ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ମହଙ୍ଗା ମାଡ଼

ପଟ୍ଟାମୁଣ୍ଡାଇ,୧୮ା୧ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କିଛିଦିନ ହେବ ଅଣ୍ଡା ଦର ହୁ ହୁ ହୋଇ ବଢ଼ି ଚାଲିବା ସହ ଡାଲି ଓ ପରିବା ଦର କ୍ରମାଗତ ଭାବେ ବଢ଼ିଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ସରକାରଙ୍କ ପକ୍ଷରୁ ଚାଲିଥିବା ସମନ୍ବିତ ଶିଶୁ ବିକାଶ ଯୋଜନା ଉପରେ। ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ଓ କିଶୋରୀଙ୍କ ଲାଗି କାର୍ଯ୍ୟକାରୀ କରାଯାଉଥିବା ପୁଷ୍ଟିକର ଖାଦ୍ୟ ପ୍ରଦାନ କ୍ଷେତ୍ରରେ ଅଙ୍ଗନୱାଡି କେନ୍ଦ୍ର ଉପରେ ମହଙ୍ଗା ମାଡ଼ ପଡ଼ିଛି। ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢୁଥିବା ୩-୬ ବର୍ଷର ଶିଶୁଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଅଙ୍ଗନୱାଡି କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକ ପିଲାଙ୍କ ପିଛା ୭ ଟଙ୍କା ୬୩ ପଇସା ଦର ଧାର୍ଯ୍ୟ ହୋଇଥିବା ବେଳେ ଅଣ୍ଡା ଦର ବୃଦ୍ଧି ଯୋଗୁ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି।
ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଥିବା ଅଙ୍ଗନଓ୍ବାଡି କର୍ମୀମାନେ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସରକାର ଅଣ୍ଡା ପ୍ରତି ୫ଟଙ୍କା ଦେଉଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଅଣ୍ଡା ଦର ଏବେ ବଜାରରେ ୯ ଟଙ୍କା ରହୁଛି। ଏହାର ଅର୍ଥ ରାଜ୍ୟ ସରକାର ଦେଉଥିବା ଟଙ୍କା ଓ ବଜାର ଦର ଭିତରେ ପାଖାପାଖି ୪ଟଙ୍କା ଫରକ ରହୁଛି। ଏଭଳି ସ୍ଥିତିରେ ଅଙ୍ଗନଓ୍ବାଡି କର୍ମୀ ନାଚାର। ସରକାରଙ୍କ ପକ୍ଷରୁ ପ୍ରତି କେନ୍ଦ୍ରକୁ ୩ରୁ ୬ ବର୍ଷର ପିଲାଙ୍କ ଲାଗି ୭ ଟଙ୍କା୬୩ ପଇସା ମିଳୁଛି। ସେଥିରୁ ସକାଳ ଜଳଖିଆ ଲାଗି ୧ଟଙ୍କା ୨୦ ପଇସା, ଗ୍ୟାସ୍‌ ପାଇଁ ୩୦ ପଇସା, ପରିବହନ ଖର୍ଚ୍ଚ ୩୦ପଇସା, ଗଲା ପରେ ମିଲ୍‌ ପାଇଁ ୫ଟଙ୍କା ୮୩ ପଇସା ରହୁଛି। ଏହି ୫ଟଙ୍କା ୮୩ ପଇସାରେ ସୋମବାର ଭାତ, ଡାଲମା,ଲେମ୍ବୁ; ମଙ୍ଗଳବାର, ଗୁରୁବାର ଭାତ, ପରିବା ତରକାରି,ଲେମ୍ବୁ, ଅଣ୍ଡା ସିଝା; ବୁଧବାର, ଶୁକ୍ରବାର, ଶନିବାର ଭାତ, ଅଣ୍ଡା ତରକାରି, ଲେମ୍ବୁ ଦେବାକୁ ପଡୁଛି। ଏଥିସହ ମାସକୁ କିଶୋରୀ ବାଳିକାଙ୍କୁ ୧୬ଟି ଅଣ୍ଡା, ଗର୍ଭବତୀ, ପ୍ରସୂତି, ୬ମାସରୁ ୩ ବର୍ଷ ପିଲାଙ୍କ ଲାଗି ୧୨ଟା ଅଣ୍ଡା ଦେବାକୁ ସରକାର ନିୟମ କରିଛନ୍ତି। ହେଲେ ଦ୍ୱିତୀୟତଃ ହରଡ଼ ଡାଲି ଓ ପରିବା ଦର କ୍ରମାଗତ ଭାବେ ବଢ଼ି ଚାଲିଛି, କମିବାର ନଁା ନେଉନାହିଁ। ଏଥିଯୋଗୁ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକ ମାନ ହ୍ରାସ ପାଉଛି। ସେଥିରେ ପୁଣି ଅଙ୍ଗନଓ୍ବାଡି କର୍ମଚାରୀ ସଂଘ ପକ୍ଷରୁ ସପ୍ତାହରେ ଥରେ ଅଣ୍ଡା ବଦଳରେ କ୍ଷୀର ଜାତୀୟ ଖାଦ୍ୟ ଦେବାକୁ ଦାବି କରାଯାଉଛି। ଅନେକ ଜାଗାରେ ଠିକ୍‌ ସମୟରେ ଅଣ୍ଡା ନ ମିଳିବାରୁ ଗଁା ଗଁାରେ ଅସନ୍ତୋଷ ଦେଖିବାକୁ ମିଳିଛି।
ବୁଦ୍ଧିଜୀବୀ ପ୍ରବୀର ନାୟକ, କୃପାସିନ୍ଧୁ ନାୟକ କହିଛନ୍ତି, ରାଜ୍ୟରେ ୬ ମାସରୁ ଊର୍ଦ୍ଧ୍ୱ ୬୪% ଶିଶୁ ରକ୍ତହୀନତାର ଶିକାର ଅଛନ୍ତି। ୩୧% ଶିଶୁଙ୍କ ଉଚ୍ଚତା କମିବାରେ ଲାଗିଛି। ୧୮.୧% ଶିଶୁ ଅତି ପୁଷ୍ଟିହୀନତାର ଆକ୍ରାନ୍ତ। ପ୍ରତି ୧ ହଜାରରେ ୬୬.୨ ଜଣ ଆଦିବାସୀ ଶିଶୁଙ୍କ ଆୟୁଷ ୫ ବର୍ଷ ମଧ୍ୟ ଟପୁନାହିଁ। ରାଜ୍ୟରେ ଶିଶୁ ଅପପୁଷ୍ଟିର ଆହୁରି ଦୁଃଖଦ ଚିତ୍ର ରହିଛି। ଏହାର ମୁକାବିଲା ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପିଲାଙ୍କୁ ସବୁଜ ପରିବା, ଡାଲି ଏବଂ ଅଣ୍ଡା ଭଳି ପୋଷଣଯୁକ୍ତ ଖାଦ୍ୟ ଦିଆଯାଏ। ବର୍ତ୍ତମାନ ଯେଉଁ ଭଳି ଡାଲି, ପରିବା ଏବଂ ଅଣ୍ଡା ଦର ଆକାଶଛୁଅଁା ହେଲାଣି, ସେହି ଅନୁଯାୟୀ ଅଙ୍ଗନଓ୍ବାଡି କେନ୍ଦ୍ରକୁ ସରକାରୀ ଅନୁଦାନ ବଢ଼ିନାହିଁ। ବରଂ କିଛି ମାସ ହେଲା ଅନୁଦାନ ହ୍ରାସକରି ଦିଆଯାଇଛି। ଏଭଳି ସ୍ଥିତିରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କ ପୁଷ୍ଟିକର ଯୋଜନା ଉପରେ ଦରବୃଦ୍ଧିର ପ୍ରଭାବ ପଡ଼ିଛି। ଉଚିତ ପ୍ରାପ୍ୟ ନ ପାଇବାରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଭାବେ ଅଣ୍ଡା ଯୋଗାଇଦେବାରେ ଅଙ୍ଗନୱାଡି କର୍ମୀ ଅସମର୍ଥ ହେଉଛନ୍ତି। ପ୍ରସୂତିଙ୍କୁ ମାସକୁ ୧୨ଟି ଅଣ୍ଡା ଦେବା ଲାଗି ନିୟମ ରହିଛି। କିନ୍ତୁ ୧୦ଟି ଅଣ୍ଡା ଦିଆଯାଉଛି। ସେହିପରି ସପ୍ତାହକୁ ୫ ଦିନ ମଧ୍ୟାହ୍ନଭୋଜନରେ ଅଣ୍ଡା ଦେବାକୁ ବ୍ୟବସ୍ଥା ଥିଲେ ବି ଏହା ସବୁବେଳେ ସମ୍ଭବ ହେଉନାହିଁ। ଅପରପକ୍ଷରେ ସ୍ବଳ୍ପ ବେତନରେ ଅଙ୍ଗନଓ୍ବାଡି କର୍ମୀ ନିଜ ହାତରୁ ପଇସା ଦେଇ ପିଲାଙ୍କ ପାଇଁ ଅଣ୍ଡା କିଣୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ଜିଲା ପ୍ରଶାସନ, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ସିଡିପିଓ ମନୋରମା ସ୍ବାଇଁଙ୍କୁ ପଚାରିବାରେ ଏ ବାବଦରେ ଜିଲାପାଳ, ଡିଏସ୍‌ଡବ୍ଲ୍ୟୁ ଅବଗତ କରାଇଛୁ। ସେମାନେ ଯାହା କିଛି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri