ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ସଦର ଥାନା ଭାଟପୁର ଗାଁରେ ଶୁକ୍ରବାର ଏକ ବଡ଼ ଧରଣର ଅବକାରୀ ଚଢ଼ାଉ ହୋଇଛି। ବ୍ରାଉନ ସୁଗାର କାରବାର ନେଇ ଜଣେ ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ଚଢାଉ ବେଳେ ବ୍ୟବସାୟୀଙ୍କ ଘରୁ ଏକ ମିକ୍ସଚର୍ ପ୍ୟାକେଟରୁ ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଅନ୍ୟପକ୍ଷେ ଅଧିକାରୀମାନେ ୨ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି। ଅନ୍ୟପକ୍ଷେ ଅବକାରୀ ଚଢ଼ାଉକୁ ବିରୋଧ କରି କିଛି ଗ୍ରାମବାସୀ ଅବକାରୀ କାର୍ଯ୍ୟାଳୟ ଘେରାଉ କରିଛନ୍ତି।


