ଟିକା କ୍ରୟ ଉପରୁ ଜିଏସ୍‌ଟି ଛାଡ଼ କର

ଭୁବନେଶ୍ୱର,୭ା୫(ବ୍ୟୁରୋ):କୋଭିଡ୍‌-୧୯ ଦ୍ୱିତୀୟ ଲହର ସମଗ୍ର ଦେଶ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହି ମହାମାରୀ ପାଇଁ କ୍ରୟ କରାଯାଉଥିବା ଟିକା ଉପରୁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏ ନେଇ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ନବୀନ ଚିଠି ଲେଖିଛନ୍ତି। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦାୟ କରାଯାଉଥିବା ସେସ୍‌ ଓ ସରଚାର୍ଜରୁ ରାଜ୍ୟକୁ ଆର୍ଥିକ ସହାୟତା କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, କୋଭିଡ୍‌-୧୯ ମହାମାରୀ ଲଢ଼େଇ କ୍ଷେତ୍ରରେ ଦେଶ କଠିନ ପରିସ୍ଥିତି ଦେଇ ଗତି କରୁଛି। ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମହାମାରୀ ବିରୁଦ୍ଧ ଲଢ଼େଇରେ ବିଜୟ ପାଇଁ ସମସ୍ତ ସମ୍ବଳ ବିନିଯୋଗ ହେଉଛି। ଉନ୍ନତ ଚିକିତ୍ସା ଓ ଟିକାକରଣ ପର୍ଯ୍ୟନ୍ତ ମହାମାରୀ ବିରୋଧରେ ହେଉଥିବା ଏହି ଲଢ଼େଇ ଏକ ଚ୍ୟାଲେଞ୍ଜ ହୋଇ ରହିବ। ଏଭଳି ପରିସ୍ଥିତିରେ ୧୮ରୁ ୪୪ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ପାଇଁ ଟିକା କ୍ରୟ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଟିକା କ୍ରୟରେ ଜିଏସ୍‌ଟି ଲାଗୁ ଏହାର ମୂଲ୍ୟକୁ ବୃଦ୍ଧି କରିଛି। ତେଣୁ ଟିକା କ୍ରୟ ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ କରିବାର ଆବଶ୍ୟକ ରହିଛି। ଏହାଦ୍ୱାରା ଟିକା କ୍ରୟର ମୂଲ୍ୟ ହ୍ରାସ ହେବା ସହ ସାର୍ବଜନୀନ ଟିକାକରଣରେ ମଧ୍ୟ ସହାୟକ ହୋଇପାରିବ ବୋଲି ନବୀନ କହିଛନ୍ତି।
କୋଭିଡ୍‌ ବିରୋଧରେ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ଏ କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ସହଯୋଗ କଲେ ସମଗ୍ର ଦେଶ ଏକ ହୋଇ ଏହି ମହାମାରୀ ବିରୋଧରେ ଲଢ଼େଇ କରିପାରିବ। ସମ୍ବଳର ଅଭାବ ଯେପରି ଏହି ଲଢ଼େଇ କ୍ଷେତ୍ରରେ ବାଧା ନ ହେଉ, ଯାହାକି ସମଗ୍ର ଦେଶକୁ ପ୍ରଭାବିତ କରିବ। ବିଭିନ୍ନ ପ୍ରକାର ସେସ୍‌ ଏବଂ ପେଟ୍ରୋଲ, ଡିଜେଲ, ମଦ ଇତ୍ୟାଦିରୁ କେନ୍ଦ୍ର ସରକାର ଆଦାୟ କରୁଥିବା ସରଚାର୍ଜକୁ ଏହି କଠିନ ସମୟରେ ରାଜ୍ୟଗୁଡ଼ିକ ମଧ୍ୟରେ ବଣ୍ଟନ କରିବାକୁ ନବୀନ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସହାୟତା ମହାମାରୀ ବିରୋଧରେ ହେଉଥିବା ଟିକାକରଣ, ମାଗଣା ଚିକିତ୍ସା ଏବଂ ଅନ୍ୟାନ୍ୟ ପ୍ରତିଷେଧକ କାର୍ଯ୍ୟକ୍ରମଗୁଡ଼ିକୁ ସଶକ୍ତ କରିପାରିବ। ଏହାକୁ ଅତି ଜରୁରୀ ମନେକରି ଆବଶ୍ୟକ ପଦକ୍ଷେପ ନେବାକୁ ନବୀନ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri