ଟିକେଟ୍‌ ଘୋଷଣା ପରେ ଉତ୍ସାହିତ କଂଗ୍ରେସ କର୍ମୀ, ଏଥର ଜିତିବୁ

ଦାରିଙ୍ଗବାଡି,୧।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ କଂଗ୍ରେସ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଥିବା ବେଳେ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଭାବେ ଅମୀର ଚାନ୍ଦ ନାୟକଙ୍କୁ ଦଳ ଟିକେଟ୍‌ ଦେଇଛି।

ପ୍ରାର୍ଥୀ ତାଲିକା ଘୋଷଣା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏପରିକି ୨୦୨୪ ନିର୍ବାଚନରେ ଜିତିବୁ ବୋଲି ପ୍ରକାଶ କରିଛନ୍ତି। ବ୍ରାହ୍ମଣୀଗାଁ ସମେତ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ କର୍ମୀମାନେ ଖୁସିରେ ବାଣ ଫୁଟାଇବା ସହ ମିଠା ବାଣ୍ଟି ସେଲିବ୍ରେସନ କରିଛନ୍ତି।

ସେହିପରି କଂଗ୍ରେସର ଏମ୍‌ପି ପ୍ରାର୍ଥୀ ଅମୀର ଚାନ୍ଦ ନାୟକ ଦଳୀୟ ଟିକେଟ ପାଇବା ପରେ ଦାରିଙ୍ଗବାଡି ବ୍ଲକ ସମେତ ବ୍ରାହ୍ମଣୀଗାଁରେ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଦେଖାଦେଇଛି। କେବଳ ଅମୀରଙ୍କ ଅଞ୍ଚଳ ଦାରିଙ୍ଗବାଡିରେ ଏହି ଉତ୍ସାହ ସିମିତ ରହିନାହିଁ କାରଣ କନ୍ଧମାଳରେ ବିଜେଡି ଓ ଭାଜପା ଅନ୍ୟ ଜିଲାର ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଥିବାରୁ ଜନ ଅସନ୍ତୋଷ ଦେଖାଯାଇଥିବା ବେଳେ ଏଥିରେ କଂଗ୍ରେସ ତାର ନିୟମରେ କିଛି ଅଲଗା ରଖିଛି।