ଉତ୍ସାହିତ ଭାଜପା କର୍ପୋରେଟର

ଭୁବନେଶ୍ୱର, ୬।୬ (ବନ୍ଦନା ସେଠୀ)ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭାଜପା ବହୁମତ ହାସଲ କରି ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ୨୪ବର୍ଷର ଶାସନ ବିଜେଡି ହାତରୁ ଖସିଛି। ଏହାକୁ ନେଇ ଏବେ ଭାଜପା ନେତା, କର୍ମୀ ଓ ସମର୍ଥକଙ୍କ ମହଲରେ ଖୁସିର ଲହରି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଭୁବନେଶ୍ୱରର ୩ ବିଧାନସଭା ଆସନରୁ ଗୋଟିଏ ଭାଜପା ଛଡ଼ାଇ ନେଇଥିବାବେଳେ ଲୋକ ସଭା ଆସନକୁ ମଧ୍ୟ ଭାଜପା କବ୍‌ଜା କରିଛି। ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଭାଜପା କର୍ପୋରେଟରମାନେ ମଧ୍ୟ ବେଶ୍‌ ଉତ୍ସାହିତ ହୋଇପଡିଛନ୍ତି। ଜୁନ୍‌ ୨୦ ପରେ ବିଏମ୍‌ସିର ମାସିକିଆ ବୈଠକ ପୁନର୍ବାର ଆରମ୍ଭ ହେବ। ତେଣୁ ଏଥର ମାସିକିଆ ବୈଠକରେ ନିଜର ଦମ୍ଭ ଦେଖାଇବାକୁ ଭାଜପା କର୍ପୋରେଟରମାନେ ଏବେଠାରୁ ସଜବାଜ ହେଉଛନ୍ତି। ମୋଟ୍‌ ୬୭ଜଣ କର୍ପୋରେଟଙ୍କ ମଧ୍ୟରୁ ୫୫ଜଣ ବିଜେଡି କର୍ପୋରେଟର ଥିବାବେଳେ, ୧୦ଜଣ ଭାଜପା ଏବଂ ୨ଜଣ ସ୍ବାଧୀନ କର୍ପୋରେଟର ଅଛନ୍ତି। ସଂଖାଗରିଷ୍ଠତା ନ ଥିବାରୁ ଏବଂ ବିରୋଧୀ ଦଳ ହୋଇଥିବାରୁ ମେୟର, କମିଶନର ସର୍ବଦା ସେମାନଙ୍କୁ ହେୟଜ୍ଞାନ କରୁଥିବା ସେମାନେ ପୂର୍ବରୁ ଅଭିଯୋଗ କରି ଆସିଛନ୍ତି। ଏପରିକି ଏନେଇ ଅନେକ ଥର ଧାରଣା ଏବଂ ଗୃହତ୍ୟାଗ ମଧ୍ୟ କରିଛନ୍ତି। ମାତ୍ର ଏବେ ଶାସନ ଡୋର ଭାଜପା ହାତକୁ ଚାଲିଯାଇଥିବାରୁ ପୂର୍ବ ଘଟଣାର ପୁନରାବୃତ୍ତି ହୋଇ ପାରିବ ନାହିଁ ବୋଲି କେତେଜଣ ଭାଜପା କର୍ପୋରେଟର ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ଏଥିସହ ଆସନ୍ତା ବୈଠକରେ ସହରର ଡ୍ରେନେଜ୍‌ ବ୍ୟବସ୍ଥାକୁ ନେଇ ମେୟର, କମିଶନରଙ୍କୁ ଘେରିବେ ବୋଲି ଭାଜପା କର୍ପୋରେଟର ରାମଚନ୍ଦ୍ର ରଣସିଂହ କହିଛନ୍ତି। ଜୁନ୍‌ ୨ୟ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଥିବାବେଳେ ଏବେସୁଦ୍ଧା ସହରର ଡ୍ରେନ୍‌ କାମ ସରିପାରି ନାହିଁ। ଯେଉଁଠାରେ କାମ ସରିଛି, ସେଠାରେ ଡ୍ରେନ୍‌ ଉପରେ ସ୍ଲାବ୍‌ ପଡିନାହିଁ। ସେହିପରି ଅନେକ ଓ୍ବାର୍ଡରେ ରାସ୍ତାକାମ ଠିକ୍‌ ଭାବେ ହୋଇନାହିଁ। ଏସବୁର ହିସାବ ବୈଠକରେ ମଗାଯିବ। ସମସ୍ତ ବସ୍ତିବାସିନ୍ଦାଙ୍କୁ କାହିଁକି ଭୂମି ପ୍ରମାଣ ପତ୍ର ଦିଆଯାଇ ନାହିଁ ସେ ପ୍ରସଙ୍ଗ ଉଠିବ। ଏହାବାଦ୍‌ ଭାଜପା କର୍ପୋରେଟରଙ୍କ ଓ୍ବାର୍ଡକୁ ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁ ଅଣଦେଖା କରୁଥିଲେ, ତାହା ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଭାଜପା କର୍ପୋରେଟର ଅପରୂପ ନାରାୟଣ ରାଉତ କହିଛନ୍ତି। ଏପରିକି ଆବଶ୍ୟକ ପଡିଲେ କର୍ପୋରେସନ୍‌କୁ ଭଙ୍ଗାଯିବ ବୋଲି ମଧ୍ୟ ଅପରୂପ କହିଛନ୍ତି। ଅପରପକ୍ଷେ ସଂଖ୍ୟା ଅଧିକ ଥିଲେ ମଧ୍ୟ ସରକାର ତାଙ୍କ ହାତରେ ଥିବାରୁ ଆମ ପକ୍ଷ ଦୁର୍ବଳ ରହିବ ବୋଲି ଜଣେ ବିଜେଡି କର୍ପୋରେଟର କହିଛନ୍ତି। ତେଣୁ ଆସନ୍ତା କର୍ପୋରେଶନ ବୈଠକ ଉଭୟ ଶାସକ ଏବଂ ବିରୋଧୀ ଦଳ କର୍ପୋରେଟରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଜଣାପଡିଛି।

କର୍ପୋରେଶନ ଭାଙ୍ଗିବା ସମ୍ଭାବନା କ୍ଷୀଣ
ପୂର୍ବରୁ ସରକାର ବଦଳିବା ପରେ କାଉନ୍‌ସିଲ୍‌ ଭାଙ୍ଗିଛି। ମାତ୍ର କାଉନ୍‌ସିଲ୍‌ ଏବଂ କର୍ପୋରେଶନ ମଧ୍ୟରେ ପାର୍ଥକ୍ୟ ରହିଛି। କର୍ପୋରେଶନ୍‌ର ସମସ୍ତ କର୍ପୋରେଟର ଏବଂ ମେୟର ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି। ସରକାରଙ୍କ ନୋଟିଫିକେଶନ୍‌ରେ ରାଜ୍ୟର ସମସ୍ତ ଅର୍ବାନ ବଡିକୁ ଭାଙ୍ଗିବା ସହଜ କଥା। ମାତ୍ର ଗଣତାନ୍ତ୍ରିକ ଉପାୟରେ କୌଣସି ନିର୍ଦ୍ଦିଷ୍ଟ ଇଲେକ୍ଟେଡ୍‌ ବଡିକୁ ଭାଙ୍ଗିବା ଏତେ ସହଜ ହେବନାହିଁ। ସେହିପରି ଭାଜପା ସରକାର କଲେ ମଧ୍ୟ ବିଏମ୍‌ସିରେ ସେମାନଙ୍କ ସଂଖ୍ୟା ନଗଣ୍ୟ ରହିଛି। ତେଣୁ ସେମାନେ କର୍ପୋରେଶନ୍‌କୁ ଭାଙ୍ଗି ପାରିବେ ନାହିଁ। ଯଦି ବିଜେଡି କର୍ପୋରେଟରମାନେ ଭାଜପା ଦଳକୁ ଆସିଲେ ତେବେ ତାଙ୍କର ସଂଖ୍ୟା ବଢିବ ଏବଂ ସ୍ବତଃପ୍ରବୃତ୍ତ ଭାବେ ଶାସକ ଦଳର ପଲ୍ଲା ଭାରି ରହିବ।
-ମାନସ ମହାପାତ୍ର, ବରିଷ୍ଠ ଆଇନ୍‌ଜୀବୀ, ହାଇକୋର୍ଟ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri