ଖର୍ଚ୍ଚ ୨୨ କୋଟି: ଝୁଡ଼ି, କୋଦାଳଟିଏ କିଣାଯାଇନି

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ଚୂନବନ୍ଧ ଗଁାର ଏକ ପୋଖରୀ ଖନନ ହେଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ହେଉଛି। ତେବେ ଏହି ପ୍ରକଳ୍ପ କାର୍ଯ୍ୟ ଶ୍ରମିକ ବଦଳରେ ମେଶିନ ଦ୍ୱାରା କରାଯାଉଛି। ଶ୍ରମିକ ବଦଳରେ ମେଶିନ କାର୍ଯ୍ୟ କରିବା କେବଳ ଚୂନଡିହ ପଞ୍ଚାୟତରେ ସୀମିତ ନୁହେଁ। ଜିଲା ସାରା ଏପରି ଅଭିଯୋଗ ହେଉଛି। ସବୁଠାରୁ ବଡ଼କଥା, ଏହି ଯୋଜନାରେ ଶ୍ରମିକଙ୍କ ପାଇଁ ୬୦% ଓ ସାମଗ୍ରୀ ବାବଦ ୪୦% ଖର୍ଚ୍ଚ ଧାର୍ଯ୍ୟ ହୋଇଥିବା ବେଳେ ଏପ୍ରିଲ ପହିଲାରୁ ଅଦ୍ୟାବଧି ୨୨ କୋଟି ୩୭ ଲକ୍ଷ ୧ ହଜାର ଟଙ୍କା ବ୍ୟୟ ହୋଇଥିବା ବେଳେ ସାମଗ୍ରୀ ବାବଦ ଟଙ୍କାଟିଏ ଖର୍ଚ୍ଚ ହୋଇ ନ ଥିବା ବିଭାଗୀୟ ୱେବ୍‌ରୁ ତଥ୍ୟ ମିଳିଛି। ଅର୍ଥାତ୍‌ ମାଟି କାମ ହେଉଥିଲେ ମଧ୍ୟ କୋଡ଼ି, କୋଦାଳ, ଝୁଡିଟିଏ କିଣା ଯାଇନାହିଁ। ସେହିପରି ପ୍ରଚଣ୍ଡ ଖରା ସମୟରେ ଶ୍ରମିକଙ୍କ ପାଇଁ ଛାମୁଡିଆ ସହ ପାଣି କଳସଟିଏ କିଣାଯାଇନି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁଖଦାନନ୍ଦ ପ୍ରଧାନ, ଅମରବର ବିଶ୍ୱାଳ, ମୀର ଅବୁ ଓବେଦା ପ୍ରମୁଖ କୁହନ୍ତି, କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ତେବେ କୃଷି ଶ୍ରମିକଙ୍କ ପାଇଁ ଭିତ୍ତିଭୂମି ନ ଥିବାରୁ ଜିଲା ବାହାରକୁ କର୍ମ ନିଯୁକ୍ତି ପାଇଁ ଯାଉଛନ୍ତି। କରୋନା ସଂକ୍ରମଣ ସମୟରେ ଏହି ପ୍ରବାସୀ ଶ୍ରମିକ ଘରକୁ ଫେରିଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସହାୟକ ହୋଇଥାନ୍ତା। ଯୋଜନାରେ ଅନୂ୍ୟନ ୧୦୦ ଦିନର କାର୍ଯ୍ୟ ଯୋଗାଣ ପାଇଁ ପ୍ରାବଧାନ ଅଛି। ଏଥିସହ ରାଜ୍ୟ ସରକାର ଅଧିକ ୫୦ ଦିନ ପାଇଁ କାମ ଯୋଗାଇବାକୁ ନିୟମ ରଖିଛନ୍ତି। ମାତ୍ର ସବୁଠି ମେଶିନ କାର୍ଯ୍ୟ କରୁଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଲାରେ ମୋଟ ୨୬ ଲକ୍ଷ ୫୮ ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇ ୧୫୪ କୋଟି ୬୬ ଲକ୍ଷ ୩୪ ହଜାର ଟଙ୍କା ଏହି ଯୋଜନାରେ ଖର୍ଚ୍ଚ ହୋଇଛି। ତେବେ ଏଥିରେ ୫୭ କୋଟି ୨୨ ହଜାର ଟଙ୍କା ଶ୍ରମିକ ମଜୁରି ହୋଇଥିବା ବେଳେ ଅବଶିଷ୍ଟ ସାମଗ୍ରୀ କିଣାରେ ଯାଇଛି। ଶ୍ରମିକ ମଜୁରି ୬୦% ଓ ସାମଗ୍ରୀ କ୍ରୟର ୪୦% ହାରର ଅନିୟମିତତାକୁ ଲୁଚାଇବା ପାଇଁ ଚେଷ୍ଟା କରାଯାଇଛି। ଫଳରେ ଚଳିତବର୍ଷ ସାମଗ୍ରୀ କ୍ରୟ ସମ୍ପର୍କରେ ତଥ୍ୟ ଉଲ୍ଲେଖ କରାଯାଉନାହିଁ। ଗତ ଆର୍ଥିକ ବର୍ଷରେ ଜିଲାରେ ଟାଇଲ ରାସ୍ତା ନିର୍ମାଣ ହୋଇଛି। ମାଟି କାମ ହୋଇ ନ ଥିବାରୁ ସାମଗ୍ରୀ ବାବଦରେ ଯନ୍ତ୍ରୀ, ଠିକାଦାର ଲାଭବାନ୍‌ ହୋଇଛନ୍ତି। ସେହିପରି ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଶ୍ରମିକଙ୍କ କର୍ମ ନିଯୁକ୍ତି ସମସ୍ୟା ଦୂର କରିବାକୁ ହୋଇଥିଲେ ମଧ୍ୟ ମେଶିନରେ କାର୍ଯ୍ୟ ଚାଲିଛି। ଶ୍ରମିକଙ୍କ ନାମ ମଷ୍ଟର ରୋଲରେ ଉଲ୍ଲେଖ କରି ଟଙ୍କା ଉଠାଯାଉଛି। ମେଶିନରେ କାର୍ଯ୍ୟ ହେଉଥିବାରୁ ଆବଶ୍ୟକ ଝୁଡ଼ି, କୋଡ଼ି, କୋଦାଳଠାରୁ ଆରମ୍ଭ କରି ପାଣି ମାଠିଆ କିଣା ଯାଇନାହିଁ। ଯୋଜନାଟି ଏବେ କେତେଜଣ ମୁଷ୍ଟିମେୟ ବ୍ୟକ୍ତି, ରାଜନେତା, ଯନ୍ତ୍ରୀ, ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ କବଳକୁ ଚାଲିଯାଇଛି ବୋଲି ସେମାନେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ସାମଗ୍ରୀ ତଥ୍ୟ ହସ୍ତଗତ ହୋଇ ନ ଥିବାରୁ ୱେବ୍‌ରେ ସ୍ଥାନ ପାଇନାହିଁ। ପ୍ରକଳ୍ପ ଶେଷ ହେଲେ ସମସ୍ତ ବିବରଣୀ ସ୍ଥାନିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri