ଭାଜପାକୁ ଅଧିକ ଆସନ

ଭୁବନେଶ୍ୱର,୨ା୬(ଅନିଲ ଦାସ)ସାଧାରଣ ନିର୍ବାଚନ-୨୦୨୪ର ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ ଏକ୍‌ଜିଟ ପୋଲ୍‌ ତଥ୍ୟ ପ୍ରକାଶ ପାଇଛି। ଏହି କ୍ରମରେ ଓଡ଼ିଶାର ୨୧ ଲୋକ ସଭା ଆସନକୁ ନେଇ ହୋଇଥିବା ଏକ୍‌ଜିଟ ପୋଲ୍‌ ରିପୋର୍ଟ ଆସିଛି। ସମସ୍ତ ରିପୋର୍ଟରେ ଭାଜପାକୁ ଅଧିକ ଲୋକ ସଭା ସିଟ୍‌ ମିଳିବା ନେଇ ପୂର୍ବାନୁମାନ କରାଯାଇଛି। ଚଳିତ ନିର୍ବାଚନରେ ରାଜ୍ୟରେ ଭାଜପାକୁ ୨୧ ଲୋକ ସଭା ସିଟ୍‌ରୁ ୧୫ କିମ୍ବା ଏହାଠାରୁ ଅଧିକ ଆସନ ମିଳିବ ବୋଲି କେତେକ ସଂସ୍ଥାର ଏକ୍‌ଜିଟ ପୋଲ ତଥ୍ୟରୁ ଜଣାପଡ଼ିଛି। ଇଣ୍ଡିଆ ଟିଭିର ଏକ୍‌ଜିଟ ପୋଲ୍‌ ତଥ୍ୟ କହୁଛି ଭାଜପା ୧୫ରୁ ୧୭ ଆସନରେ ବିଜୟୀ ହେବାକୁ ଥିବାବେଳେ ବିଜେଡିକୁ ମିଳିବ ମାତ୍ର ୪ରୁ ୬ଟି ସିଟ୍‌। ସେହିପରି କଂଗ୍ରେସକୁ ୦-୧ ଆସନ ମିଳିବା ନେଇ ଅନୁମାନ କରାଯାଇଛି।

ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ୍‌ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଭାଜପା ୧୬ଟି ଲୋକ ସଭା ଆସନରେ ବିଜୟୀ ହେବ। ବିଜେଡିକୁ ୪ଟି ଆସନ ଓ କଂଗ୍ରେସକୁ ଏଥର ମଧ୍ୟ ଗୋଟିଏ ଆସନ ମିଳିବ। ଇଣ୍ଡିଆ ନ୍ୟୁଜ୍‌’ର ଏକ୍‌ଜିଟ ପୋଲ୍‌ ଅନୁଯାୟୀ ରାଜ୍ୟରେ ୨୧ଟି ଲୋକ ସଭା ଆସନରୁ ୧୩ଟିରେ ଭାଜପା ଓ ବିଜେଡିକୁ ୮ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନରେ ବି ଜିତିପାରିବ ନାହିଁ। ‘ଜନ୍‌ କି ବାତ୍‌’ର ଏକ୍‌ଜିଟ ପୋଲ୍‌ ତଥ୍ୟ କହୁଛି ଭାଜପା ରାଜ୍ୟରେ ୧୫-୧୮ଟି ଲୋକ ସଭା ଆସନ ହାତେଇବାରେ ସଫଳ ହୋଇପାରେ। ବିଜେଡିକୁ ୩ରୁ ୭ଟି ଆସନ ମିଳିବା ସମ୍ଭାବନା ରହିଛି। ୨୦୧୯ରେ ଗୋଟିଏ ଆସନ ଜିତିଥିବା କଂଗ୍ରେସର ହାତ ଖାଲି ରହିପାରେ ବୋଲି ଆକଳନ କରାଯାଇଛି।
ରିପବ୍ଲିକ ମାଟ୍ରିଜ୍‌ର ଏକ୍‌ଜିଟ ପୋଲ୍‌ ରିପୋର୍ଟରେ ଟିକେ ଅଲଗା ତଥ୍ୟ ରହିଛି। ଏହାର ଆକଳନ କହୁଛି ଭାଜପା ୯ରୁ ୧୨ଟି ଆସନ ଜିତିବ। ବିଜେଡି ହାତକୁ ୭ରୁ ୧୦ଟି ସିଟ୍‌ ଯିବ। କଂଗ୍ରେସ ଗୋଟିଏ ଆସନ ଜିତିପାରେ। ସେହିପରି ଏନ୍‌ଟିଭିରେ ପ୍ରସାରିତ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନରେ ବିଜୟୀ ହେବାକୁ ଥିବାବେଳେ ବିଜେଡି ୩ରୁ ୮ଟି ଆସନ ହାସଲ କରିପାରେ। କଂଗ୍ରେସକୁ ନିରାଶ ହେବାକୁ ପଡ଼ିପାରେ। ସେହିପରି ଆଜତକ୍‌ ଏକ୍‌ଜିଟ ପୋଲ୍‌ ସର୍ଭେ କହୁଛି ଭାଜପା ୨୧ ଆସନରୁ ୧୮ରୁ ୨୦ରେ ବିଜୟୀ ହେବ। ବିଜେଡି ୦-୨ ଓ କଂଗ୍ରେସ ଗୋଟିଏ ସିଟ୍‌ ନେଇପାରେ। ଇଣ୍ଡିଆ ନ୍ୟୁଜ୍‌ ଏକ୍‌ଜିଟ ପୋଲ୍‌ ରିପୋର୍ଟ ଅନୁଯାୟୀ ଭାଜପାକୁ ୧୩, ବିଜେଡିକୁ ୮ ଲୋକ ସଭା ସିଟ୍‌ ମିଳିବ। କଂଗ୍ରେସ ଖାତା ଖୋଲିପାରିବ ନାହିଁ। ସି-ଭୋଟରର ସର୍ଭେ ଅନୁସାରେ ଭାଜପା ୧୭ରୁ ୧୯ଟି ଆସନ ଜିତିବ। ବିଜେଡିକୁ ମାତ୍ର ୧ରୁ ୩ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନ ପାଇପାରେ। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନରେ ୨୧ ଲୋକ ସଭା ଆସନରୁ ବିଜେଡି ୧୨ଟି ଜିତିଥିବା ବେଳେ ଭାଜପା ୮ ଓ କଂଗ୍ରେସ ଗୋଟିଏ ଆସନ ପାଇଥିଲା। ୨୦୧୪ରେ ବିଜେଡି ୨୧ଟିରୁ ୨୦ଟି ଲୋକ ସଭା ଆସନ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri