Categories: ବାଣିଜ୍ୟ

କଟକରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ: ଉଦଘାଟନ କରିବେ ରବିନା ଟଣ୍ଡନ, ଅର୍ଚ୍ଚିତା

ଭୁବନେଶ୍ୱର,୬।୫( (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ କଟକର କ୍ୟାଣ୍ଟନମେଣ୍ଟ ଛକଠାରେ ଖୋଲିବାକୁ ଯାଉଛି। ଏପରିକି ଆଜି (ସୋମବାର) ଅରୁନ୍ଧତୀ ଜୁଏଲର୍ସର ନୂତନ ଶୋ’ରୁମକୁ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଏବଂ ଓଲିଉଡ ଅଭିନେତ୍ରୀ ତଥା ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍‌ ଆମ୍ବାସାଡର ଅର୍ଚ୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିବେ ବୋଲି ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ରବିବାର ଏକ ଖବରଦାତା ସମ୍ମିଳନୀ କଟକର ପ୍ରମୋଦ ରିସୋର୍ଟଠାରେ ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଯୋଗ ଦେଇ ଅରୁନ୍ଧତୀ ଜୁଏଲର୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଥିଲେ, କଟକରେ ଏହା ଆମର ପ୍ରଥମ ଓ ରାଜ୍ୟର ୮ମ ଅଳଙ୍କାର ପ୍ରତିଷ୍ଠାନ ( ୮ମ ଫ୍ଲାଗଶିପ ଶୋ’ରୁମ)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି ବେଶ ଉତ୍ସାହିତ ଅଛୁ। ଏପରିକି ଦୀର୍ଘ ୨୪ ବର୍ଷ ହେବ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଓ ଅରୁନ୍ଧତୀ ଜୁଏଲର୍ସ ଉପରେ ଥିବା ପ୍ରଗାଢ ବିଶ୍ୱାସକୁ ପାଥେୟ କରି ଆମେ ଆଗକୁ ଆଗକୁ ବଢି ଚାଲିଛୁ।

ଉଲ୍ଲେଖଯୋଗ୍ୟ, ୭୦୦୦ବର୍ଗଫୁଟ ସ୍ଥାନରେ ଗଢି ଉଠିଥିବା ଏହି ନୂତନ ଶୋ’ରୁମରେ ଗ୍ରାହକମାନେ ୧୦,୦୦୦ରୁ ଅଧିକ ଡିଜାଇନ ଓ ସମ୍ପୂର୍ଣ୍ଣ ହଲମାର୍କଯୁକ୍ତ ସୁନା ଗହଣା, ହୀରା ଗହଣା ସାଙ୍ଗକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ରୁପାର ଗହଣା ଓ କଳାକୃତିର ବ୍ୟାପକ ସମ୍ଭାର ଉପଲବ୍ଧ।

ସେହିଭଳି ଉକ୍ତ ସମ୍ମିଳନୀରେ ଅରୁନ୍ଧତୀ ଜୁଏଲର୍ସର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେରଙ୍କ ସମେତ ଅରୁନ୍ଧତୀ ଜୁଏଲର୍ସର ଅପରେଶନ ହେଡ ନୀହାର ରଞ୍ଜନ ନନ୍ଦ,ଜୋନାଲ ମ୍ୟାନେଜର ନିରଞ୍ଜନ ବେହେରା, ଶାଖା ପରିଚାଳକ ତାଜଉଦ୍ଦିନ ଅହମ୍ମଦ ଖାନ୍‌ ଏବଂ ମ୍ୟାନେଜର ସେଲସ ବାବିସ୍ଥାନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Share