ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ପୂଜା ଭେଟି ଘୋଷଣା କରିଛନ୍ତି। ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀ ଓ ପେନ୍‌ସନ ଭୋଗୀଙ୍କ ପାଇଁ ଏହି ବର୍ଦ୍ଧିତ ଭତ୍ତା ଘୋଷଣା କରିଛନ୍ତି। ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଜୁଲାଇ ୨୧ରୁ ପିଛିଲା ଭାବେ ବର୍ଦ୍ଧିତ ଭତ୍ତା ଲାଗୁ ହେବ। ଅକ୍ଟୋବର ଦରମାରେ ଏହି ବର୍ଦ୍ଧିତ ଭତ୍ତା ମିଳିବ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୪ ଲକ୍ଷ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନ୍‌ସନ୍‌ ଭୋଗୀ ଉପକୃତ ହେବେ। ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮%ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଜୁଲାଇ ପହିଲାରୁ ପିଛିଲା ଭାବରେ ୧୧%ମହଙ୍ଗା ଭତ୍ତା ଲାଗୁ ହେବ। ବକେୟା ୩ ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ।