Categories: ଜାତୀୟ

ବିହାରରେ ଏକ୍‌ଜିଟ୍‌ ପୋଲ ଉପରେ କଟକଣା

ନୂଆଦିଲ୍ଲୀ, ୧୫ା୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଏକ୍‌ଜିଟ୍‌ ପୋଲ୍‌ ଉପରେ କଟକଣା ଲଗାଯାଇଛି। ଅକ୍ଟୋବର ୨୮ ସକାଳ ୭ଟାରୁ ନଭେମ୍ବର ୭ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏକ୍‌ଜିଟ୍‌ ପୋଲ୍‌ ପରିଚାଳନା ଓ ଟେଲିକାଷ୍ଟ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୩ର ବିଜ୍ଞପ୍ତି ଅନୁଯାୟୀ ଜନମତ ସର୍ଭେ କିମ୍ବା ଅନ୍ୟ କୌଣସି ନିର୍ବାଚନୀ ସର୍ଭେ ରିପୋର୍ଟ ପ୍ରକାଶନ ଓ ପ୍ରଦର୍ଶନ ଉପରେ କଟକଣା ଲଗାଯାଇଥିଲା। ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ଏଭଳି କାର୍ଯ୍ୟକୁ ବାରଣ କରାଯାଇଥିଲା। ପ୍ରକାଶଥାଉ କି, ବିହାର ବିଧାନସଭା ନିର୍ବାଚନ ୩ ପର୍ଯ୍ୟାୟରେ କରାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ଭୋଟ ଅକ୍ଟୋବର ୨୮, ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ ଓ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନଭେମ୍ବର ୭ରେ କରାଯିବ। ନଭେମ୍ବର ୧୦ରେ ଫଳାଫଳ ଘୋଷଣା କରାଯିବ।

Share