୮୯୯ ଜଣଙ୍କୁ ଏକ୍ସପାୟର ଭାକ୍ସିନ୍‌: ପୁଣି ଦିଆଯିବ ଡୋଜ୍‌…

ଓ୍ବାଶିଂଟନ,୧୬।୬: ଆମେରିକାରେ ଜାରି ରହିଥିବା ସାବର୍ଜନୀକ ଟିକାକରଣ ଅଭିଯାନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଟାଇମ୍ସ୍‌ ସ୍କୋୟାରଠାରେ ଥିବା ଟିକାଦାନ କେନ୍ଦ୍ରରେ ୮୯୯ ଜଣଙ୍କ ଫାଇଜର ଭାକ୍ସିନ୍‌ର ଏକ୍ସପାୟର ଡୋଜ୍‌ ଦିଆଯାଇଛି। ଜୁନ୍‌ ୫ରୁ ଜୁନ୍‌ ୧୦ ମଧ୍ୟରେ ଏଭଳି ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏକ୍ସପାୟର ଭାକ୍ସିନ୍‌ର ଡୋଜ୍‌ ନେଇଥିବା ଲୋକଙ୍କ ଶୀଘ୍ର ନୂଆ ଡୋଜ୍‌ ଦେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଲୋକଙ୍କୁ ଏକ୍ସପାୟର ଭାକ୍ସିନ୍‌ ଦିଆଯାଇଥିବା ସମ୍ପର୍କରେ ଜୁନ୍‌ ୧୫ରେ ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଭାକ୍ସିନ୍‌ ପ୍ରଦାନ କାର୍ଯ୍ୟ ଜାରି ରଖିଥିବା କମ୍ପାନୀ ଏଟିସି ଭାକ୍ସିନେଶନ ସର୍ଭିସେଜ୍‌ ପକ୍ଷରୁ ଏନେଇ ଦୁଃଖ ପ୍ରକାଶ କରାଯାଇଛି। ତେବେ ଏକ୍ସପାୟର ଭାକ୍ସିନ୍‌ର ଡୋଜ୍‌ ନେଇଥିବା ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମାତ୍ର ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

Share