ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ ଓ ପ୍ରାର୍ଥୀଙ୍କ ଦ୍ୱାରା କରାଯାଉଥିବା ଖର୍ଚ୍ଚର ସୀମା ନିର୍ଦ୍ଧାରଣ କରିବା। ନିର୍ବାଚନ କମିଶନର ନିଜ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ନିର୍ବାଚନରେ ହେଉଥିବା ଖର୍ଚ୍ଚକୁ ନଜର ରଖିଥାନ୍ତି।

ଦିର୍ବାଚନରେ ଗୋଟିଏ ଦଳ କେତେ ଖର୍ଚ୍ଚ କରିବ ତା’ର କୌଣସି ସୀମା ନ ଥାଏ କିନ୍ତୁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ନିର୍ବାଚନ କମିଶନର ଧାର୍ଯ୍ୟ କରିଛନ୍ତି। ନିର୍ବାଚନୀ ପ୍ରଚାର ପାଇଁ ପ୍ରତ୍ୟେକ ଲୋକ ସଭା ପ୍ରାର୍ଥୀ ସର୍ବାଧିକ ୯୫ ଲକ୍ଷ ଟଙ୍କା ଚୂଡାନ୍ତ ଥିବା ବେଳେ ବିଧାନ ସଭା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୪୦ ଲକ୍ଷ ରହିଛି । ଅଳ୍ପ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରଶାସିତ ଅଞ୍ଚଳରେ ଏମପି ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ସୀମା ୭୫ ଲକ୍ଷ ଥିବାବେଳେ ବିଧାୟକମାନଙ୍କ ପାଇଁ ୨୮ ଲକ୍ଷ ରହିଛି ।

ପ୍ରାଥମିକ ଭାବେ ଏହି ଖର୍ଚ୍ଚ ସୀମା ୨୫ ହଜାର ଥିବା ବେଳେ ପ୍ରତିଥର ନିର୍ବାଚନ ହେବା ସହ ଏହାର ସୀମା ବୃଦ୍ଧିପାଇ ଆଜି ୯୫ ଲକ୍ଷ ଟଙ୍କାରେ ଯାଏଁ ପହଞ୍ଚିଲାଣି । ରାଜନୈତିକ ଦଳ ମାନଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚର କୌଣସି ସୀମା ନ ଥିବାବେଳେ ବ୍ୟକ୍ତି ବିଶେଷ ଅନୁଯାୟୀ ଖର୍ଚ୍ଚର ସୀମା ଧାର୍ଯ୍ୟ କରା ଯାଇଛି । କିନ୍ତୁ ଦେଖିବାକୁ ଗଲେ ପ୍ରକୃତରେ ପ୍ରାର୍ଥୀମାନେ ଅଣ ଆନୁଷ୍ଠାନିକ ଏହାଠାରୁ ଢେର ଅଧିକ ଖର୍ଚ୍ଚ କରିଥା’ନ୍ତି ।

୧୯୫୧-୫୨ରେ ଲୋକ ସଭା ନିର୍ବାଚନରେ ପ୍ରାର୍ଥୀଙ୍କୁ ୨୫ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ଅନୁମତି ଥିଲା। ଆଗରୁ ନିର୍ବାଚନୀ ଖର୍ଚ୍ଚ କମ ଥିବା ବେଳେ ୨୦୧୪ରେ ଆସିଥିଲା ପରିବର୍ତ୍ତନ । ୧୯୯୬ରେ ଖର୍ଚ୍ଚ ସୀମା ୧.୫ ଲକ୍ଷକୁ ବଢା ଯାଇଥିଲା । ୧୯୯୮ରେ ୧୫ ଲକ୍ଷରୁ ଆରମ୍ଭ କରି ୨୦୧୪ରେ ଏହି ସୀମା ବଢାଇ ୭୦ ଲକ୍ଷ କରାଯାଇଥିଲା ଦିନକୁ ଦିନ ବଜାର ଦର ବୃଦ୍ଧି ଦ୍ୱାରା ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ପାଉଛି।

Share