ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର,୧୪ା୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରାଯାଇଛି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗତ ଶନିବାର ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଯାଜପୁର ଏଡିଏମ୍‌ ଅକ୍ଷୟ କୁମାର ମଲିକଙ୍କୁ କଟକ ଚକବନ୍ଦୀ କମିଶନରଙ୍କ କାର୍ଯ୍ୟାଳୟ ଲ୍ୟାଣ୍ଡ ରେକର୍ଡ ଏବଂ ସେଟେଲମେଣ୍ଟ ଅଫିସରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି। ସମ୍ବଲପୁର ଡେଭଲପମେଣ୍ଟ ଅଥରିଟି(ଏସ୍‌ଡିଏ) ସଚିବ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ସେହି ଜିଲାର ଉପଜିଲାପାଳ ଦାୟିତ୍ୱ ସହ ଅତିରିକ୍ତ ଭାବେ ତାଙ୍କ ପୁରୁଣା ଦାୟିତ୍ୱ ତୁଲାଇବେ। କେନ୍ଦ୍ରାପଡା ଜିଲା ଡିଆର୍‌ଡିଏର ଅତିରିକ୍ତ ପିଡି ମନ୍ଦରଧର ମହାଲିକଙ୍କୁ ବଦଳି କରାଯାଇ ନୀଳଗିରି ଉପଜିଲାପାଳ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଜଗତସିଂହପୁର ଜିଲାର ଅତିରିକ୍ତ ଉପଜିଲାପାଳ ଦେବୀ ପ୍ରସାଦ ମହାନ୍ତିଙ୍କୁ ଭୁବନେଶ୍ୱର ବିଡିଏର ଓଏସ୍‌ଡି ଭାବେ ଦାୟିତ୍ୱ ମିଳିଛି। ନୀଳଗିରି ଉପଜିଲାପାଳ ଦୀପ୍ତି ରଞ୍ଜନ ସେଠୀଙ୍କୁ ଖୋର୍ଦ୍ଧା ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି।