Categories: ବାଣିଜ୍ୟ

ଶେୟାର ବଜାର କାରବାରରେ ଉତ୍ସାହ

ଭୁବନେଶ୍ୱର,୩।୨: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷ କରି ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୪୪୦ (୪୪୦.୩୩) ପଏଣ୍ଟ ବଢି ୭୨,୦୮୬ (୭୨,୦୮୫.୬୩) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୧୫୬ (୧୫୬.୩୫) ପଏଣ୍ଟ ବୃଦ୍ଧି ଘଟି ୨୧,୮୫୪ (୨୧,୮୫୩.୮୦) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସର ମିଡ୍‌କ୍ୟାପ୍‌ ଓ ସ୍ମଲକ୍ୟାପ୍‌ ଶେୟାରଗୁଡିକର ଇଣ୍ଡେକ୍ସ ସହିତ ଏନ୍‌ଏସ୍‌ଇ ନିଫ୍ଟି ମିଡ୍‌କ୍ୟାପ, ସ୍ମଲ କ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ମଧ୍ୟ ବୃଦ୍ଧି ଘଟିଛି। ଏପରିକି ଶେୟାର ବଜାରର ସେକ୍ଟୋରାଲ ଇଣ୍ଡେକ୍ସ କାରବାରରେ ମଧ୍ୟ ପରିବର୍ତ୍ତନ ହୋଇଛି। ବିଶେଷକରି ଅନ୍ତରୀଣ ବଜେଟ୍‌ର ପ୍ରଭାବ ପୁଞ୍ଜି ବଜାର ଉପରେ ଦେଖାଦେଇଛି।

Share