ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: କାର୍‌ କାଚ ଭାଙ୍ଗିଲେ, ଶିଶୁ, ଡ୍ରାଇଭର ଆହତ

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବଡ଼ବଜାର ଥାନା ଫାଷ୍ଟଗେଟ୍‌ ନିକଟରେ ବୁଧବାର ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗଞ୍ଜେଇ ଥିବା ସନ୍ଦେହରେ ଯାଞ୍ଚ ବେଳେ ଅବକାରୀ କର୍ମଚାରୀ ଏକ ବୋଲେରୋ କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଗାଡ଼ି ଡ୍ରାଇଭର ଓ ସେଥିରେ ଥିବା ଶିଶୁ ଆହତ ହୋଇଛନ୍ତି। ବୋଲେରୋରେ ଥିବା ଲୋକ ଓ ଅବକାରୀ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଯୋଗୁ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ବଡ଼ବଜାର ପୋଲିସ ପହଞ୍ଚତ୍ ସମସ୍ୟା ସମାଧାନ କରି ଆହତଙ୍କୁ ମେଡିକାଲ ପଠାଇଛି।
କୋରାପୁଟର ସହଦେବ ସ୍ବାଇଁ ବୋଲେରୋ (ନଂ ଓଡ଼ି ୦୪-୦୦୦୩) ରେ ଝିଅ ସଙ୍ଗୀତାଙ୍କୁ ତାଙ୍କ ଶାଶୁଘର ଭୁବନେଶ୍ୱରକୁ ଛାଡ଼ିବାକୁ ଆସୁଥିଲେ। ତାଙ୍କ ସହ ଦୁଇ ଭାଇ ଏବଂ ଜଣେ ଶିଶୁ ଥିଲେ। ଅନ୍ୟପଟେ ଉକ୍ତ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ଖବର ପାଇଥିଲା। ବ୍ରହ୍ମପୁର ଅବକାରୀ ଟିମ୍‌ ଫାଷ୍ଟଗେଟ୍‌ ନିକଟରେ ଜଗି ଥିଲା। ଏହି କଳା ରଙ୍ଗର ବୋଲେରୋ ଦେଖି କର୍ମଚାରୀମାନେ ଗାଡ଼ି ଅଟକାଇଥିଲେ। ଡ୍ରାଇଭର କାହିଁକି ଗାଡ଼ି ଅଟକାଇବୁ ବୋଲି ପଚାରିଥିଲେ। ଅବକାରୀ କନ୍‌ଷ୍ଟେବଳ ଉତ୍ତ୍ୟକ୍ତ ହୋଇ ତାଙ୍କ ଗାଡ଼ି କାଚ ଭାଙ୍ଗି ଦେଇଥିଲେ। ଅନ୍ୟ ଜଣେ ଗାଳିଗୁଲଜ କରି ଡ୍ରାଇଭରଙ୍କୁ ବାହାରକୁ ଟାଣି ଆଣିଥିଲେ। ଗାଡ଼ି ଯାଞ୍ଚ କରାଯାଇଥିଲେ ମଧ୍ୟ ସେଥିରୁ ଗଞ୍ଜେଇ ମିଳି ନ ଥିଲା। ପରେ ଆହତ ସହଦେବ ସ୍ବାଇଁ ଏନେଇ ଥାନାରେ ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri