ଅଭିଜ୍ଞତାରୁ ସଫଳ ଉଦ୍ୟୋଗୀ

ଯାଜପୁର ଜିଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ସେ ନିଜ ଉଦ୍ୟମ ଓ ଅଭିଜ୍ଞତାରୁ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ଏପରିକି ଉଚ୍ଚ ଶିକ୍ଷା ସମାପ୍ତ ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଚ୍ଚତର ଶିକ୍ଷା ଏବଂ ଇଗ୍ନୁରୁ ସାମ୍ବାଦିକତା ଶେଷ କରିଛନ୍ତି। ସେହିଭଳି ସାମ୍ବାଦିକତାରୁ ବୃତ୍ତି ଆରମ୍ଭ କରିଥିବା ଜଣେ ଉତ୍ସାହୀ ଯୁବକ ପାରିବାରିକ ବ୍ରତ ପ୍ରତି ବେଶ୍‌ ସତର୍କ ଏବଂ ସ୍ବାଭିମାନୀ ଥିଲେ। ଫଳରେ ବୃତ୍ତି ସହିତ ବ୍ରତକୁ ମଧ୍ୟ ସମତୁଲ ଭାବେ ଅନୁପାଳନ କରି ଚାଲୁଥିଲାବେଳେ ଏକ ସୁଯୋଗ ପରିଶେଷରେ ତାଙ୍କୁ ଜଣେ ସଫଳ ଉଦ୍ୟୋଗୀରେ ପରିଣତ କରାଇଛି। ସେହି ସଫଳ ଉଦ୍ୟୋଗୀ ତଥା ବରିଷ୍ଠ ସାମ୍ବାଦିକ ଏବଂ ଫାଷ୍ଟ୍‌ କମ୍ୟୁନିକେଶନର ସ୍ବତ୍ୱାଧିକାରୀ(ପ୍ରୋପ୍ରାଇଟର) ତ୍ରିନୟନ ରଥଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ….

ପ୍ର- ଓଡ଼ିଶା ବଜାରରେ ବିଜ୍ଞାପନ ସଂସ୍ଥାର ଭୂମିକା କିଭଳି ରହିଛି?
ଉ- ଓଡ଼ିଶା ବଜାରରେ ବିଜ୍ଞାପନ ସଂସ୍ଥାର ଯଥେଷ୍ଟ ଭୂମିକା ରହିଛି। ଏପରିକି ଦିନକୁ ଦିନ ବିଜ୍ଞାପନ ସଂଖ୍ୟା ବଢୁଥିବାରୁ ବଜାରରେ ପ୍ରତିଷ୍ଠିତ ବିଜ୍ଞାପନ ସଂସ୍ଥାର ଚାହିଦା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ଗୁଣାତ୍ମକ ସେବାକୁ ଅଧିକ ଗୁରୁତ୍ୱ ଦିଆଯାଉଥିତ୍ବାରୁ ସଂସ୍ଥା (ବ୍ରାଣ୍ଡ୍‌)ର ସ୍ଥିତିକୁ ସୁଦୃଢ଼ ବା ଉପସ୍ଥିତିକୁ ପ୍ରାଧାନ୍ୟ (ବ୍ରାଣ୍ଡ୍‌ ଏଷ୍ଟାବ୍ଲିଶ) ଦେବାକୁ ପଡିଥାଏ।
ପ୍ର- ବଜାରରେ ବ୍ରାଣ୍ଡ୍‌ର ସ୍ବତନ୍ତ୍ରତା କ’ଣ ରହିଛି?
ଉ- ବଜାରରେ ଅନେକ ବିଜ୍ଞାପନଭିତ୍ତିକ ସଂସ୍ଥା ରହିଥିବାବେଳେ ଗ୍ରାହକ ଆମକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଭାବିବା ଅପେକ୍ଷା କାର୍ଯ୍ୟରେ କରି ଦେଖାଇବାକୁ ଆମେ ଅଧିକ ପସନ୍ଦ କରିଥାଉ। କାରଣ ଆମେ କେବେ ବି ଗ୍ରାହକଙ୍କୁ ଅସନ୍ତୁଷ୍ଟ ବା କରିପାରିବୁ ନାହିଁ (ନେଭର ସେ ଟୁ ନୋ) ବୋଲି କହି ନ ଥାଉ। ଗ୍ରାହକଙ୍କ ଆବଶ୍ୟକତା ପୂରଣ ସହିତ ଗୁଣାତ୍ମକ ସେବା ପ୍ରଦାନକୁ ଆମେ ସର୍ବଦା ପ୍ରାଧାନ୍ୟ ଦେଇଥାଉ।
ପ୍ର- ମିଡିଆ କ୍ଷେତ୍ରରୁ ମିଡିଆ ମ୍ୟାନେଜମେଣ୍ଟର ଯାତ୍ରା କିଭଳି ରହିଛି?
ଉ- ୯୦ଦଶକରେ ଓଡ଼ିଶାର ମିଡିଆ ସେହି ଅନୁସାରେ ବିକଶିତ ହୋଇ ନ ଥିଲା। ସେହି ସମୟରେ ଇଗ୍ନୁରୁ ସାମ୍ବାଦିକତାରେ ଉଚ୍ଚତର ଶିକ୍ଷା ଶେଷ କରିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ଏକ ଖବରକାଗଜର ପ୍ରତିନିଧି ଭାବେ କାର୍ଯ୍ୟ ଆରମ୍ଭ କରିଥିଲି। ଦୀର୍ଘ ୧୫ବର୍ଷ ପର୍ଯ୍ୟନ୍ତ ଉଭୟ ଖବରକାଗଜ ଓ ଟେଲିଭିଜନ ଦୁନିଆରେ କାମ କରିବା ମଧ୍ୟରେ ଏକ ସୁଯୋଗ ଓ ଉତ୍ସାହରୁ ମିଡିଆ ମ୍ୟାନେଜମେଣ୍ଟ (ବିଜ୍ଞାପନଭିତ୍ତିକ କାର୍ଯ୍ୟ) କାର୍ଯ୍ୟ ୨୦୦୯ରୁ ଆରମ୍ଭ କରିଥିଲି।
ପ୍ର-ବ୍ରାଣ୍ଡ୍‌ର ବ୍ୟବସାୟିକ ସମ୍ପ୍ରସାରଣ ଯୋଜନା କିଛି ରହିଛି କି?
ଉ- ବ୍ୟବସାୟରେ ପ୍ରତିଷ୍ଠିତ ଓ ଉପସ୍ଥିତି ମୁଦ୍ରାର ଦୁଇଟି ପାର୍ଶ୍ୱଭଳି କାର୍ଯ୍ୟ କରିଥାଏ। ସେହି ଅନୁସାରେ ବ୍ୟବସାୟ ସମ୍ପ୍ରସାରଣର ଆବଶ୍ୟକତା ମଧ୍ୟ ରହିଛି। ବର୍ତ୍ତମାନ ସମୟରେ ଆମେ ଓଡ଼ିଶା ସମେତ କୋଲକାତା, ଦିଲ୍ଲୀ, ଗୁଆହାଟୀ, ଜୟପୁର, ଚେନ୍ନାଇ ଏବଂ ହାଇଦ୍ରାବାଦ ଭଳି ପ୍ରମୁଖ ସହରରେ ବ୍ରାଣ୍ଡ୍‌ର ଉପସ୍ଥିତି ରହିଥିଲାବେଳେ ଆଗାମୀ ଦିନରେ ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ସହରରେ ଶାଖା ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି।
ପ୍ର-ଆଶାୟୀ ଯୁବୋଦ୍ୟୋଗୀଙ୍କ ସମ୍ପର୍କରେ କ’ଣ କହିବେ?
ଉ- ବର୍ତ୍ତମାନ ସମୟର ଯୁବଗୋଷ୍ଠୀଙ୍କ ନିକଟରେ ସହନଶୀଳତା ଓ ଧୈର୍ଯ୍ୟର ଯଥେଷ୍ଟ ଅଭାବ ରହିଛି। ଯେହେତୁ ଏହି କ୍ଷେତ୍ର ଏକ ଦାୟିତ୍ୱବାନ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପରିଚାଳନା କରିଥାଏ। ସେଥିପାଇଁ ଆମକୁ ସେହି ଅନୁସାରେ ପ୍ରସ୍ତୁତ ହେବା ସହିତ ଦକ୍ଷ ଓ ଅଭିଜ୍ଞ ମାନବ ସମ୍ବଳର ଆବଶ୍ୟକତା ରହିଛି।
ପ୍ର- ଗ୍ରାହକ ସନ୍ତୁଷ୍ଟିକୁ କିଭଳି ଗୁରୁତ୍ୱ ଦେଇଥାନ୍ତି?
ଉ- ବ୍ୟବସାୟରେ ଗ୍ରାହକ ସର୍ବେସର୍ବା (ଗରାଖ ଈଶ୍ୱର) ହୋଇଥିଲାବେଳେ ଆମେ ଗ୍ରାହକଙ୍କ ଆବଶ୍ୟକତା ଓ ଚାହିଦା ପୂରଣକୁ ପ୍ରାଥମିକତା ଦେଇଥାଉ।
ପ୍ର-ପ୍ରତିଯୋଗିତାମୂଳକ ବ୍ୟବସାୟ ଓ ଶିଳ୍ପକୁ ଆପଣ କିଭଳି ଦେଖୁଛନ୍ତି?
ଉ-ପ୍ରତିଯୋଗିତା ସବୁ ସ୍ତର ଓ ବ୍ୟବସାୟରେ ଥାଏ, ହେଲେ ବିଜ୍ଞାପନଭିତ୍ତିକ ସଂସ୍ଥାର ପ୍ରତିଯୋଗିତା ଭିନ୍ନ ଏକ ପ୍ରକାରର ହୋଇଥାଏ। ପ୍ରତିଯୋଗିତାକୁ ପଛରେ ପକାଇ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ଆମେ ସର୍ବଦା ଗୁରୁତ୍ୱ ଦେଇଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: କମିଟିରେ ଯୋଡ଼ିହେଲେ ନୂତନ କର୍ମକର୍ତ୍ତା, ସ୍ବଚ୍ଛତା ପାଇଁ ୩୦ ଦିନରେ…

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri