Posted inଖେଳ

ଉତ୍ସାହ ବଢୁଛି, କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି):ଭାରତ ସମେତ ଓଡ଼ିଶାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି। ପ୍ରତିଯୋଗିତାର ଅନ୍ୟତମ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭୁବନେଶ୍ୱରରେ ଫିଫାର ବାସ୍ନା ସ୍ପଷ୍ଟ ବାରି ହୋଇଯାଉଛି। ସଜେଇ ହେଉଛି ସହର। କଳିଙ୍ଗ ଷ୍ଟାଡିୟମ ପାର୍ଶ୍ୱବର୍ତ୍ତୀ ରାସ୍ତା ସହ ସହରର ବିଭିନ୍ନ ସ୍ଥାନରେ ପ୍ରତିଯୋଗିତାର ଲୋଗୋ ଏବଂ ମାସ୍କଟର ହୋର୍ଡିଂମାନ ଲାଗିଛି। ପୂର୍ବରୁ ହକି ବିଶ୍ୱକପ୍‌ ସମେତ ଡଜନେରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ସମ୍ପନ୍ନ କରାଇଥିବା ରାଜ୍ୟ ସରକାର ଏଥର ମଧ୍ୟ ଟୁର୍ନାମେଣ୍ଟକୁ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଫିଫା, ସର୍ବଭାରତୀୟ ଫୁଟବଲ ଫେଡେରେଶନର ଅଧିକାରୀମାନେ ଉପସ୍ଥିତ ରହିବାର ସୂଚନା ମିଳିଛି।

ଏହା ଏକ ମେଗା ପ୍ରତିଯୋଗିତା ହୋଇଥିବାରୁ ଭେନ୍ୟୁସ୍ଥଳ କଳିଙ୍ଗ ଷ୍ଟାଡିୟମ ସମେତ ୭ମ ବାଟାଲିୟନ ମଧ୍ୟରେ ୨ଟି ଏବଂ ୟୁନିଟ-୩ ଅଭ୍ୟାସ ପଡ଼ିଆକୁ ଫିଫା ଷ୍ଟାଣ୍ଡାର୍ଡର କରାଯାଇଛି। ଭାରତୀୟ ଦଳ ପୂର୍ବରୁ ଏଠାରେ ଟ୍ରେନିଂ ଜାରି ରଖିଥିବାବେଳେ ଇତିମଧ୍ୟରେ ବ୍ରାଜିଲ, ମରକ୍କୋ ଏବଂ ଆମେରିକା ଦଳ ଭୁବନେଶ୍ୱରରେ ପହଞ୍ଚତ୍ ନିଜ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଉଛନ୍ତି। ଭାରତ ସମେତ ଏହି ୩ଟି ଦଳ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଛନ୍ତି। ପ୍ରତି ଗ୍ରୁପ୍‌ରୁ ୨ଟି ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବାର ନିୟମ ରହିଛି। ତେଣୁ ଭାରତ ମୁଖ୍ୟତଃ ଉଚ୍ଚର଼୍ୟାଙ୍କ୍‌ପ୍ରାପ୍ତ ବ୍ରାଜିଲ ଓ ଆମେରିକାଠାରୁ କଡ଼ା ଚ୍ୟାଲେଞ୍ଜ ପାଇବ। ଭାରତ ଭଳି ପ୍ରଥମଥର ପାଇଁ ଅଂଶଗ୍ରହଣ କରୁଥିବା ମରକ୍କୋ ଦଳ ମଧ୍ୟ ପ୍ରଦର୍ଶନର ଛାପ ଛାଡ଼ିବାକୁ ନିଶ୍ଚିତ ଚେଷ୍ଟା କରିବ।

ଭୁବନେଶ୍ୱର ବ୍ୟତୀତ ଗୋଆର ମାର୍ଗାଓ ଏବଂ ମହାରାଷ୍ଟ୍ରର ନଭି ମୁମ୍ବାଇରେ ପ୍ରତିଯୋଗିତାର ମ୍ୟାଚଗୁଡ଼ିକ ଆୟୋଜନ ହେବ। ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇ ଏହି ଟୁର୍ନାମେଣ୍ଟ ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ କଳିଙ୍ଗ ଷ୍ଟାଡିୟମ ଏବଂ ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ୧୧ ତାରିଖରେ ଭୁବନେଶ୍ୱରରେ ମରକ୍କୋ-ବ୍ରାଜିଲ, ଭାରତ-ଆମେରିକା ଏବଂ ମାର୍ଗାଓରେ ଚିଲି-ନ୍ୟୁଜିଲାଣ୍ଡ ଓ ଜର୍ମାନୀ-ନାଇଜେରିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଭାରତ ଏହାର ପରବର୍ତ୍ତୀ ୨ଟି ମ୍ୟାଚ ୧୪ରେ ମରକ୍କୋ ଓ ୧୭ରେ ବ୍ରାଜିଲ ସହିତ ଖେଳିବ। ଭାରତର ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଭାରତ କଡ଼ା ଚ୍ୟାଲେଞ୍ଜ ଦେବ: ଡେନର୍ବି

ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଭାରତ ଅନ୍ୟତମ ଅଣ୍ଡରଡଗ୍‌ ଦଳ ବିବେଚିତ ହେଉଛି। ମାତ୍ର ମୁଖ୍ୟ କୋଚ୍‌ ଥୋମାସ ଡେନର୍ବି ନିଜ ଦଳର ପ୍ରଦର୍ଶନକୁ ନେଇ ଆତ୍ମବିଶ୍ୱାସରେ ଅଛନ୍ତି। ବ୍ରାଜିଲ ଓ ଆମେରିକାପରି ଶକ୍ତିଶାଳୀ ଦଳ ଗୁଡ଼ିକୁ ଭାରତ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ସେ ପ୍ରକାଶ କରିଛନ୍ତି। ଭାରତ ଏହାର ପ୍ରଥମ ମ୍ୟାଚରେ ଆମେରିକାକୁ ଭେଟିବ। ”ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ମଧ୍ୟ ଭାରତ ପ୍ରତିଦ୍ୱନ୍ଦ୍ୱିତା କରିପାରେ ବୋଲି ଦେଖାଇବାର ସମୟ ଆସିଛି। ବର୍ତ୍ତମାନ ଆମେ ଫଳାଫଳକୁ ଦେଖୁନାହୁଁ। ଭାରତୀୟ ବାଳିକାମାନେ ଫୁଟବଲ ଖେଳିପାରନ୍ତି ବୋଲି ପ୍ରଦର୍ଶନ ମାଧ୍ୟମରେ ଦେଖାଇବାକୁ ଚାହୁଁ। ଗ୍ରୁପ୍‌ ମଧ୍ୟରେ ଆମର ନିଜର କିଛି ଲକ୍ଷ୍ୟ ଅଛି। ଆମେ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ। ଆମେରିକା ହେଉ କି ବ୍ରାଜିଲ କିମ୍ବା ମରକ୍କୋ ଆମେ ଗୋଲ ସ୍କୋର କରି ପଏଣ୍ଟ ହାସଲ କରିବାକୁ ଚାହୁଁ। ଆମେ ଏକ ଭଲ ଦଳବୋଲି ଭାରତୀୟ ପ୍ରଶଂସକଙ୍କୁ ଦେଖାଇବାକୁ ଚାହୁଁ“ ବୋଲି ଡେନର୍ବି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri