‘ଧର୍ମାନ୍ତରିତଙ୍କୁ ଅନୁସୂଚିତ ଜନଜାତିରୁ ବାଦ୍‌ ଦିଆଯାଉ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଧର୍ମାନ୍ତରିତ ବ୍ୟକ୍ତିମାନଙ୍କୁ ଅନୁସୂଚିତ ଜନଜାତିରୁ ବାଦ୍‌ ଦେବା ଦାବିକୁ ଜୋର୍‌ଦାର କରିଛି ଜନଜାତି ସୁରକ୍ଷା ମଞ୍ଚ। ଏହାକୁ ନେଇ ଶନିବାର ମଞ୍ଚ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବଡ଼ଧରଣର ଜନଜାତି ସମାବେଶର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ୨୬ ଜିଲାରୁ ୬୨ ସମ୍ପ୍ରଦାୟର ୧୦ହଜାରରୁ ଊର୍ଦ୍ଧ୍ୱ ଜନଜାତି ଭଉଣୀଭାଇ ଯୋଗଦେଇଥିଲେ। ଶହୀଦନଗର ଦୁର୍ଗାମଣ୍ଡପ, ନୟାପଲ୍ଲୀ ଓ ରାମମନ୍ଦିର ଛକ ନିକଟରୁ ୩ଟି ଶୋଭାଯାତ୍ରା ବାହାରି ସ୍ଥାନୀୟ ଜନତା ମୈଦାନରେ ପହଞ୍ଚତ୍ଥିଲା। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରୁପାଲି ଛକରେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଜନଜାତି ଭଉଣୀଭାଇଙ୍କ ସହ କିଛି ସମୟ ଆଲୋଚନା କରି କିଛି ବାଟ ପଦଯାତ୍ରାରେ ଯାଇଥିଲେ। ଏହି ସମାବେଶରେ ଜନଜାତି ସମ୍ପ୍ରଦାୟର ଲୋକେ ପାରମ୍ପରିକ ବେଶଭୂଷାରେ ଯୋଗ ଦେଇଥିଲେ। ଅନ୍ୟପଟେ ପାରମ୍ପରିକ ନୃତ୍ୟଗୀତ ସହ ବିଭିନ୍ନ ଦାବି ନେଇ ନାରାବାଜି କରିଥିଲେ। ନିଜର ଧର୍ମ ସଂସ୍କୃତିକୁ ରକ୍ଷା କରିବା ପାଇଁ ତଥା ଯେଉଁମାନେ ଧର୍ମାନ୍ତରିତ ହୋଇଯାଇଛନ୍ତି ସେମାନଙ୍କୁ ଜନଜାତି ସୂଚୀରୁ ଅଲଗା କରିବା ନେଇ ଆନ୍ଦୋଳନକୁ ଜାତୀୟସ୍ତର କରାଯିବ ବୋଲି ମଞ୍ଚର ସର୍ବବ୍ୟବସ୍ଥା ପ୍ରମୁଖ ପ୍ରକାଶ ବେତାଲା ଉଦ୍‌ବୋଧନ ଦେଇ କହିଛନ୍ତି। ମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ଗଣେଶ ରାମଭଗତ, ସହ ସଂଯୋଜକ ଡ. ରାଜକିଶୋର ହାଁସଦା, ପବିତ୍ର କୁମାର କହଁର ପ୍ରମୁଖଙ୍କ ନେତୃତ୍ୱରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ରାଜନୈତିକ ଦଳମାନେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନରେ ଧର୍ମାନ୍ତରିତ ବ୍ୟକ୍ତିଙ୍କୁ ଟିକେଟ୍‌ ନ ଦେବା ପାଇଁ ମଞ୍ଚ ପକ୍ଷରୁ ଦାବି ହୋଇଛି। ସେହିପରି ସରକାରୀ ଚାକିରି ହାତେଇବାରେ ଏପରି ବ୍ୟକ୍ତିଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ ନ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେବା ପାଇଁ କୁହାଯାଇଛି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟି ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri