ଆସିଲା Exit poll, କେନ୍ଦ୍ରରେ ପୁଣି ମୋଦିଙ୍କୁ ବହୁମତ

ନୂଆଦିଲ୍ଲୀ,୧।୬: ସପ୍ତମ ପର୍ଯ୍ୟାୟ ବ୍ୟାପି ମତଦାନ ଶେଷ ହେବାପରେ ବିଭିନ୍ନ ଏଜେନ୍ସି ଏବଂ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପୁଲ ବାହୁଡ଼ା ମତ ବା Exit poll ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଏନଡିଏ କେନ୍ଦ୍ରରେ ପୁଣିଥରେ ସରକାର ଗଠନ କରୁଛି।

ରିପବ୍ଲିକ ଭାରତ ଆକଳନ ଅନୁଯାୟୀ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଏନଡିଏ ୩୫୩ରୁ ୩୬୮ ଆସନରେ ବିଜୟୀ ହେଉଥିଲା ବେଳେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମିଳିତ ମଞ୍ଚ ୧୧୮ ରୁ ୧୩୫ ଆସନରେ ବିଜୟୀ ହେଉଛି। ଏହି ଦୁଇ ପ୍ରମୁଖ ଗୋଷ୍ଠୀ ଅନ୍ୟମାନେ ୪୩ ରୁ ୪୮ ଆସନରେ ବିଜୟୀ ହେଉଛନ୍ତି।

ସେହିପରି ଅନ୍ୟତମ ପ୍ରମୁଖ ଜନ କି ବାତ ଆକଳନ ଅନୁଯାୟୀ ଏନଡିଏ ୩୬୨ରୁ ୩୯୨ ଆସନରେ ବିଜୟୀ ହୋଇପାରେ। ଅନ୍ୟପଟେ ଇଣ୍ଡିଆ ମିଳିତ ମଞ୍ଚ ୧୨୫ ଆସନରେ ବିଜୟୀ ହେଉଥିଲା ବେଳେ ଅନ୍ୟମାନେ ୧୦ ରୁ ୨୦ ଆସନରେ ବିଜୟୀ ହେବେ।

ଏନଡିଟିଭି ଆକଳନ ଅନୁଯାୟୀ ମୋଦିଙ୍କ ନେତୃତ୍ୱରେ ଏନଡିଏକୁ ୩୬୫ ଆସନରେ ବିଜୟୀ ହେଉଥିଲା ବେଳେ ଇଣ୍ଡିଆ ମିଳିତ ମଞ୍ଚ ୧୪୨ ବିଜୟୀ ହୋଇପାରେ ଏବଂ ଅନ୍ୟମାନଙ୍କୁ ୩୬ ଆସନ ମିଳିପାରେ।

ନ୍ୟୁଜ ନେସନ ଆକଳନ ଅନୁଯାୟୀ ଏନଡିଏ ୩୪୨ ଆସନରୁ ୩୭୮ ହେଉଥିଲା ବେଳେ ଇଣ୍ଡିଆ ମିଳିତ ମଞ୍ଚ ୧୫୩ ରୁ ୧୬୯ ଆସନରେ ବିଜୟୀ ହୋଇପାରେ ଏବଂ ଅନ୍ୟମାନଙ୍କୁ ୨୧ରୁ ୨୩ ଆସନ ମିଳିପାରେ।

ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ ଆକଳନ ଅନୁଯାୟୀ ଏନଡିଏ ୩୭୧ ହେଉଥିଲା ବେଳେ ଇଣ୍ଡିଆ ମିଳିତ ମେଣ୍ଟ ୧୪୧-୧୬୧ ଆସନରେ ବିଜୟୀ ହୋଇପାରେ ଏବଂ ଅନ୍ୟମାନେ ୪୭ ଆସନରେ ବିଜୟୀ ହୋଇପାରନ୍ତି।

ତେବେ ଦୈନିକ ଭାସ୍କର ଆକଳନ ସମସ୍ତ ଆକଳନ ଠାରୁ ଟିକିଏ ଭିନ୍ନ ରହିଛି। ଏହାର ଆକଳନ ଅନୁଯାୟୀ ଏନଡିଏ ୨୮୧ ଆସନରୁ ୩୫୦ ଆସନରେ ବିଜୟୀ ହେଉଥିଲା ବେଳେ ଇଣ୍ଡିଆ ମେଣ୍ଟକୁ ୧୪୫ ଆସନରୁ ୨୦୧ ଆସନ ମିଳିପାରେ ଏବଂ ଅନ୍ୟମାନଙ୍କୁ ୩୩ରୁ ୪୯ ଆସନରେ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଗଲେ ମହିଳା ଏମପି

ନୂଆଦିଲ୍ଲୀ,୪ା୨: ବୁଧବାର ଲୋକସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିପାରିନାହାନ୍ତି ପ୍ରଧାନମନ୍ତ୍ରୀ…

ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ….

କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର…

ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଅନଲାଇନ କୋଚିଂ: SC, OBC ଆଦି ବର୍ଗଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୪ା୨: ଦେଶର ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ମାଗଣା ଅନଲାଇନ କୋଚିଂ ଦେବେ ସରକାର। ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀଙ୍କୁ ଶିକ୍ଷା…

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri