ରେଲ୍‌ଓ୍ବେ ବୋର୍ଡରେ ଅଦଳବଦଳ

Dillip Cherian

ନିକଟରେ ରେଲ୍‌ଓ୍ବେ ବୋର୍ଡରେ ଅଦଳବଦଳ କରାଯାଇଥିଲା। ଏଥିରେ ସୀମା କୁମାର, ନବୀନ ଗୁଲାଟି ଏବଂ ସତୀଶ କୁମାରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ବି ଉଠିଥିଲା। ତେବେ ଏଭଳି ହେବ ବୋଲି ଅନୁମାନ କରାଯାଉଥିଲାବେଳେ ମେମ୍ବର ଫାଇନାନ୍ସ ଅନିଶ୍ଚିତତା ଘେରରେ ରହିଥିଲା। ଏବେ ରେଳମନ୍ତ୍ରୀ ଭଦୋଦରାସ୍ଥିତ ନ୍ୟାଶନାଲ ଏକାଡେମୀ ଅଫ୍‌ ଇଣ୍ଡିଆନ ରେଲ୍‌ଓ୍ବେ(ଏନ୍‌ଏଆଇଆର୍‌)ର ନବନିଯୁକ୍ତ ମହାନିର୍ଦ୍ଦେଶକ(ଡିଜି)ଙ୍କ ଔପଚାରିକ ଦାୟିତ୍ୱ ପାଇଁ ନିଆରା ବ୍ୟବସ୍ଥା ପ୍ରସ୍ତୁତ କରି ସବୁ ଅନୁମାନର ଅନ୍ତ ଘଟାଇଛନ୍ତି। ଏକ ନୂଆ ଆଦେଶକ୍ରମେ ଦିଲ୍ଲୀସ୍ଥିତ ରେଲ୍‌ଓ୍ବେ ବୋର୍ଡରୁ ରୂପା ଶ୍ରୀନିବାସନ ଏନ୍‌ଏଆଇଆର୍‌ର ଡିଜି ଭାବେ ଦାୟିତ୍ୱ ନିର୍ବାହ କରିବା ଲାଗି ସ୍ଥିର କରାଯାଇଛି। କୌତୂହଳର ବିଷୟ, ଶ୍ରୀନିବାସନ ମଧ୍ୟ ରେଲ୍‌ଓ୍ବେ ବୋର୍ଡର ଫାଇନାନ୍ସ ମେମ୍ବର ପଦବୀର ଦାୟିତ୍ୱ ଜାରି ରଖିବେ। ଗତ ମାସରେ ଅଞ୍ଜଳି ଗୋୟଲଙ୍କ ଅବସର ପରେ ଚଳିତ ମାସରେ ସେ ଏହି ଦାୟିତ୍ୱ ନେଇଛନ୍ତି। କିନ୍ତୁ ଭଦୋଦରାସ୍ଥିତ ଗତିଶକ୍ତି ବିଶ୍ୱବିଦ୍ୟାଳୟ(ଜିଏସ୍‌ଭି)ର ନୂଆକରି ଦାୟିତ୍ୱ ଗ୍ରହଣ କରିଥିବା କୁଳପତିଙ୍କ ନିୟନ୍ତ୍ରଣରେ ଏବେ ସମ୍ପୂର୍ଣ୍ଣ ଏନ୍‌ଏଆଇଆର୍‌ ଭିତ୍ତିଭୂମିକୁ ରଖାଯାଇଛି। ପୂର୍ବରୁ ସିଧାସଳଖ ଏନ୍‌ଏଆଇଆର୍‌ ଡିଜି ଏହି ଭିତ୍ତିଭୂମିର ବୁଝାଶୁଝା କରୁଥିଲେ। ସୂତ୍ରରୁ ଜଣାପଡ଼ିଛି ଯେ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି କେବଳ ପ୍ରଶାସନିକ ଢାଞ୍ଚାକୁ ବ୍ୟବସ୍ଥିତ କରିନାହିଁ, ବରଂ ଏହା ଏକ ନୂଆ ଯୁଗକୁ ବାଟ କଢାଇ ନେବା ଲାଗି ଆବଶ୍ୟକ ଦୂରଦୃଷ୍ଟି ଓ ଆପଣାଇଥିବା ଅନୁକୂଳ କ୍ଷମତା ସ୍ଥିତିକୁ ଦର୍ଶାଉଛି। ଏବକାର ପରିବର୍ତ୍ତନରେ ଯଦିଓ କିଛି ସମାଧାନ କରାଯାଇଛି, ତଥାପି ଆଗକୁ ଜଟିଳ ସ୍ଥିତିଗୁଡ଼ିକର ସଞ୍ଚାଳନରେ ରେଲ୍‌ଓ୍ବେ ବୋର୍ଡର ସକ୍ଷମତା,ଦକ୍ଷତା ଓ ରଣନୈତିକ ନେତୃତ୍ୱ ପ୍ରତିବଦ୍ଧତା ପରୀକ୍ଷାର ସମୟ ହେବ।
ତ୍ୱରିତ ପଦୋନ୍ନତି
ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସୁଧାଂଶ ପନ୍ତଙ୍କୁ ରାଜସ୍ଥାନର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଉଷା ଶର୍ମାଙ୍କ ପରେ ସୁଧାଂଶଙ୍କୁ ନିଯୁକ୍ତ କରାଯିବା ଦ୍ୱାରା ସବୁ ରହସ୍ୟ ଉପରୁ ପରଦା ହଟିଯାଇଛି। ଗୋଟିଏ ବର୍ଷ ମଧ୍ୟରେ ପନ୍ତଙ୍କ ପାଇଁ ଏହା ତୃତୀୟ ପଦୋନ୍ନତି । ଯେଉଁମାନେ ଏ ସମ୍ପର୍କରେ ଅବଗତ ସେମାନଙ୍କ ମତରେ, କେନ୍ଦ୍ରରୁ ରାଜ୍ୟ କ୍ୟାଡରକୁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ସୂଚିତ କରିଥିଲା ଯେ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ। ପନ୍ତ ୬ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଟପି ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ବହନ କରିଛନ୍ତି। ଅନ୍ୟ ଦକ୍ଷ ଅଧିକାରୀ ଥିବା ସତ୍ତ୍ୱେ କେନ୍ଦ୍ର ତାଙ୍କୁ ରାଜ୍ୟକୁ ଫେରାଇ ଆଣିବା ନିଷ୍ପତ୍ତିର ଯୁକ୍ତିଯୁକ୍ତତା ଉପରେ ଅନେକ ବାବୁ ବି ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଅପେକ୍ଷାକୃତ ପ୍ରଶାସନିକ କ୍ଷେତ୍ରରେ କମ୍‌ ଅଭିଜ୍ଞତା ଥିବା ନୂତନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ପାଇଁ ପନ୍ତ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି କେନ୍ଦ୍ର ଆଶା କରୁଛି। ପନ୍ତଙ୍କ ପ୍ରଶାସନିକ ଦକ୍ଷତା ଯୋଗୁ କେନ୍ଦ୍ର ତାଙ୍କୁ ଚୟନ କରିଥିଲା। ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଭଜନଲାଲ ଶର୍ମା ଶକ୍ତିକେନ୍ଦ୍ରିକ ଆଭିମୁଖ୍ୟଠାରୁ ଦୂରେଇ ଏକ ଲୋକାଭିମୁଖୀ ପ୍ରଶାସନକୁ ଆଗେଇ ନେବାରେ ତାଙ୍କ ନିଯୁକ୍ତି ସାହାଯ୍ୟ କରିବ ବୋଲି କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଥିଲା। ଅକ୍ଟୋବର ୨୦୨୨ରେ ପରିବହନ ମନ୍ତ୍ରଣାଳୟରେ ଓଏସ୍‌ଡି ନିଯୁକ୍ତିରୁ ଆରମ୍ଭ କରି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ହେବାରୁ ଜଣାପଡ଼େ ଯେ ତାଙ୍କର ପଦୋନ୍ନତି ଖୁବ୍‌ଶୀଘ୍ର ଘଟିଛି। ଯେହେତୁ ଏବେ ପନ୍ତ ମୁଖ୍ୟ ଶାସନ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି, ରାଜ୍ୟ ଅମଲାତନ୍ତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ତାଙ୍କ ଆଶା ଅଧିକ ରହିବା ସ୍ବାଭାବିକ।
ନିଷ୍ପକ୍ଷ ଯାଞ୍ଚକୁ ପ୍ରାଥମିକତା
ସଞ୍ଜୟ କୁଣ୍ଡୁଙ୍କୁ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ପଦରୁ ବଦଳିକୁ ନେଇ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ପାଲାମପୁର ବ୍ୟବସାୟୀ ନିଶାନ୍ତ ଶର୍ମାଙ୍କ ବିରୋଧରେ ଚାଲିଥିବା ନିର୍ଯାତନା ମାମଲାରେ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରିବା ସହ ଭିନ୍ନ ମୋଡ ଦେଇଛି। ସୁପ୍ରିମକୋର୍ଟ ଦୁଇ ସପ୍ତାହ ମଧ୍ୟରେ ପ୍ରତ୍ୟାହାର ଆବେଦନକୁ ତ୍ୱରାନ୍ବିତ କରିବାକୁ ହାଇକୋର୍ଟଙ୍କୁ ଜଣାଇଛନ୍ତି। ନିର୍ଯାତନା ଅଭିଯୋଗର ଯାଞ୍ଚ ଉପରେ କୌଣସି ସମ୍ଭାବ୍ୟ ପ୍ରଭାବକୁ ରୋକିବା ପାଇଁ କୁଣ୍ଡୁଙ୍କୁ ପଦବୀରୁ ବଦଳି କରିବାକୁ ହାଇକୋର୍ଟ ପ୍ରାରମ୍ଭିକ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁ ଏହି ବଦଳି ଅସ୍ଥାୟୀ ଭାବରେ ବନ୍ଦ ରହିଛି ଏବଂ ପୂର୍ବ ଆଦେଶର ପୁନଃପ୍ରତ୍ୟାହାର ପାଇଁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କୁଣ୍ଡୁଙ୍କୁ ସ୍ବାଧୀନତା ପ୍ରଦାନ କରିଛି। ପ୍ରାରମ୍ଭିକ ଆଦେଶ କ୍ରମେ କୁଣ୍ଡୁଙ୍କୁ ଡିଜିପି ପଦରୁ ହଟାଇ ଦିଆଯାଇ ଆୟୁଷ ବିଭାଗର ପ୍ରମୁଖ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ଚାଲିଥିବା ଅନୁସନ୍ଧାନରେ କୌଣସି ସମ୍ଭାବ୍ୟ ପ୍ରଭାବକୁ ରୋକିବା ପାଇଁ ହାଇକୋର୍ଟଙ୍କ ଆଦେଶରେ କଙ୍ଗ୍ରାର ଏସ୍‌ପି ଶାଲିନୀ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ଅନ୍ୟ ପଦବୀକୁ ବଦଳି କରାଯାଇଥିଲା। ଯେହେତୁ ଆଇନଗତ ପ୍ରକ୍ରିୟା ଚାଲିଛି, ବଦଳି ଆଦେଶ ସ୍ଥଗିତ ରଖିବାକୁ ସର୍ବୋଚ୍ଚ ଅଦାଲତଙ୍କ ରାୟ ଏକ ସ୍ବଚ୍ଛ ଏବଂ ନିରପେକ୍ଷ ଯାଞ୍ଚ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ବିଚାର ପ୍ରକ୍ରିୟା ଚାଲିଥିବା ସମୟରେ ରାଜ୍ୟ ସରକାର ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସତୱନ୍ତ ଅଟୱାଲ ତ୍ରିବେଦୀଙ୍କୁ କାର୍ଯ୍ୟନିର୍ବାହୀ ଡିଜିପି ଭାବରେ ଘୋଷଣା କରିସାରିଥିଲେ, ଯାହା ବର୍ତ୍ତମାନ କୁଣ୍ଡୁଙ୍କ ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri