ହୋଇ ପାରିନାହିଁ।
ବଡ଼ଚଣା, ଧର୍ମଶାଳା ଓ ରସୁଲପୁର ବ୍ଲକର ୧ ପଞ୍ଚାୟତ ପାଇଁ ୩୫୧.୪୪ କୋଟି ଟଙ୍କାର ମେଗା ପ୍ରକଳ୍ପକୁ ୩୦ା୧୨ା୨୦୨୩ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସଂପୃକ୍ତ ଠିକାସଂସ୍ଥା ମେଘା ଇଞ୍ଜିନିୟରିଂ ଏଥିରେ ବିଫଳ ହୋଇଛି। ଦଶରଥପୁର ବ୍ଲକବାସୀଙ୍କ ପାଇଁ ୧୯୧.୮୫ କୋଟି ଟଙ୍କାରେ ନିର୍ମାଣ ହେଉଥିବା ପ୍ରକଳ୍ପକୁ ମଧ୍ୟ ୩୦ା୧୨ା୨୦୨୩ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିଲେ ହେଁ ମେଘା ଇଞ୍ଜିନିୟରିଂ ଠିକାସଂସ୍ଥା ସମ୍ପୂର୍ଣ୍ଣ କରିବାକୁ ଆଉ ପ୍ରାୟ ୨ ବର୍ଷ ସମୟ ଲାଗିପାରେ ବୋଲି ମତପ୍ରକାଶ ପାଇଛି। ଧର୍ମଶାଳା ଓ ରସୁଲପୁର ବ୍ଲକ ପାଇଁ ୨୬୧.୪୬ କୋଟି ଟଙ୍କାରେ ନିର୍ମିତ ମେଗା ପ୍ରକଳ୍ପ ୨୪ା୨ା୨୦୨୪ ସୁଦ୍ଧା ସାରିବାକୁ ଠିକାସଂସ୍ଥା କେଇସିକୁ ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ୧୦୮.୮୩ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। କିନ୍ତୁ ଉକ୍ତ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ରହିଛି। ଶିଳ୍ପ ସମୃଦ୍ଧ ଦାନଗଦି ବ୍ଲକର ୧୨୪ ଗ୍ରାମ ପାଇଁ ୧୩୫.୮୪ କୋଟି ଟଙ୍କାରେ କେଇସି ଠିକାସଂସ୍ଥା ପକ୍ଷରୁ ମେଗା ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହି ପ୍ରକଳ୍ପକୁ ୨୪ା୨ା୨୦୨୪ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ପ୍ରକଳ୍ପର ଅର୍ଦ୍ଧାଧିକ କାର୍ଯ୍ୟ ବାକି ପଡିଛି। ଯାଜପୁର ଓ ବିଞ୍ଝାରପୁର ବ୍ଲକବାସୀଙ୍କ ପାଇଁ ୪୧୮.୮୭ କୋଟି ଟଙ୍କାରେ ମେଘା ଇଞ୍ଜିନିୟରିଂ ଠିକାସଂସ୍ଥା ମେଗା ପ୍ରକଳ୍ପ କାମ କରୁଛି। ଏହି ପ୍ରକଳ୍ପକୁ ୨୨ା୩ା୨୦୨୪ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ୧୦% କାମ ବି ସରି ନ ଥିବା ଜଣାପଡିଛି। ବରୀ ବ୍ଲକର ୮୯ ଗ୍ରାମ ଓ କୋରେଇ ବ୍ଲକର ୧୫୮ ଗ୍ରାମବାସୀଙ୍କ ପାଇଁ ୧୩୮.୫୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପକୁ ୧୪ା୩ା୨୦୨୫ ସୁଦ୍ଧା ସାରିବାକୁ ଠିକାସଂସ୍ଥା କେପିଆଇଏଲକୁ ଦାୟିତ୍ୱ ମିଳିଛି। ହେଲେ କାର୍ଯ୍ୟ ପ୍ରାୟ ୫ ପ୍ରତିଶତ ବି ସରି ନ ଥିବା ରିପୋର୍ଟରୁ ସୂଚନା ମିଳିଛି। ଏଭଳି ଭାବେ ଜିଲାର ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ଏକପ୍ରକାର ପ୍ରହସନ ବୋଲି ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କ୍ଷେତ୍ରମୋହନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ସୁକିନ୍ଦା ଅଞ୍ଚଳର ମେଗା ଜଳଯୋଗାଣ ପ୍ରକଳ୍ପ ପ୍ରାୟ ଶେଷ ହୋଇ ସାରିଛି। କିନ୍ତୁ କେତେକ ସ୍ଥାନରେ ଉକ୍ତ ପାଣିକୁ ଚାଷ କାର୍ଯ୍ୟରେ ବିନିଯୋଗ କରାଯାଉଥିବାରୁ ଶେଷ ମୁଣ୍ଡକୁ ପାଣି ପହଞ୍ଚିାବାରେ ବାଧ ସୃଷ୍ଟି ହେଉଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବାକି ମେଗା ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri