Categories: ବାଣିଜ୍ୟ

ଭୋଲ୍‌ଟାସର ଏକ୍ସକ୍ଲୁସିଭ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅନ୍ୟତମ ସଂସ୍ଥା ଭୋଲ୍‌ଟାସର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ର ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ‘କ୍ୱାଲିଟି ଷ୍ଟୋର’ ଆନୁକୂଲ୍ୟରେ କମ୍ପାନୀର ଏକ୍ସକ୍ଲୁସିଭ ବ୍ରାଣ୍ଡ୍‌ ଶପ୍‌ ମାଲକାନଗିରି ଜିଲା ମେନ୍‌ ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ଭୋଲ୍‌ଟାସ ଲିମିଟେଡ୍‌ର ଇଷ୍ଟ-୨ ଆଞ୍ଚଳିକ ମୁଖ୍ୟ ମାନସ କୁମାର ମଲ୍ଲିକ
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରାଞ୍ଚ ସର୍ଭିସ ହେଡ୍‌ କୌଶିକ ସରକାର,ଏରିଆ ସେଲ୍‌ସ ମ୍ୟାନେଜର ଦିଲୀପ କୁମାର ସ୍ବାଇଁ,ଏରିଆ ସର୍ଭିସ୍‌ ମ୍ୟାନେଜର ମନୋଜ କୁମାର ରଥ ଏବଂ କ୍ୱାଲିଟି ଷ୍ଟୋରର ମୁଖ୍ୟ ସୁରେନ୍ଦ୍ର ନାଥ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ କମ୍ପାନୀର ଏହା ୧୧ତମ ବ୍ରାଣ୍ଡ୍‌ ଶପ୍‌ ହୋଇଥିବା ବେଳେ ମାଲକାନଗିରି ଜିଲାରେ ଏହା ପ୍ରଥମ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share