ହ୍ୟାଣ୍ଡଲୁମ୍‌ ପୋଷାକର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୩।୪: ରାଜ୍ୟର ଅଗ୍ରଣୀ ଷ୍ଟାର୍ଟଅପ ତଥା ହୋମ୍‌ ଗ୍ରାଉନ ବ୍ରାଣ୍ଡ୍‌ ‘ଅଙ୍କି’ର ପ୍ରଥମ ଅଫ୍‌ଲାଇନ ଷ୍ଟୋର ଭୁବନେଶ୍ୱରର ଜାଗମରା ଟ୍ରାଫିକ୍‌ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ୩୦୦ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ସ୍ବତନ୍ତ୍ର ଷ୍ଟୋର ତଥା ହ୍ୟାଣ୍ଡଲୁମ୍‌ ପୋଷାକର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ରେ ହସ୍ତତନ୍ତ ଶାଢ଼ି, କୁର୍ତ୍ତା ସେଟ୍‌ ସହ ହ୍ୟାଣ୍ଡ ପେଣ୍ଟେଡ୍‌, ଏମ୍ବ୍ରୋଡୋରିଡ୍‌ ଇଣ୍ଟ୍ରିକାସି, ଟ୍ରେଣ୍ଡି କୋ-ଓର୍ଡ ସେଟସ୍‌, ହାତ ତିଆରି ପିତ୍ତଳ ସାମଗ୍ରୀ, ଜର୍ମାନ ସିଲ୍‌ଭର, ଟେରାକୋଟା ଜୁଏଲେରି ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ସର୍ବନିମ୍ନ ୩୦ଟଙ୍କାରୁ ଆରମ୍ଭକରି ୩୦ହଜାର ଟଙ୍କା ମୂଲ୍ୟର ସାମଗ୍ରୀ ଉପଲବ୍ଧ। ଏପରିକି ବ୍ରାଣ୍ଡ୍‌ର ଏହା ପ୍ରଥମ ଧରଣର ୱାକିନ୍‌ ଷ୍ଟୋର୍‌ ହୋଇଥିବାବେଳେ ଗ୍ରାହକମାନେ ସୁବିଧାରେ ଓ ସ୍ବତନ୍ତ୍ର ଏବଂ ଏକ୍ସକ୍ୟୁସାଇଟ୍‌ କଲେକ୍ସନଗୁଡିକୁ ଗ୍ରାହକ ସଂଗ୍ରହ କରିପାରିବେ। ଏପରିକି ଆମେ ଗୁଣାତ୍ମକ ଉତ୍ପାଦ ଏବଂ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ମନପସନ୍ଦର ସାମଗ୍ରୀ ଯୋଗାଇ ଦେଇଥାଉ ବୋଲି ବ୍ରାଣ୍ଡ୍‌ର ପ୍ରତିଷ୍ଠାତା ଅଙ୍କିତା ମହାନ୍ତି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଆମେ ସବୁବେଳେ ପାରମ୍ପରିକ ଫ୍ୟାଶନ ଏବଂ ତା’ର ଐତିହ୍ୟ ପ୍ରତି ରହିଥିବା ଆମର ଉତ୍ସାହକୁ ଅନୁସରଣ କରିଆସିଛୁ। ଏପରିକି ଆମେ ଅନେକ ସରକାରୀ ଏବଂ ବେସରକାରୀ ପ୍ରଦର୍ଶନୀରେ ମଧ୍ୟ ଅଂଶଗ୍ରହଣ ସହ ଆମର ସୃଜନଶୀଳ କାର୍ଯ୍ୟ ଏବଂ ସଚେତନ ତାଲିମରେ ବିଶ୍ୱାସ କରୁଥିବାବେଳେ ବ୍ରାଣ୍ଡ୍‌ର ଅନେକ ସ୍ବତନ୍ତ୍ର ଗ୍ରାହକ ପାଇଛୁ। ଉଲ୍ଲେଖଯୋଗ୍ୟ,ଅଙ୍କି ଓଡ଼ିଶାର ଏକ ୭ବର୍ଷ ପୁରୁଣା ଘରୋଇ ବ୍ରାଣ୍ଡ୍‌ ହୋଇଥିବାବେଳେ ଓଡ଼ିଆ ଅଭିନେତ୍ରୀ ତଥା ଆଙ୍କିର ଅଙ୍କିତା ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ଉକ୍ତ ବ୍ରାଣ୍ଡ୍‌ ୨୦୧୭ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri