ଅବଧି ସରିଲାଣି, ପାଣି ମିଳୁନି

ଯାଜପୁର,୨୨ା୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାରେ ମୋଟ ୧୫୯୭ ଗ୍ରାମ ମଧ୍ୟରୁ ପ୍ରାୟ ୫୦୦ ଗ୍ରାମରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ଅବଶିଷ୍ଟ ଗ୍ରାମରେ ଆସନ୍ତା ୨୦୨୪ ସୁଦ୍ଧା ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି। ଏଥିପାଇଁ ଜିଲାରେ ୧୦ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। କିନ୍ତୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ରିପୋର୍ଟକୁ ଅବଲୋକନ କଲେ ଏଇ ଗ୍ରୀଷ୍ମ ମାସ ପୂର୍ବରୁ ଲୋକେ ସ୍ବଚ୍ଛ ପାଣି ପାଇବା ନେଇ ସଂଶୟ ସୃଷ୍ଟି ହୋଇଛି। ନିର୍ମାଣ ଦାୟିତ୍ୱରେ ଥିବା ଅଣଓଡ଼ିଆ ଠିକାସଂସ୍ଥାର ବେଲଗାମ ଓ ଲାଭଖୋର ମନୋବୃତ୍ତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମତପ୍ରକାଶ ପାଇଛି। ଫଳରେ ଜିଲାର ଏକାଧିକ ଗ୍ରାମର ଲୋକେ ଏବେ ବି ଖୋଲା କୂଅର ପାଣି ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି।
ଯାଜପୁର ଜିଲା ଚଣ୍ଡିଖୋଲ ଜଳଯୋଗାଣ ଓ ପରିମଳ ଖଣ୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇଁ ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମବିଏଡିସି) ଏବଂ ରୁରାଲ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ(ଆରଆଇଡିଏଫ୍‌)ରୁ ମଞ୍ଜୁର ଅର୍ଦ୍ଧାଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ହେଲେ କୌଣସିଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଲୋକଙ୍କ କାମରେ ଲାଗି ପାରିନାହିଁ। ଏନ୍‌ସିସି ଠିକାସଂସ୍ଥା ପକ୍ଷରୁ ଖଣି ପ୍ରଭାବିତ ସୁକିନ୍ଦା ବ୍ଲକରେ ଓଏମ୍‌ବିଏଡିସି ପାଣ୍ଠିରୁ ୨୩୫.୯ କୋଟି ଟଙ୍କାର ୩ଟି ମେଗା ଜଳଯୋଗାଣ ପ୍ରକଳ୍ପ ୨୦୧୭-୧୮ରୁ କାର୍ଯ୍ୟକାରୀ ହେଉଛି। ଗତ ଡିସେମ୍ବର ସୁଦ୍ଧା ୨୩୦.୯୪ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ୨୪ଟି ଓ ୧୯ଟି ଖଣି ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି। ହେଲେ ବାସ୍ତବରେ ଏବେ ବି ୧୫ରୁ ଊର୍ଦ୍ଧ୍ୱ ତଳିଆ ଅଞ୍ଚଳର ଗ୍ରାମବାସୀ ପାଇପ୍‌ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷେ ୫୨ଟି ଖଣି ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ନିର୍ମାଣାଧୀନ ତୃତୀୟ ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହିସବୁ ପ୍ରକଳ୍ପ ଗତ ୩୦ା୧୧ା୨୦୨୩ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏନ୍‌ସିସି ଠିକାସଂସ୍ଥାର ନିମ୍ନମାନର କାର୍ଯ୍ୟ ସହ ଅବହେଳା କାରଣରୁ ଖଣି ପ୍ରଭାବିତ ଲୋକଙ୍କ ସ୍ବପ୍ନ ପୂରଣ ହୋଇ ପାରିନାହିଁ।
ବଡ଼ଚଣା, ଧର୍ମଶାଳା ଓ ରସୁଲପୁର ବ୍ଲକର ୧ ପଞ୍ଚାୟତ ପାଇଁ ୩୫୧.୪୪ କୋଟି ଟଙ୍କାର ମେଗା ପ୍ରକଳ୍ପକୁ ୩୦ା୧୨ା୨୦୨୩ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସଂପୃକ୍ତ ଠିକାସଂସ୍ଥା ମେଘା ଇଞ୍ଜିନିୟରିଂ ଏଥିରେ ବିଫଳ ହୋଇଛି। ଦଶରଥପୁର ବ୍ଲକବାସୀଙ୍କ ପାଇଁ ୧୯୧.୮୫ କୋଟି ଟଙ୍କାରେ ନିର୍ମାଣ ହେଉଥିବା ପ୍ରକଳ୍ପକୁ ମଧ୍ୟ ୩୦ା୧୨ା୨୦୨୩ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିଲେ ହେଁ ମେଘା ଇଞ୍ଜିନିୟରିଂ ଠିକାସଂସ୍ଥା ସମ୍ପୂର୍ଣ୍ଣ କରିବାକୁ ଆଉ ପ୍ରାୟ ୨ ବର୍ଷ ସମୟ ଲାଗିପାରେ ବୋଲି ମତପ୍ରକାଶ ପାଇଛି। ଧର୍ମଶାଳା ଓ ରସୁଲପୁର ବ୍ଲକ ପାଇଁ ୨୬୧.୪୬ କୋଟି ଟଙ୍କାରେ ନିର୍ମିତ ମେଗା ପ୍ରକଳ୍ପ ୨୪ା୨ା୨୦୨୪ ସୁଦ୍ଧା ସାରିବାକୁ ଠିକାସଂସ୍ଥା କେଇସିକୁ ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ୧୦୮.୮୩ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। କିନ୍ତୁ ଉକ୍ତ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ରହିଛି। ଶିଳ୍ପ ସମୃଦ୍ଧ ଦାନଗଦି ବ୍ଲକର ୧୨୪ ଗ୍ରାମ ପାଇଁ ୧୩୫.୮୪ କୋଟି ଟଙ୍କାରେ କେଇସି ଠିକାସଂସ୍ଥା ପକ୍ଷରୁ ମେଗା ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହି ପ୍ରକଳ୍ପକୁ ୨୪ା୨ା୨୦୨୪ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ପ୍ରକଳ୍ପର ଅର୍ଦ୍ଧାଧିକ କାର୍ଯ୍ୟ ବାକି ପଡିଛି। ଯାଜପୁର ଓ ବିଞ୍ଝାରପୁର ବ୍ଲକବାସୀଙ୍କ ପାଇଁ ୪୧୮.୮୭ କୋଟି ଟଙ୍କାରେ ମେଘା ଇଞ୍ଜିନିୟରିଂ ଠିକାସଂସ୍ଥା ମେଗା ପ୍ରକଳ୍ପ କାମ କରୁଛି। ଏହି ପ୍ରକଳ୍ପକୁ ୨୨ା୩ା୨୦୨୪ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ୧୦% କାମ ବି ସରି ନ ଥିବା ଜଣାପଡିଛି। ବରୀ ବ୍ଲକର ୮୯ ଗ୍ରାମ ଓ କୋରେଇ ବ୍ଲକର ୧୫୮ ଗ୍ରାମବାସୀଙ୍କ ପାଇଁ ୧୩୮.୫୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପକୁ ୧୪ା୩ା୨୦୨୫ ସୁଦ୍ଧା ସାରିବାକୁ ଠିକାସଂସ୍ଥା କେପିଆଇଏଲକୁ ଦାୟିତ୍ୱ ମିଳିଛି। ହେଲେ କାର୍ଯ୍ୟ ପ୍ରାୟ ୫ ପ୍ରତିଶତ ବି ସରି ନ ଥିବା ରିପୋର୍ଟରୁ ସୂଚନା ମିଳିଛି। ଏଭଳି ଭାବେ ଜିଲାର ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ଏକପ୍ରକାର ପ୍ରହସନ ବୋଲି ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କ୍ଷେତ୍ରମୋହନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ସୁକିନ୍ଦା ଅଞ୍ଚଳର ମେଗା ଜଳଯୋଗାଣ ପ୍ରକଳ୍ପ ପ୍ରାୟ ଶେଷ ହୋଇ ସାରିଛି। କିନ୍ତୁ କେତେକ ସ୍ଥାନରେ ଉକ୍ତ ପାଣିକୁ ଚାଷ କାର୍ଯ୍ୟରେ ବିନିଯୋଗ କରାଯାଉଥିବାରୁ ଶେଷ ମୁଣ୍ଡକୁ ପାଣି ପହଞ୍ଚିାବାରେ ବାଧ ସୃଷ୍ଟି ହେଉଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବାକି ମେଗା ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri