ବିଶେଷଜ୍ଞଙ୍କ ଚେତାବନୀ, ବିଶ୍ୱକୁ ବଞ୍ଚାଇବାକୁ ଆମ ନିକଟରେ ବାକି ଅଛି ମାତ୍ର ୨ ବର୍ଷ

ଲଣ୍ଡନ,୧୧।୪: ଜାତିସଂଘର ଜଳବାୟୁ ମୁଖ୍ୟ ସାଇମନ ଷ୍ଟିଏଲ କହିଛନ୍ତି ଯେ ଖରାପ ଜଳବାୟକୁ ପରିବର୍ତ୍ତନ କରିବାକୁ ସରକାର, ବ୍ୟବସାୟୀ ନେତା ଏବଂ ବିକାଶ ବ୍ୟାଙ୍କଗୁଡିକ ନିକଟରେ ମାତ୍ର ୨ ବର୍ଷ ସମୟ ଅଛି। ଲଣ୍ଡନର କ୍ୟାଥମ ହାଉସ ଥିଙ୍କ ଟ୍ୟାଙ୍କରେ ସାଇମନ ଷ୍ଟିଏଲ ସମାବେଶକୁ ସମ୍ବୋଧିତ କରି ଏହା କହିଥିଲେ।
ଏକ ନୂତନ ପିଢିର ଜାତୀୟ ଜଳବାୟୁ ପରିଯୋଜନା ସହିତ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିବାର ଏକ ସୁଯୋଗ ଅଛି। କିନ୍ତୁ ଆମକୁ ଶୀଘ୍ର ଏହି ପ୍ରକଳ୍ପର ଆବଶ୍ୟକତା ରହିଛି ବୋଲି ଷ୍ଟିଏଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱକୁ ବଞ୍ଚାଇବା ପାଇଁ କାହା ନିକଟରେ ଦୁଇ ବର୍ଷ ଅଛି? ଉତ୍ତର ହେଉଛି ପୃଥିବୀରେ ରହୁଥିବା ସମସ୍ତ ଲୋକଙ୍କ ନିକଟରେ।
ସେ କହିଛନ୍ତି ଯେ, ଅଧିକରୁ ଅଧିକ ଲୋକ ସମାଜ ତଥା ରାଜନୀତି କ୍ଷେତ୍ରରେ ଜଳବାୟୁ ଉପରେ କାମ କରିବାକୁ ଚାହୁଁଛନ୍ତି କାରଣ ସେମାନେ ଜଳବାଯୁ ସଙ୍କଟର ପ୍ରଭାବକୁ ସେମାନଙ୍କର ଦୈନନ୍ଦିନ ଜୀବନ ଏବଂ ଘରୋଇ ବଜେଟରେ ଅନୁଭବ କରୁଛନ୍ତି। ଷ୍ଟିଏଲ କହିଛନ୍ତି ଯେ ଜଳବାୟୁ ସଙ୍କଟ ପ୍ରସଙ୍ଗ ଏକ ଜନଗହଳି ପୂର୍ଣ୍ଣ ବିଶ୍ୱ ଏଜେଣ୍ଡାର ଏକ ଅଂଶ ପାଲଟିଛି। ଯେତେବେଳେ କି ବିକାଶଶୀଳ ଦେଶମାନଙ୍କୁ ସ୍ବଚ୍ଛ ଶକ୍ତି ଯୋଗାଇବା ଏବଂ ଅତ୍ୟଧିକ ପରିବର୍ତ୍ତନଶୀଳ ପାଣିପାଗର ମୁକାବିଲା ପାଇଁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସମଗ୍ର ବିଶ୍ୱ ଏକତ୍ରିତ ହେବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ଅଣଦେଖା କରିବା ସଙ୍କଟର ସମାଧାନ ନୁହେଁ ଯାହା ପ୍ରତ୍ୟେକ ଜି ୨୦ ଅର୍ଥନୀତିକୁ ନଷ୍ଟ କରିଦେବ। ଏହା ପୂର୍ବରୁ ହିଁ କ୍ଷତି ଘଟାଇବା ଆରମ୍ଭ କରି ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri