Posted inଖେଳ

ଅଷ୍ଟ୍ରେଲିଆର ରୋମାଞ୍ଚକ ବିଜୟ

ଧର୍ମଶାଳା, ୨୯।୧୦ (ପି.ଟି.): ଚଳିତ ଦିନିକିଆ ବିଶ୍ୱକପ୍‌ରେ ଶନିବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଟ୍ରାଭିସ୍‌ ହେଡ୍‌ଙ୍କ ଆକର୍ଷଣୀୟ ଶତକ ସହାୟତାରେ ୫ ରନରେ ରୋମାଞ୍ଚକ ବିଜୟ ହାସଲ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩୮୮ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ବିନିମୟରେ ୩୮୩ ରନ କରିପାରିଥିଲା। ଏକ ବିଶ୍ୱକପ୍‌ ମ୍ୟାଚରେ ଦୁଇ ଦଳ ମିଶି ସର୍ବାଧିକ ୭୭୧ ରନ ସଂଗ୍ରହ କରି ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଚଳିତ ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା। ଦୁଇ ଦଳ ମୋଟ ୭୫୪ ରନ ସଂଗ୍ରହ କରିଥିଲେ। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର ଆରମ୍ଭ ଉତ୍ସାହଜନକ ନ ଥିଲା। ଦଳ ଏହାର ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇଥିଲା। ମାତ୍ର ଚମତ୍କାର ପ୍ରତ୍ୟାବର୍ତ୍ତନ ସହ କ୍ରମାଗତ ୪ର୍ଥ ବିଜୟ ସହ ନିଜକୁ ସେମିଫାଇନାଲ ଦୌଡ଼ରେ ସାମିଲ କରିଛି। ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ଟ୍ରାଭିସ୍‌ ହେଡ୍‌ ତାଙ୍କ ପ୍ରଥମ ବିଶ୍ୱକପ୍‌ ମ୍ୟାଚରେ ୬୭ ବଲ୍‌ରୁ ୧୦୯ ରନ ସଂଗ୍ରହ କରିଥିଲେ। ସେ ଓ ଡେଭିଡ୍‌ ଓ୍ବାର୍ନର (୬୫ ବଲ୍‌ରୁ ୮୧) ଓପନିଂ ଉଇକେଟରେ ୧୭୫ ରନ ଯୋଗ କରିଥିଲେ। ଅଷ୍ଟ୍ରେଲିଆର ଅନ୍ୟ ଖେଳାଳିଙ୍କ ମଧ୍ୟରେ ଗ୍ଲେନ ମାକ୍ସଓ୍ବେଲ ୪୧, ଜୋସ୍‌ ଇଂଲିଶ ୩୮ ରନ କରିଥିବା ବେଳେ ଶେଷ ପର୍ଯ୍ୟାୟରେ ପ୍ୟାଟ୍‌ କୁମିନ୍ସ ୧୪ ବଲ୍‌ରୁ ଦ୍ରୁତ ୩୭ ରନ କରିଥିଲେ। ନ୍ୟୁଜିଲାଣ୍ଡର ସଫଳ ବୋଲର ଗ୍ଲେନ ଫିଲିପ୍ସ ୩୭ ରନ ବିନିମୟାର ୩ ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ଇନିଂସରେ ଟପ୍‌ ସ୍କୋରର ରାଚିନ ରବିନ୍ଦ୍ର ୮୯ ରନ୍‌ରୁ ୧୧୬ ରନ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ: ୪୯.୨ ଓଭରରେ ୩୮୮ (ଟ୍ରାଭିସ ହେଡ୍‌-୧୦୯, ଡେଭିଡ୍‌ ଓ୍ବାର୍ନର-୮୧; ଗ୍ଲେନ ଫିଲିପ୍ସ-୩/୩୭)।
ନ୍ୟୁଜିଲାଣ୍ଡ: ୫୦ ଓଭରରେ ୩୮୩/୯ (ରାଚିନ ରବୀନ୍ଦ୍ର-୧୧୬, ଜିମ୍ମି ନିଶାମ-୫୮, ଜୋଶ ହାଜ୍‌ଲେଉଡ୍‌-୨/୭୦)।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri