ଦାମୀ ମୁଦି

ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମୁଦିର ବି ରହିଥାଏ ବିଶେଷ ଭୂମିକା। ବେଳେବେଳେ କେତେକ ମୁଦି ବ୍ୟକ୍ତିଙ୍କର ଆଭିଜାତ୍ୟକୁ ମଧ୍ୟ ଦର୍ଶାଇଥାଏ। କାରଣ ସେଥିରେ ଲାଗିଥାଏ ଚକଚକିଆ ଆକର୍ଷଣୀୟ ହୀରା, ଯାହାର ଦାମ୍‌ ହୋଇଥାଏ ଆକାଶଛୁଆଁ। ଆଉ ଯାହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। କେବଳ ବିତ୍ତଶାଳୀ ବା ଧନବାନ୍‌ ଲୋକ ହିଁ ଏହାକୁ କିଣିବା ପାଇଁ ଚିନ୍ତା କରିପାରିବେ…

*ଓ୍ବିଟଲ୍ସବାଚ୍‌ ଗ୍ରାଫ୍‌ ଡାଇମଣ୍ଡ ରିଂ: ଏହି ମୁଦିଟିରେ ୩୧.୦୬ କ୍ୟାରେଟ୍‌ ବିଶିଷ୍ଟ ଏକ ଡିପ୍‌ ବ୍ଲୁ କଲର୍‌ର ଡାଇମଣ୍ଡ ବା ହୀରା ଲାଗିଛି। ଏହି ହୀରାଟିକୁ ପ୍ରଥମେ ଅଷ୍ଟ୍ରିଆ ଓ ବୋବାରିୟନ୍‌ କ୍ରାଉନ୍‌ ଜୁଏଲେରି ମାର୍କେଟ୍‌ରେ ଦେଖିବାକୁ ମିଳିଥିଲା। ପରେ ଏହାକୁ ଲଣ୍ଡନର ଜଣେ ଜୁଏଲେରି ମାଲିକ କିଣି ନେଇ ତାକୁ ପଲିସ୍‌ କରି ସେଥିରେ ଏକ ସୁନ୍ଦର ମୁଦି ତିଆରି କରିଥିଲେ। ଆଉ ଯେତେବେଳେ ଏହାକୁ ନିଲାମ କରାଗଲା, ଏହାର ମୂଲ୍ୟ ହେଲା ପ୍ରାୟ ୮୦ ମିଲିୟନ୍‌ ଡଲାର୍‌।

* ପିଙ୍କ୍‌ ଷ୍ଟାର୍‌ ଡାଇମଣ୍ଡ୍‌ ରିଂ: ଗୋଲାପୀ ରଙ୍ଗର ଏହି ହୀରାଟି ଆଫ୍ରିକାର ଏକ ଖଣି ଖନନ ସମୟରେ ମିଳିଥିଲା। ସେତେବେଳେ ପାଖାପାଖି ଦୁଇ ବର୍ଷ ଲାଗିଥିଲା ଏହାକୁ କାଟିକି ପଲିଶ୍‌ କରି ଠିକ୍‌ ଆକାର ଦେବା ପାଇଁ। ପଲିଶ୍‌ ହେବା ପରେ ଏହା ୫୯.୬୦ କ୍ୟାରେଟ୍‌ ବିଶିଷ୍ଟ ଏକ ସୁନ୍ଦର ହୀରାରେ ପରିଣତ ହୋଇଥିଲା। ଆଉ ଯେତେବେଳେ ଏହି ହୀରାରୁ ଏକ ମୁଦି ତିଆରି କରି ବିକିବା ପାଇଁ ନିଲାମ ଡକାଗଲା, ସେତେବେଳେ ଈଶାକ୍‌ ଉଲ୍ଫ ନାମକ ଜଣେ ବ୍ୟକ୍ତି ୭୨ ମିଲିୟନ୍‌ ଡଲାର୍‌ରେ ଏହାକୁ କିଣି ନେଇଥିଲେ।

*ଦ ଗ୍ରାଫ୍‌ ପିଙ୍କ୍‌ ଡାଇମଣ୍ଡ ରିଂ: ଆଜକୁ ପ୍ରାୟ ୬୦ ବର୍ଷ ତଳେ ହଂକଂରେ ହେଉଥିବା ଏକ ନିଲାମରେ ଏହି ମୁଦିଟି ଲୋକଲୋଚନକୁ ଆସିଥିଲା। ୨୪.୭୮ କ୍ୟାରେଟ୍‌ ବିଶିଷ୍ଟ ଗୋଲାପୀ ରଙ୍ଗର ହୀରା ଲାଗିଥିବା ଏହି ମୁଦି ସେ ସମୟରେ ପ୍ରାୟ ୪୬.୨ ମିଲିୟନ୍‌ ଡଲାରରେ ବିକ୍ରି ହୋଇଥିଲା। ଆଉ ସେତେବେଳେ ଏହାକୁ ହାରି ଓ୍ବିନ୍‌ଷ୍ଟନ୍‌ ନାମକ ଜଣେ ଲୋକପ୍ରିୟ ଗହଣା ବ୍ୟବସାୟୀ କିଣିଥିଲେ ବୋଲି ସୂଚନା ରହିଛି।

* ଦ ଓ୍ବିନଷ୍ଟନ୍‌ ବ୍ଲୁ ଡାଇମଣ୍ଡ ରିଂ: ଆଖିର ଲୁହ ବୁନ୍ଦା ଆକାର ବା ଆଲମଣ୍ଡ ଆକାରର ଏହି ହୀରା ଦେଖିବାକୁ ଯେମିତି ଆକର୍ଷଣୀୟ ସେମିତି ଏହାର ଦାମ୍‌ ବି ଆକାଶଛୁଆଁ। ୧୩.୨୨ କ୍ୟାରେଟ୍‌ ବିଶିଷ୍ଟ ଏହି ହୀରାଟି ଦକ୍ଷିଣ ଆଫ୍ରିକାରୁ ମିଳିଥିଲା। ଏହାକୁ ଅନେକ ବିତ୍ତଶାଳୀ ଲୋକ କିଣାବିକା କରିବା ପରେ ଶେଷରେ ଏହା ୨୦୧୪ ମସିହାରେ ଆମେରିକାର ଜେମୋଲୋଜିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ହାତକୁ ଆସିଥିଲା, ଆଉ ସେଠାରେ ଏହାକୁ ଓ୍ବିନ୍‌ଷ୍ଟନ୍‌ ବ୍ଲୁ ଡାଇମଣ୍ଡ ଭାବେ ସାର୍ଟିଫାଏଡ୍‌ କରାଗଲା। ପରେ ଏହାକୁ ଦକ୍ଷିଣ ଆଫ୍ରିକାର ଜଣେ ଜୁଏଲେରି ମାଲିକ ପ୍ରାୟ ୨୩.୮ ମିଲିୟନ୍‌ ଡଲାର୍‌ ଦେଇ କିଣି ନେଇଥିଲେ।

*ପରଫେକ୍ଟ ପିଙ୍କ୍‌ ଡାଇମଣ୍ଡ ରିଂ: ଆୟତାକାର ଆକୃତିର ଏହି ଗୋଲାପୀ ରଙ୍ଗର ହୀରାଟି ହେଉଛି ୧୪.୨୩ କ୍ୟାରେଟ୍‌ ବିଶିଷ୍ଟ। ହଂକଂରେ ଅନୁଷ୍ଠିତ ହୋଇଥିବା ଏକ ନିଲାମିରେ ଏହି ହୀରା ମୁଦିଟି ପ୍ରାୟ ୨୩.୨ ମିଲିୟନ୍‌ ଡଲାରରେ ବିକ୍ରି ହୋଇଥିଲା।

*ଦ ଭିଭିଡ୍‌ ୟେଲୋ ରିଂ: ଏହାକୁ ଅନେକେ ଡ୍ରିମ୍‌ ଡାଇମଣ୍ଡ ରିଂ ବୋଲି ବି କହିଥାନ୍ତି। ହଳଦିଆ ରଙ୍ଗର ଏହି ହୀରା ମୁଦିଟିର ମୂଲ୍ୟ ଏକ ନିଲାମିରେ ପ୍ରାୟ ୧୬.୩ ମିଲିୟନ୍‌ ଡଲାର ଧାର୍ଯ୍ୟ କରାଯାଇଥିଲା।

*ଚୋପାର୍ଡ ବ୍ଲୁ ଡାଇମଣ୍ଡ ରିଂ: ଓଭାଲ୍‌ ଶେପ୍‌ର ଏହି ବ୍ଲୁ ଡାଇମଣ୍ଡ ରିଂରେ ଯେଉଁ ବ୍ୟାଣ୍ଡ ଲାଗିଛି, ତାହାବି ୧୮ କ୍ୟାରେଟ୍‌ ବିଶିଷ୍ଟ ହ୍ବାଇଟ୍‌ ଗୋଲ୍ଡରେ ତିଆରି ହୋଇଛି। ଏଥିସହିତ ସେହି ବ୍ୟାଣ୍ଡର ଉଭୟ ପଟେ ଦୁଇଟି ଛୋଟ ଛୋଟ ଧଳା ରଙ୍ଗର ହୀରା ମଧ୍ୟ ଖଚିତ ହୋଇଛି, ଯାହାକି ଏହି ମୁଦିକୁ ଆକର୍ଷଣୀୟ ଲୁକ୍‌ ଦେଉଛି। ସେଥିପାଇଁ ଏହାର ମୂଲ୍ୟ ୧୬.୨୬ ମିଲିୟନ୍‌ ଡଲାର୍‌ ରଖାଯାଇଛି। ତେବେ ଏହି ମୁଦିଟି ସୁଇସ୍‌ କମ୍ପାନୀ ଅନ୍ତର୍ଗତ ଚୋପାର୍ଡ ଜୁଏଲେରି ଦ୍ୱାରା ତିଆରି ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି।

*ଦ ବୁଲ୍‌ଗାରୀ ବ୍ଲୁ ରିଂ: ଏହି ମୁଦିରେ ଦୁଇ ପ୍ରକାର ରଙ୍ଗର ହୀରା ଲାଗିଛି। ଗୋଟିଏ ହେଉଛି ୯.୮୭ କ୍ୟାରେଟ୍‌ ବିଶିଷ୍ଟ ଧଳା ରଙ୍ଗର ହୀରା ଏବଂ ଅନ୍ୟଟି ହେଉଛି ୧୦.୯୫ କ୍ୟାରେଟ୍‌ ବିଶିଷ୍ଟ ବ୍ଲୁ କଲର୍‌ର ହୀରା। ତା’ସାଙ୍ଗକୁ ଏକାଧିକ ଛୋଟ ଛୋଟ ଧଳା ରଙ୍ଗର ହୀରା ବି ଏହି ମୁଦିରେ ଖଚିତ ହୋଇଛି। ତେବେ ୧୯୭୦ ମସିହାରେ ଏହି ମୁଦିଟିର ଆନୁମାନିକ ମୂଲ୍ୟ ୫ ମିଲିୟନ୍‌ ଡଲାର୍‌ ହେବା କଥା, କିନ୍ତୁ ସେତେବେଳେ ହୋଇଥିବା ଏକ ନିଲାମିରେ ଏହା ୧୫.୭ ମିଲିୟନ୍‌ ଡଲାରରେ ବିକ୍ରି ହୋଇଥିଲା।

*ଦ ଭିଭିଡ୍‌ ପିଙ୍କ୍‌ ରିଂ: ୫ କ୍ୟାରେଟ୍‌ ବିଶିଷ୍ଟ ହାଲୁକା ଗୋଲାପୀ ରଙ୍ଗର ହୀରା ଲାଗିଥିବା ଏହି ମୁଦିଟି ହଂକଂରେ ହୋଇଥିବା ଏକ ନିଲାମିରେ ପ୍ରାୟ ୧୧.୮ ମିଲିୟନ୍‌ ଡଲାର୍‌ରେ ବିକ୍ରି ହୋଇଥିଲା। ଆଉ ଏହି ହୀରାଟି ଦକ୍ଷିଣ ଆଫ୍ରିକାର ଏକ ଖଣିରୁ ମିଳିଥିଲା ବୋଲି ସୂଚନା ରହିଛି।

*ବ୍ଲୁ ଡାଇମଣ୍ଡ ରିଂ: କୁସନ୍‌ ଶେପ୍‌ର ଏହି ନୀଳ ରଙ୍ଗର ହୀରା ମୁଦିଟିରେ ୬.୦୧ କ୍ୟାରେଟ୍‌ ବିଶିଷ୍ଟ ଏକ ନୀଳ ରଙ୍ଗର ହୀରା ଲାଗିଛି। ତା’ସହିତ ଅନେକ ଛୋଟ ଛୋଟ ଧଳା ରଙ୍ଗର ହୀରା ବି ଏଥିରେ ଖଚିତ ହୋଇଛି। ତେବେ ହଂକଂରେ ହୋଇଥିବା ଏକ ନିଲାମିରେ ଏହା ୧୦ ମିଲିୟନ୍‌ ଡଲାରରେ ବିକ୍ରି ହୋଇଥିଲା ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri