ବାମରା ପାଲଟିଲା ରଣକ୍ଷେତ୍ର

କୁଚିଣ୍ଡା,୨୪ା୨(ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ରେଳ ଷ୍ଟେଶନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ବୁଧବାର ୧୧ଘଣ୍ଟା ଧରି ରେଳରୋକୋ ହୋଇଥିଲା। ଚକ୍ରଧରପୁର ରେଳବାଇ କର୍ତ୍ତୃପକ୍ଷ ଓ ବାମରା ରେଳ କ୍ରିୟାନୁଷ୍ଠାନ କମିଟିର ବୁଝାମଣା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ମାତ୍ର ପୂର୍ବରୁ ବାମରା ଷ୍ଟେଶନରେ ରହିଆସୁଥିବା ସମସ୍ତ ଟ୍ରେନ୍‌ର ଗୁରୁବାର ସକାଳୁ ରହଣି ବାତିଲ କରାଯିବାରୁ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତ୍ୟହ ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍‌ରେ ଯାତାୟାତ କରୁଥିବା ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଗନ୍ତବ୍ୟସ୍ଥଳକୁ ଯିବାରେ ବଞ୍ଚତ୍ତ ହେବାରୁ ଉତ୍ତେଜିତ ହୋଇ ଟିକେଟ କାଉଣ୍ଟର ଓ ପେନାଲ ରୁମ୍‌କୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ପରେ ସେମାନେ କର୍ମଚାରୀଙ୍କୁ ବାହାର କରିଦେଇ ତାଲା ପକାଇ ଦେଇଥିଲେ। ଏହି
ଷ୍ଟେଶନରେ ଶତାଧିକ ମହିଳାପୁରୁଷ ପହଞ୍ଚି ଆନ୍ଦୋଳନ ଚଳାଇଥିଲେ। ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ ହେବା ଫଳରେ ଷ୍ଟେଶନ ପରିସର ରଣକ୍ଷେତ୍ର ପାଲଟିଥିଲା। ଫଳରେ ଆଗକୁ ଯିବା ପାଇଁ ସିଗ୍‌ନାଲ ନ ପାଇ କେତେକ ଟ୍ରେନ୍‌ ବାମରା ଷ୍ଟେଶନରେ ହିଁ ଅଟକି ରହିଥିଲା।
ବୁଧବାର ଆଲୋଚନା ପରେ ଗୁରୁବାରଠାରୁ ରେଳ ରହଣି ସ୍ବାଭାବିକ ହେବା ପରିବର୍ତ୍ତେ ହଠାତ୍‌ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଉପେକ୍ଷା କରି ଷ୍ଟେଶନର ୧, ୨, ୩ନଂ. ପ୍ଲାଟଫର୍ମ ଅସୁରକ୍ଷିତ ଥିବା ଦର୍ଶାଯାଇ ବାମରା ଷ୍ଟେଶନ କର୍ତ୍ତୃପକ୍ଷଙ୍କୁ କୁଆଡେ ଟ୍ରେନ ରହଣି ବାତିଲ ପାଇଁ ନିର୍ଦ୍ଦେଶ ଆସିଥିଲା। ଏ ନେଇ ବାମରା ଷ୍ଟେଶନ ପକ୍ଷରୁ ମଧ୍ୟ ଘୋଷଣା କରାଯାଇଥିଲା। ଦୀର୍ଘ ଦିନରୁ ବିଭିନ୍ନ ସମସ୍ୟା ନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ପ୍ରତି ରହିଥିବା ପୁଞ୍ଜୀଭୂତ ଅସନ୍ତୋଷ ପୁଣି ଦେଖିବାକୁ ମିଳିଥିଲା। ଉପଜିଲାପାଳ ବିଭୂତିଭୂଷଣ ନାୟକ, ବାମରା ତହସିଲଦାର ଅନିଲ କୁଲୁ, ବିଡିଓ ପୁଷ୍ପକ ପ୍ରଧାନ, କୁଚିଣ୍ଡା ତହସିଲଦାର ପ୍ରସନ୍ନ ଟେଟେ, ଏସ୍‌ଡିପିଓ ରାଜକିଶୋର ମିଶ୍ର, ସମ୍ବଲପୁର ଅତିରିକ୍ତ ଏସ୍‌ପି ତପନ ପ୍ରଧାନ, ରେଳବାଇ ସିକ୍ୟୁରିଟି କମାଣ୍ଡାଣ୍ଟ ଓମ୍‌କାର ସିଂ ପ୍ରମୁଖ ବାମରା ରେଳ ଷ୍ଟେଶନରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଲୋକେ ଡିଆର୍‌ଏମ୍‌ ଆସି ଆଲୋଚନା କରିବାକୁ ଜିଦ୍‌ ଧରିଥିଲେ। ଅପରାହ୍ନ ପ୍ରାୟ ସାଢେ ୨ଟା ବେଳେ ଚକ୍ରଧରପୁର ମଣ୍ଡଳ ଡିଆର୍‌ଏମ୍‌ ଅରୁଣ ଜେ ରାଠୋର ବାମରା ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ପର୍ଯ୍ୟାୟକ୍ରମେ ରେଳ ରହଣି କରାଯିବାକୁ କହିଥିଲେ। ମାତ୍ର ଏହାକୁ ନେଇ ଆନ୍ଦୋଳନକାରୀ ଓ ନିୟୋଜିତ ଥିବା ଆର୍‌ପିଏଫ୍‌ଙ୍କ ମଧ୍ୟରେ କଥା କଟାକଟି ହୋଇ ପରବର୍ତ୍ତୀ ସମୟରେ ଜନତା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଟେକାପଥର ମାଡ କରିବାରୁ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା। ଲୋକଙ୍କ ପଥର ମାଡ଼ରେ ୯ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପୋଲିସ ଲାଠି ମାଡ଼ରେ ୬ଜଣ ଆନ୍ଦୋଳନକାରୀ ଆହତ ହୋଇଥିବା ସୂଚନା ମିଳିଛି। ଆନ୍ଦୋଳନକାରୀ କୁଚିଣ୍ଡା ପୋଲିସ ଏସ୍‌ଡିପିଓଙ୍କ ଗାଡି ସହ ଅନ୍ୟ କେତେକ ପୋଲିସ ଗାଡିକୁ ଭାଙ୍ଗିରୁଜି ଦେଇଛନ୍ତି। ଉତ୍ତେଜନା ଲାଗିଥିବାରୁ ବାମରା ରେଳ ଷ୍ଟେଶନଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ଷ୍ଟେଶନରେ ଟାୟାର ଜାଳି ଆନ୍ଦୋଳନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri