ଆୟ ତୁଳନାରେ ଅଧିକ ବ୍ୟୟ

ଢେଙ୍କାନାଳ ଅଫିସ, ୧୭ା୬ ଆୟ ତୁଳନାରେ ବଢ଼ିବାରେ ଲାଗିଛି ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗର ବ୍ୟୟ। ତଥାପି ଖର୍ଚ୍ଚ ପରିଚାଳନା ଲାଗି ନାହିଁ କୌଣସି ଯୋଜନା। ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଗୁରୁବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଏଥିସହ ଦେବୋତ୍ତର ନିରୀକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସେହିପରି ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ନୂଆ ଅଖରେ ଚକ ଡେରା କାର୍ଯ୍ୟ କରାଯାଇଥାଏ। ଚଳିତବର୍ଷ ବନ ବିଭାଗ କାଠ ନ ଦେବାରୁ ବର୍ଷ ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରା ଭଙ୍ଗ ହୋଇଛି। ପୁରୁଣା ଅଖରେ ଚକ ଯୋଡ଼ାଯାଇ କାମତୁଲ କରାଯାଇଛି, ଯାହାକୁ ନେଇ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଏବଂ ସଭ୍ୟମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
୨୦୨୦ରେ ନୂଆକାଠରେ ଅଖ ଏବଂ ରଥ ନିର୍ମାଣ ହୋଇଥିଲା। ତେବେ କରୋନା ସଂକ୍ରମଣ ପାଇଁ ରଥଯାତ୍ରା ଅନୁଷ୍ଠିତ ହୋଇ ନ ଥିଲା। ଶ୍ରୀବଳରାମ ମନ୍ଦିରରେ ପ୍ରତୀକାତ୍ମକ ଭାବେ ବିଧି ପାଳନ କରାଯାଇଥିଲା। ରଥଯାତ୍ରା ବନ୍ଦ ହେବା ପରେ କାଠସବୁ ରଥକାଠ ରହୁଥିବା ଘରେ ରଖାଯାଇଥିଲା। ହେଲେ ଉକ୍ତ କାଠ ଏବଂ ଅଖ ଗାଏବ ହୋଇଯାଇଛି। ଏହି କାଠ କୁଆଡ଼େ ଗଲା ବୋଲି ସଦସ୍ୟମାନେ ପ୍ରଶ୍ନ ଉଠାଇଥିଲେ। ଝଡ଼ବର୍ଷାରେ ଗଛ ପଡ଼ିଯିବାରୁ ରଥକାଠ ରହୁଥିବା ଘର ଆଜବେଷ୍ଟସ ଭାଙ୍ଗିଯାଇଥିଲା। ଫଳରେ କାଠ ନଷ୍ଟ ହୋଇଯାଇଥିବା ଦେବୋତ୍ତର ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ତେବେ ଉପସ୍ଥିତ ସଦସ୍ୟମାନେ ଏହାକୁ ସହଜରେ ଗ୍ରହଣ କରି ନ ଥିଲେ। ବିଭିନ୍ନ କାର୍ଯ୍ୟରେ ଦେବୋତ୍ତର ବିଭାଗ ପକ୍ଷରୁ ଆବଶ୍ୟକତାଠାରୁ ଅଧିକ ବ୍ୟୟ କରାଯାଉଛି। ହେଲେ ରଥକାଠ ସୁରକ୍ଷିତ ଭାବେ ରଖିବା ଲାଗି ସ୍ଥାୟୀ ଘର ନିର୍ମାଣ କରାଯାଉ ନ ଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରଥଯାତ୍ରା ପାଇଁ ହାତଗଣତି ଦିନ ବାକିଥିବାବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ୨ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଅପରପକ୍ଷେ ରଥଯାତ୍ରା ପାଇଁ ବନ ବିଭାଗ ଅଡିଟ୍‌ ଅବଜେକ୍ସନ ରିପୋର୍ଟ ଦର୍ଶାଇ କାଠ ନେଇ ନ ଥିଲା। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରତିବର୍ଷ ରଥକାଠ ବାବଦକୁ ଦେବୋତ୍ତର ବିଭାଗ ପକ୍ଷରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ରୟାଲ୍‌ଟି ପ୍ରଦାନ କରାଯାଉଥିଲା। ଚଳିତବର୍ଷ ବନ ବିଭାଗ ୯୭ ହଜାର ଟଙ୍କା ରୟାଲ୍‌ଟି ଦାବି କରୁଛି। ବନ ବିଭାଗର ଏଭଳି ଦାବିକୁ ନେଇ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲା ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା ପରେ ରୟାଲଟି ପ୍ରଦାନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଅନ୍ୟପଟେ ଜିଲାପାଳଙ୍କ ହସ୍ତକ୍ଷେପ ପରେ ଗୁରୁବାର ସକାଳେ ରଥଗଡ଼ାରେ କାଠ ପହଞ୍ଚତ୍ଥିବା ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସ୍ନିଗ୍ଧାରାଣୀ ଧଳ ସୂଚନା ଦେଇଛନ୍ତି।
ରଥଯାତ୍ରା ପୂର୍ବରୁ ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ଶୃଙ୍ଖଳା ରକ୍ଷା, ବ୍ୟବସ୍ଥିତ ଢଙ୍ଗରେ ଟ୍ରାଫିକ୍‌ ପରିଚାଳନା, ଆମିଷ ଓ ମଦ ଦୋକାନ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହୋଇଛି। ସେହିପରି ପର୍ଯ୍ୟାପ୍ତ ପାନୀୟ ଜଳଯୋଗାଣ, ଶ୍ରଦ୍ଧାଳୁଙ୍କ ଉପରେ ଜଳସିଞ୍ଚନ ବ୍ୟବସ୍ଥା କରିବାକୁ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶୁ ଚିକିତ୍ସା, ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ବଜାର ଆଲୋକୀକରଣ ପାଇଁ ମିଳିତ ବଜାର ପୂଜା କମିଟି ସଭାପତିଙ୍କୁ ଅନୁରୋଧ କରାଯାଇଛି। ରଥକୁ ଆକର୍ଷଣୀୟ ସାଜସଜ୍ଜା, ନୂଆ କପଡ଼ା ଲଗାଇବା, ସାନରଥ ପରିଚାଳନା କମିଟିରେ ମହିଳାଙ୍କୁ ଅଗ୍ରାଧିକାର ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି., ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ସଦର ଏସ୍‌ଡିପିଓ ବିକାଶ ବେଉରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri