ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର,୧୪ା୧୦(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟର ମୋଟ ୧୩୯ ଓଏଏସ୍‌ ଅଫିସରଙ୍କ ବଦଳି କରିବା ସହିତ ଶୁକ୍ରବାର ସୁଦ୍ଧା ସମସ୍ତେ ରିଲିଭ ହେବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ବାଲେଶ୍ୱର ଆସିଷ୍ଟାଣ୍ଟ କଲେକ୍ଟର ଗଦାଧର ଧଳ ବଡ଼ସାହି ତହସିଲଦାର ଭାବେ ନିଯୁକ୍ତି ପାଇଛନ୍ତି। ବାରଙ୍ଗ ସବ୍‌ରେଜିଷ୍ଟ୍ରାର ନିରଞ୍ଜନ ପରିଡ଼ାଙ୍କୁ ବରୀ ତହସିଲଦାର ଭାବେ ନିଯୁକ୍ତି ମିଳିଛି। ରେଙ୍ଗାଲି ଆଡିସନାଲ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡାଙ୍କୁ ଭେଡେନ ତହସିଲଦାର, ପୁରୀ ଅତିରିକ୍ତ ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ସେହି ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି। ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ କୁମାର ପ୍ରଧାନଙ୍କୁ ଗଞ୍ଜାମ ବିଡିଓ ଭାବେ ନିଯୁକ୍ତି ମିଳିଛି। ମାର୍ଶାଘାଇ ସବ୍‌ରେଜିଷ୍ଟ୍ରାର ଅମିୟ କୁମାର ସ୍ବାଇଁଙ୍କୁ ମାର୍ଶାଘାଇ ତହସିଲଦାର ଭାବେ ନିଯୁକ୍ତି ମିଳିଛି। ଟିଟିଲାଗଡ଼ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲିକଙ୍କୁ କଣ୍ଟାମାଳ ତହସିଲଦାର କରାଯାଇଛି। ସେହିପରି ରାଜ୍ୟ ସରକାର ମୋଟ ୧୩୯ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି।